/odishatv-khabar/media/post_attachments/uploadimage/library/16_9/16_9_0/rakul_1625297492.jpg)
rakul
ମୁମ୍ବାଇ: ବଲିଉଡ୍ ଡ୍ରଗ୍ସ ଲିଙ୍କ ମାମଲାରେ ଆଜି ଏନସିବି ଟିମ୍ ଅଭିନେତ୍ରୀ ରକୁଲ୍ ପ୍ରୀତ ସିଂଙ୍କୁ ପଚରାଉଚୁରା କରିଛି। ତାଙ୍କୁ ପ୍ରାୟ ୪ ଘଣ୍ଟା ଧରି ଘନଘନ ଜେରା କରିଛି ଏନସିବି। ରକୁଲଙ୍କ ଘରୁ ଜବତ ନିଶା ସାମଗ୍ରୀ ରିୟା ମଗାଇଥିବା କଥା ରକୁଲ୍ ନିଜେ ସ୍ୱୀକାର କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କିନ୍ତୁ ସେ ଡ୍ରଗ୍ସ ସେବନ କରିଥିବା କଥାକୁ ଖଣ୍ଡନ କରିଛନ୍ତି।
ରକୁଲ୍ ଆଜି ସକାଳ ସାଢ଼େ ୧୦ଟା ବେଳେ ଏନସିବି ଗେଷ୍ଟ ହାଉସରେ ପହଞ୍ଚିଥିଲେ। ଏନସିବି ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲାରେ ରକୁଲଙ୍କୁ ସମନ୍ କରିଥିଲା। ଡ୍ରଗ୍ସ ଲିଙ୍କ୍ ମାମଲାରେ ଏନସିବି ପୂର୍ବରୁ ରିୟା ଓ ଡଜନେରୁ ଅଧିକ ଲୋକଙ୍କୁ ଗିରଫ କରିସାରିଛି।
ଅନ୍ୟପକ୍ଷରେ ଦୀପିକା ପାଦୁକୋନଙ୍କ ମ୍ୟାନେଜର୍ କରିସ୍ମା ପ୍ରକାଶଙ୍କୁ ତଦନ୍ତକାରୀ ଅଧିକାରୀ ଦୀପିକାଙ୍କ ସହ 'ମାଲ୍ ହେ କ୍ୟା' ଚାଟ୍ ଉପରେ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଛନ୍ତି। କ୍ୱାନ୍ କମ୍ପାନୀ, କରିସ୍ମା, ଦୀପିକା ଓ ଡ୍ରଗ୍ସ ଏହି ୪ଟି ଦିଗକୁ ଅନୁସନ୍ଧାନ କରି ଆସନ୍ତାକାଲି ଆଉ କିଛି ବଡ଼ ସୁରାକ୍ ଏନସିବି ହାତରେ ଲାଗି ପାରେ। କାରଣ କାଲି ହାଜର ହେବେ ବଲିଉଡର ୩ ସୁନ୍ଦରୀ-ଦୀପିକା, ଶ୍ରଦ୍ଧା କପୁର୍ ଓ ସାରା ଅଲ୍ଲୀ ଖାନ୍।
ତେବେ ଦୀପିକାଙ୍କ ଜେରା ବେଳେ ଏନସିବି ଅଫିସରେ ଉପସ୍ଥିତ ରହିବାକୁ ଅନୁମତି ମାଗିଛନ୍ତି ସ୍ୱାମୀ ରଣବୀର ସିଂ। ଦୀପିକାଙ୍କ ଆଙ୍ଗଜାଇଟି ସମସ୍ୟା ଥିବା ଦର୍ଶାଇ ସେ ଏନସିବି ଠାରୁ ଅନୁମତି ଲୋଡ଼ିଛନ୍ତି। ତେବେ ଏନ୍ସିବି ପକ୍ଷରୁ ଏନେଇ କୌଣସି ଉତ୍ତର ରଖାଯାଇନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)