/odishatv-khabar/media/post_attachments/uploadimage/library/16_9/16_9_0/karan_1626697452.jpg)
karan
ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ ନେପୋଟିଜିମ୍ ବିଷୟରେ ଅନେକ କଥା କୁହାଯାଉଛି। ପ୍ରତିଦିନ କଳାକାରଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆରେ କରନ୍ ଜୋହରଙ୍କୁ ସର୍ବାଧିକ ଟାର୍ଗେଟ କରାଯାଉଛି। କରନ ଲୋକପ୍ରିୟ ସୋ’ 'କଫି ୱିଥ୍ କରନ୍'(Coffee With Karan)ର ଅନେକ ଭିଡିଓ କ୍ଲିପ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ରଣବୀର କପୁରଙ୍କ ଏକ ଥ୍ରୋବ୍ୟାକ୍ ଭିଡିଓ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି।
ରଣବୀର କପୁର ଏକ ସାକ୍ଷାତକାରରେ ଖୋଲାଖୋଲି ଭାବେ କହିଛନ୍ତି ଯେ ମୋତେ କରଣ ଜୋହରଙ୍କ ସୋ’ 'କଫି ୱିଥ୍ କରନ୍' ଭଲ ଲାଗେ ନାହିଁ। ମୁଁ ସେହି ସୋ’କୁ ଯିବାକୁ ମଧ୍ୟ ପସନ୍ଦ କରୁ ନଥିଲି। ଭିଡିଓରେ ରଣବୀରଙ୍କୁ ପଚାରାଯାଉଛି ଯେ ଆପଣ କରନଙ୍କ ସୋ’କୁ ବାରମ୍ୱାର ବାରମ୍ୱାର ଯାଇ ଯାଇ ଥକିପଡୁନାହାନ୍ତି? ତା’ର ପ୍ରତି ଉତ୍ତରରେ ରଣବୀର କହୁଛନ୍ତି ଯେ ‘ହଁ ମୁଁ ଥକି ପଡିଲିଣି’। ରଣବୀର କହିଥିଲି ଯେ ମୁଁ ସୋ’ରେ ଭାଗ ନେବାକୁ ଚାହୁଁନି। କିନ୍ତୁ ମତେ ଜବରଦସ୍ତ ଡକାଯାଇଥିଲା। ମୁଁ ଓ ଅନୁଷ୍କା ଏହି ସୋ’କୁ ବିରୋଧ କରୁ ସର୍ବଦା । ଏହି ସୋ’କୁ ସମଗ୍ର ଇଣ୍ଡଷ୍ଟ୍ରି ବିରୋଧ କରୁଥିଲା । ସେ ସୋ’ କରି ଟଙ୍କା ରୋଜଗାର କରନ୍ତି । କିନ୍ତୁ ସୋ’ରେ ଆମେ ଦେଉଥିବା ଉତ୍ତର ପାଇଁ ଆମକୁ ଟାର୍ଗେଟ କରାଯାଉଛି’। ରଣବୀର କପୁରଙ୍କ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି।
ରଣବୀର କପୁରଙ୍କ ଆଗାମୀ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ଯେଉଁଥିରେ ତାଙ୍କୁ ଅମିତାଭ ବଚ୍ଚନ ଏବଂ ଆଲିଆ ଭଟ୍ଟଙ୍କ ସହ ଦେଖିବାକୁ ମିଳିବ। ଧର୍ମା ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟି ଚଳିତ ବର୍ଷ ଡିସେମ୍ବରରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି।
ଆହୁରି ପଢ଼ନ୍ତୁ:ସୁଶାନ୍ତଙ୍କ ଫଟୋ ପାଖରେ ବସି ଲୁହ ଗଡ଼ଉଛନ୍ତି ବାପା, ଭାଇରାଲ ହେଲା ଫଟୋ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)