/odishatv-khabar/media/post_attachments/uploadimage/library/16_9/16_9_0/ram-2_1626695775.jpg)
ram
ମୁମ୍ୱାଇ: ମହାମାରୀ କରୋନା ଭାଇରସ ଲୋକଙ୍କ ଚିନ୍ତାକୁ ଦିନକୁ ଦିନ ବଢ଼ାଇବାରେ ଲାଗିଛି। ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଲକ୍ଡାଉନ୍ର ଅବଧିକୁ ମେ’୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ସାମାଜିକ ଦୂରତା ଉପରେ ଧ୍ୟାନ ଦେବାକୁ ସରକାର ବାରମ୍ୱାର ଜନସାଧାରଣଙ୍କୁ ଅପିଲ କରୁଛନ୍ତି। ଏହି ସମୟରେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏକ ଫିଲ୍ମ ପ୍ରସ୍ତୁତ କରୁଛନ୍ତି। ଯାହାର ନାଁ ‘କରୋନା ଭାଇରସ’। ବର୍ମା ଏହି ଫିଲ୍ମର ଏକ ଟ୍ରେଲର ରିଲିଜ କରିଛନ୍ତି।
Here is the CORONAVIRUS film trailer..The story is set in a LOCKDOWN and it has been SHOT during LOCKDOWN ..Wanted to prove no one can stop our work whether it’s GOD or CORONA @shreyasethttps://t.co/fun1Ed36Sn
— Ram Gopal Varma (@RGVzoomin) May 26, 2020
ଲକ୍ଡାଉନ୍ ସମୟରେ ଘରେ ରହି କଳାକାରମାନେ ନିଜ ଫ୍ୟାନ୍ସଙ୍କ ମନୋରଞ୍ଜନ ପାଇଁ କ୍ରମାଗତ ଭାବେ ବିଭିନ୍ନ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ରାମ ଗୋପାଳ ବର୍ମା କୋଭଡ-୧୯ ମହାମାରୀ ସମୟରେ ପ୍ରଥମ ଫିଲ୍ମ ‘କରୋନା ଭାଇରସ’ ରିଲିଜ ପାଇଁ ପ୍ରସ୍ତୁତ ଚଳାଇଛନ୍ତି। ଏନେଇ ସେ ତାଙ୍କ ଟ୍ୱିଟ୍ରେ ଏକ ଫଟୋ ସେୟାର କରି କହିଛନ୍ତି ଯେ ‘ ଦେଖନ୍ତୁ କରୋନା ଭାଇରସ ଫିଲ୍ମର ଟ୍ରେଲର’। ଏ କାହାଣୀ ଲକ୍ଡାଉନ୍ ବିଷୟକୁ ନେଇ କରାଯାଇଛି। ସାମାଜିକ ଦୂରତାକୁ ଅନୁସରଣ କରି ଫିଲ୍ମଟି ଲକ୍ଡାଉନ୍ ସମୟରେ ହିଁ ସୁଟ୍ କରାଯାଇଥଲା। ମୁଁ ପ୍ରମାଣ କରିବାକୁ ଚାହୁଁଛି ଯେ ତୁମ କାମକୁ କେହି ଅଟକାଇ ପାରିବେ ନାହିଁ, ନାଁ ଭଗବାନ ନାଁ କରୋନା’। ଏହା ଏକ ତେଲୁଗୁ ଚଳଚ୍ଚିତ୍ର।
ଟ୍ରେଲରରେ ଏକ ପରିବାରର କାହାଣୀ ଦେଖାଯାଇଛି। ଏହି ଫିଲ୍ମରେ ଦେଖିବାକୁ ମିଳୁଛି ଯେ କରୋନା ଭାଇରସ ନ୍ୟୁଜ୍ରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ତାର କାୟାକୁ ବିସ୍ତାର କରିଛି। ଫିଲ୍ମରେ ଟ୍ୱିଷ୍ଟ ସେତେବେଳେ ଆସୁଛି ଯେତେବେଳେ ଘରେ ଥିବା ଝିଅକୁ ଥଣ୍ଡା ଓ କାଶ ହେବାକୁ ଲାଗୁଛି। ଏହାପରେ ପରିବାର ଲୋକେ ଚିନ୍ତା କରିବା ଆରମ୍ଭ କରୁଛନ୍ତି ଯେ ଝିଅର କରୋନା ପରୀକ୍ଷା କରିବା ଉଚିତ୍ ନାଁ ଅନୁଚିତ୍। ଫିଲ୍ମର କାହାଣୀଟି ଭୟ ଓ ଦ୍ୱନ୍ଦ୍ୱ ମଧ୍ୟରେ ଆଗକୁ ଗତି କରୁଛି। ଫିଲ୍ମ ଟ୍ରେଲର ଦେଖି ଜଣାପଡିଛି ଯେ ରାମ ଗୋପାଳ ବର୍ମା ଏକ ହରର ଫିଲ୍ମ ପ୍ରସ୍ତୁତ କରିଛନ୍ତି। ଏହି ଫିଲ୍ମରେ ଶ୍ରୀକାନ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ସିଏମ୍ କ୍ରିଏସନ୍ ଦ୍ୱାରା ନିର୍ମିତ କରାଯାଇଛି।
‘କ୍ଲାଇମାକ୍ସ’ ଫିଲ୍ମ ପାଇଁ ରାମ ଗୋପାଳ ବର୍ମା ଏବେ ଚର୍ଚ୍ଚାରେ ଅଛନ୍ତି। ଆମେରିକାର ଷ୍ଟାର ମୀୟା ମାଲକୋଭା ଏହି ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମର ଟ୍ରେଲର ଓ ଟିଜର ରିଲିଜ କରାଯାଇଛି। ଏହା ପୂର୍ବରୁ ମୀୟା ମାଲକୋଭା ରାମ ଗୋପାଳଙ୍କ ସହ ‘ଗଡ୍’ ଓ ‘ସେକ୍ସ ଆଣ୍ଡ ଟ୍ରୁଥ୍’ ଫିଲ୍ମରେ କାମ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)