/odishatv-khabar/media/post_attachments/uploadimage/library/16_9/16_9_0/Untitled-1-81_1624096085.jpg)
Untitled-1
ମୁମ୍ବାଇ : ସୁପରଷ୍ଟାର ରଜନୀକାନ୍ତ ୧୮ ଜୁନ୍ ରାତିରେ ଆମେରିକା ଯାଇଛନ୍ତି। କୁହାଯାଉଛି ଯେ ସେ ସେଠାରେ କିଛି ସପ୍ତାହ ରହିବେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବେ। ଏହି କାରଣରୁ ରଜନୀକାନ୍ତଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଚେନ୍ନାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ ପତ୍ନୀ ଲତା ମଧ୍ୟ ତାଙ୍କ ସହ ନଜର ଆସିଥିଲେ। ସୂଚନା ମୁତାବକ, ରଜନୀକାନ୍ତ ଏକ ଚାର୍ଟର୍ଡ ​​ବିମାନ ଯୋଗେ କତାରସ୍ଥିତ ଦୋହା ଯାଇଛନ୍ତି। କତାରରେ ପହଞ୍ଚିବା ପରେ ସେ ଆମେରିକାର ଯାତ୍ରୀ ବିମାନରେ ଯିବେ। ରଜନୀକାନ୍ତ ଜୁଲାଇ ୮ ପର୍ଯ୍ୟନ୍ତ ସେଠାରେ ରହିବେ ବୋଲି କୁହାଯାଉଛି।
/odishatv-khabar/media/post_attachments/wp-content/uploads/2021/06/3-38.jpg)
ନିକଟରେ ଏକ ଖବର ମୁତାବକ ରଜନୀକାନ୍ତ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଆମେରିକା ଯିବାକୁ ଚାହୁଁଛନ୍ତି, ଯେଉଁଥିପାଇଁ ସେ କରୋନା ମହାମାରୀ ହେତୁ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ମାଗିଥିଲେ। ପରେ କେନ୍ଦ୍ର ତାଙ୍କୁ ସବୁଜ ସଙ୍କେତ ଦେଇଥିଲା। ଯାହା ପରେ ସେ ବର୍ତ୍ତମାନ ତାଙ୍କ ପତ୍ନୀଙ୍କ ସହ ଆମେରିକା ଯାଇଛନ୍ତି। ତେବେ ଯୁକ୍ତରାଷ୍ଟ୍ରର ଡାକ୍ତରଙ୍କ ସହ କଥା ହେବା ପରେ ତାଙ୍କୁ ସ୍ୱାସ୍ଥ୍ୟ ଯାଞ୍ଚ ସହିତ ଅନେକ ପରୀକ୍ଷା କରିବାକୁ ପଡିବ ବୋଲି ଜଣାଯାଇଛି।
/odishatv-khabar/media/post_attachments/wp-content/uploads/2021/06/2-54.jpg)
ପ୍ରକାଶ ଥାଉକି ରଜନୀକାନ୍ତଙ୍କ ଜ୍ଵାଇଁ ତଥା ଅଭିନେତା ଧନୁଷ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହିତ ଆମେରିକାରେ ଅଛନ୍ତି। ସେଠାରେ ସେ ତାଙ୍କ ଏକ ହଲିଉଡ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ଏଭଳି ପରିସ୍ଥିତିରେ ମେଡିକାଲ ଯାଞ୍ଚ ସମୟରେ ସେ ତାଙ୍କ ଶ୍ୱଶୁରଙ୍କ ସହ ରହିବେ ବୋଲି କୁହାଯାଉଛି।
/odishatv-khabar/media/post_attachments/wp-content/uploads/2021/06/1-62.jpg)
ୱାର୍କ ଫ୍ରଣ୍ଟରେ ରଜନୀକାନ୍ତ ତାଙ୍କ ଫିଲ୍ମ ‘ଆନ୍ନାଥେ’ରେ ଗ୍ରାମ ସଭାପତି ଭୂମିକାରେ ଅଭିନୟ କରୁଛନ୍ତି, ଯାହାର ଶୁଟିଂ ଲକଡାଉନ ହେବାର କିଛି ମାସ ପୂର୍ବରୁ ଶେଷ ହୋଇଥିଲା। କିନ୍ତୁ ସେ ଏପର୍ଯ୍ୟନ୍ତ ଫିଲ୍ମରେ ତାଙ୍କ ଦୃଶ୍ୟକୁ ଡବିଂ କରି ନାହାଁନ୍ତି। ସେ ଫେରିବା ପରେ ଏହି କାମ କରାଯିବ ବୋଲି କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)