Advertisment

ରଶ୍ମୀ ଦେଶାଇ ବୋଲ୍ଡ ଅବତାର ନେଇ ଟ୍ରୋଲ

ମୁମ୍ବାଇ: ଯେତେବେଳେ ଟିଭି କଳାକାରମାନଙ୍କ କଥା ପଡେ ସତେବେଳେ ଏହି ତାଲିକାରେ ରଶ୍ମୀ ଦେଶାଇଙ୍କୁ ବାଦ ଦେଇ ହେବନି। ରଶ୍ମୀ ସେହି କଳାକାର ଯିଏ ‘ଉତରନ’ ସିରିଏଲ ମାଧ୍ୟମରେ ଘରେ ଘରେ ପରିଚିତ। ‘ବିଗ୍ ବସ୍ ୧୩’ ର ପ୍ରତିଯୋଗୀ ତଥା…

author-image
Pramod Behera
ରଶ୍ମୀ ଦେଶାଇ ବୋଲ୍ଡ ଅବତାର ନେଇ ଟ୍ରୋଲ

1

ମୁମ୍ବାଇ: ଯେତେବେଳେ ଟିଭି କଳାକାରମାନଙ୍କ କଥା ପଡେ ସତେବେଳେ ଏହି ତାଲିକାରେ ରଶ୍ମୀ ଦେଶାଇଙ୍କୁ ବାଦ ଦେଇ ହେବନି। ରଶ୍ମୀ ସେହି କଳାକାର ଯିଏ ‘ଉତରନ’ ସିରିଏଲ ମାଧ୍ୟମରେ ଘରେ ଘରେ ପରିଚିତ। ‘ବିଗ୍ ବସ୍ ୧୩’ ର ପ୍ରତିଯୋଗୀ ତଥା ବୋଲ୍ଡ ପର୍ସନାଲିଟି ଦ୍ଵାରା ଶୋକୁ ଆଗକୁ ନେଇଥିବା ରଶ୍ମୀ ଦେଶାଇ ଆଜିକାଲି ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ, ଯେଉଁଠାରେ ସେ ବହୁତ ଧମାଲ କରୁଛନ୍ତି। ରଶ୍ମୀ ଦେଶାଇ ବୋଲ୍ଡ ଷ୍ଟାଇଲ୍କୁ ନେଇ ସେ ଏବେ ଚାରିଆଡେ ଚର୍ଚ୍ଚାରେ।

Advertisment

publive-image

ରଶ୍ମୀଙ୍କର କେତେକ ଅତ୍ୟନ୍ତ ଗ୍ଲାମରସ୍ ଫଟୋ ଓ ଭିଡିଓଗୁଡ଼ିକ ଭାଇରାଲ୍ ହେବାରେ ଲାଗିଛି। ବର୍ତ୍ତମାନ ରଶ୍ମୀ ଇନଷ୍ଟାଗ୍ରାମରେ ଏକ ବହୁତ ସୁନ୍ଦର ନୃତ୍ୟର ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ତାଙ୍କ ବୋଲ୍ଡ ଅବତାର ଦେଖେଇଛନ୍ତି, ଯାହା ତାଙ୍କର ପ୍ରଶଂସକ ଓ ତାଙ୍କ ସମାଲୋଚକମାନଙ୍କ ମଧ୍ୟରେ ମୁଖ୍ୟ ପ୍ରସଙ୍ଗ ହୋଇ ରହିଛି। ଏହି ଭିଡିଓରେ ରଶ୍ମୀ ହଲିଉଡ୍ ସିଙ୍ଗର କାର୍ଡି ବି’ଙ୍କ ‘ଅପ୍’ରେ ଜବରଦସ୍ତ ନାଚୁଥିବାର ନଜର ଆସିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ କାର୍ଡି ବି’ଙ୍କ ଏହି ଗୀତକୁ ନେଇ ଚାଲେଞ୍ଜ୍ ଚାଲିଛି। ତେଣୁ ଏହାକୁ ହାତଛଡ଼ା କରିବାକୁ ଚାହି ନ ଥିଲେ ରଶ୍ମୀ।

publive-image

ରଶ୍ମୀ ଦେଶାଇ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯାହା ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ, ଲାଗୁଛି ଯେ କିଛି ଲୋକ ତାଙ୍କର ଏହି ଶେଳୀକୁ ପସନ୍ଦ କରି ନାହାନ୍ତି। ଏନେଇ ସେମାନେ ଯେଉଁ ମନ୍ତବ୍ୟ ଦେଉଛନ୍ତି ତାହା ରଶ୍ମୀ ଦେଶାଇ ପୋଷାକ ଓ ତାଙ୍କ ଚାଲିଚଳନୀ ଉପରେ ପ୍ରଶ୍ନ ଉଠାଉଛି। ଭିଡିଓ ସେୟାର କରିବାବେଳେ ରଶ୍ମୀ ଦେଶାଇ କ୍ୟାପସନରେ କାର୍ଡି ବିଙ୍କ ଗୀତର ଲିରିକ୍ସ ଲେଖିଛନ୍ତି। ରଶ୍ମୀ ଲେଖିଛନ୍ତି – ‘I know That’s Right.’

Advertisment

ଏହି ଭିଡିଓ ଆଲୋଚନାର ମୁଖ୍ୟ କାରଣ ହେଉଛି ରଶ୍ମୀ ଦେଶାଇଙ୍କ ପୋଷାକ। ଏହି ଭିଡିଓରେ, ରଶ୍ମୀ ସର୍ଟ ସ୍କର୍ଟ ଏବଂ ଅଫ୍ ସୋଲ୍ଡର ଟପ୍ ପିନ୍ଧି ଷ୍ଟ୍ରିଟ୍ ଡ୍ୟାନ୍ସ କରୁଥିବା ଦେଖାଯାଆନ୍ତି। ରଶ୍ମୀ ଦେଶାଇଙ୍କ ଏଭଳି ରଙ୍ଗ ଢଙ୍ଗକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରୁଥିବାବେଳେ କିଛି ଲୋକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।

publive-image

ମନ୍ତବ୍ୟ ଦେବାବେଳେ ଅନେକ ଉପଭୋକ୍ତା ଅଭିନେତ୍ରୀଙ୍କୁ ପଚାରିଛନ୍ତି ଯେ, ‘ଏତେ ଛୋଟ ସ୍କର୍ଟ ପିନ୍ଧି ନାଚିବା ବେଳେ ସ୍କର୍ଟର ଉଡ଼ିବା ନେଇ ଖରାପ ଲାଗୁନି କି?’ କେତେକ ଥଟ୍ଟାକରି କହିଛନ୍ତି ଯେ, ତାଙ୍କୁ ଘରେ ରହିବା ଦରକାର, କାରଣ ବାହାରେ କରୋନା ଚାଲିଛି। ଏହି ଭିଡିଓରେ କରୋନାର କୌଣସି ନିୟମ ନ ମାନି ଥିବା ବେଳେ ସେ ମାସ୍କ ମଧ୍ୟ ନ ପିନ୍ଧିଥିବା ବେଳେ ଏକ ଦୋକାନର ସଟର ବନ୍ଦ ଥିବା ବେଳେ ସେ ସେଠାରେ ନାଚୁଥିବା ନଜର ଆସନ୍ତି। ତେଣୁ ଜଣେ ଉପଭୋକ୍ତା ଲେଖିଛନ୍ତି, “ଲକଡାଉନରେ ସଟର ଡାଉନ ଅଛି କିନ୍ତୁ ଭିଡିଓ ଅନ୍ ଅଛି।”

Advertisment
Advertisment