Advertisment

ସୋନୁ ସୁଦ୍-ସଲମନ ପ୍ରଧାନମନ୍ତ୍ରୀ ହେବା ଉଚିତ : ରାଖୀ ସାୱନ୍ତ

ମୁମ୍ବାଇ: ବିଗ୍ ବସ୍-୧୪ର ପ୍ରତିଯୋଗୀ ତଥା ବଲିଉଡ ଡ୍ରାମା କୁଇନ ରାଖୀ ସାୱନ୍ତ ତାଙ୍କ ନିଆରା ମନୋଭାବ ଓ କଥା ନେଇ ସବୁବେଳେ ଚର୍ଚ୍ଚାର କେଦ୍ରବିନ୍ଦୁ ପାଲଟିଥାନ୍ତି। ସୋସିଆଲ ମିଡିଆରେ ରାଖୀ ସାୱନ୍ତଙ୍କ ଭିଡିଓ ହେଉକୁ କୌଣସି ଫଟୋ ଖୁବ ଭାଇରାଲ…

author-image
Pramod Behera
ସୋନୁ ସୁଦ୍-ସଲମନ ପ୍ରଧାନମନ୍ତ୍ରୀ ହେବା ଉଚିତ : ରାଖୀ ସାୱନ୍ତ

Untitled-1

ମୁମ୍ବାଇ: ବିଗ୍ ବସ୍-୧୪ର ପ୍ରତିଯୋଗୀ ତଥା ବଲିଉଡ ଡ୍ରାମା କୁଇନ ରାଖୀ ସାୱନ୍ତ ତାଙ୍କ ନିଆରା ମନୋଭାବ ଓ କଥା ନେଇ ସବୁବେଳେ ଚର୍ଚ୍ଚାର କେଦ୍ରବିନ୍ଦୁ ପାଲଟିଥାନ୍ତି। ସୋସିଆଲ ମିଡିଆରେ ରାଖୀ ସାୱନ୍ତଙ୍କ ଭିଡିଓ ହେଉକୁ କୌଣସି ଫଟୋ ଖୁବ ଭାଇରାଲ ହୋଇଥାଏ। ରାଖୀ ମଧ୍ୟ ନିଜର ଆକର୍ଷଣୀର ଚେହେରା ଯୋଗୁଁ ସବୁବେଳେ ତାଙ୍କ ପ୍ରସଶଂକମାନଙ୍କୁ ପାଗଳ କରିଥାନ୍ତି। ବର୍ତ୍ତମାନ ନିକଟରେ ରାଖୀ ଏପରି କିଛି ମନ୍ତବ୍ୟ ଦେ‍ଇଛନ୍ତି, ଯେଉଁଥିପାଇଁ ତାଙ୍କ ବିଷୟରେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସୋନୁ ସୁଦ ଓ ସଲମାନ ଖାନ, ଯେଉଁମାନେ କରୋନା ସମୟରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ସେମାନେ ଦେଶର ପ୍ରଧାନମନ୍ତ୍ରୀ ହେବା ଉଚିତ ବୋଲି ବଲିଉଡର ସେନସର ଗାର୍ଲ ରାଖୀ ସାୱନ୍ତ କହିଛନ୍ତି।

Advertisment

publive-image

ବର୍ତ୍ତମାନ ସୋସିଆଲ ମିଡିଆରେ ରାଖୀ ସାୱନ୍ତଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସୋନୁ ସୁଦ କିମ୍ବା ସଲମାନ ଖାନଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ସେ ଚାହୁଁଛନ୍ତି। ଏହି ଭିଡିଓରେ ରାଖୀ ସାୱନ୍ତ କହିଛନ୍ତି, “ମୁଁ କହୁଛି ସୋନୁ ସୁଦ କିମ୍ବା ସଲମାନ ଖାନଙ୍କୁ ଏହି ଦେଶର ପ୍ରଧାନମନ୍ତ୍ରୀ କରାଯିବା ଉଚିତ କାରଣ ସେମାନେ ପ୍ରକୃତ ହିରୋ ଅଟନ୍ତି। ସୋନୁ ସୁଦ, ସଲମାନ ଖାନ, ଅକ୍ଷୟ କୁମାର ଓ ଅମିତାଭ ବଚ୍ଚନ ଦେଶର ଲୋକଙ୍କୁ ବହୁତ ଭଲ ପାଆନ୍ତି।”

View this post on Instagram

A post shared by ETimes TV (@etimes_tv)

ପ୍ରକାଶ ଥାଉଯେ କରୋନାର ଏହି  ଘଡିସନ୍ଦି ମୁହୂର୍ତ୍ତରେ କଠିନ ପ୍ରବାସୀମାନଙ୍କ ଈଶ୍ଵର ବନି ଆଗକୁ ଆସିଥିଲେ ସୋନୁ ସୁଦ। ଆଜି ବି ସେ ହୃଦୟ ସହିତ ଲୋକଙ୍କୁ ସାହାଯ୍ୟ କରିବାରେ ନିୟୋଜିତ ଅଛନ୍ତି। ଏଥିସହିତ ଦିଲଦାର ସଲମାନ ଖାନ ବଲିଉଡର ୨୫ ହଜାର ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଲମାନ ଖାନ ଚଳଚ୍ଚିତ୍ର ଶିଳ୍ପର ପ୍ରତ୍ୟେକ କଳାକାର, ଟେକ୍ନିସିଆନ, ଷ୍ଟଣ୍ଟମ୍ୟାନ୍ ଓ ସ୍ପଟ୍ ବୟ ସମେତ ୨୫ହଜାର କର୍ମଚାରୀଙ୍କ ଆକାଉଣ୍ଟରେ ୧୫୦୦ ଟଙ୍କା ଜମା କରିବେ ବୋଲି କହିଛନ୍ତି।

Advertisment

publive-image

ନିକଟରେ ନିଜ ମନର କଥା କହିବାକୁ ରାଖୀ ସାୱନ୍ତ କହିଥିଲେ ଯେ ଦେଶରେ ତାଲାବନ୍ଦ ଯୋଗୁଁ ସେ ଖୁସି ନୁହଁନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ସେ ଏଭଳି ଜଣେ ବ୍ୟକ୍ତି, ଯିଏ  କେବେ ବି ଘରେ ବସିପାରିବେ ନାହିଁ। ତେବେ ରାଖୀଙ୍କୁ ଅନୁସରଣ କରି ତାଙ୍କ ଜୁମ୍ବା ଷ୍ଟୁଡିଓକୁ ଆସିଥିବା ଫଟୋଗ୍ରାଫରମାନଙ୍କୁ ସେ ପଚାରିଥିଲେ, “ତୁମେମାନେ ମୋତେ କିପରି ଖୋଜିଦେଉଛ? ଆମ ଜୀବନ ଏବେ ଅଡୁଆରେ ପଡିଛି। ଆମେ ଆଉ କୁଆଡେବା ଯିବୁ। ମୁଁ ଘରେ ନୃତ୍ୟ ଅଭ୍ୟାସ ଆରମ୍ଭ କରିବି। ମୁଁ କଥକ ଓ ବେଲି ଡ୍ୟାନ୍ସ କରିବି ଏବଂ ସମଗ୍ର ବିଲ୍ଡିଂକୁ ହଲାଇଦେବି। ଏହା ଦ୍ଵାରା କରୋନା ଭାଇରସ ମୋ କୋଠା ଛାଡିଦେବ। ମୁଁ ଘରେ ବସିବା ବ୍ୟକ୍ତି ନୁହେଁ।”

Advertisment
Advertisment