Advertisment

ନିଜ ଆର୍ଥିକ ସଂକଟର ପ୍ରଚାରକୁ ନେଇ ଜବାବ ଦେଲେ ରାଜେଶ ଖଟ୍ଟର

ମୁମ୍ବାଇ : କରୋନା ଛଡେଇ ନେଇଛି ଅନେକଙ୍କ ରୋଜଗାର। କରୋନା କାଳରେ କିଏ ଚାକିରୀ ହରାଇଛି ତ କାହାର ବ୍ୟବସାୟରେ ଡୋରି ବନ୍ଧା ହୋଇଛି। ଏଥିରୁ ମୁକୁଳି ପାରିନି ସିନେ ଇଣ୍ଡଷ୍ଟ୍ରି । ଏହି କ୍ଷେତ୍ରରେ କାମ କରୁଥିବା ଲୋକମାନେ ଅଧିକ…

author-image
Pramod Behera
ନିଜ ଆର୍ଥିକ ସଂକଟର ପ୍ରଚାରକୁ ନେଇ ଜବାବ ଦେଲେ ରାଜେଶ ଖଟ୍ଟର

ମୁମ୍ବାଇ : କରୋନା ଛଡେଇ ନେଇଛି ଅନେକଙ୍କ ରୋଜଗାର। କରୋନା କାଳରେ କିଏ ଚାକିରୀ ହରାଇଛି ତ କାହାର ବ୍ୟବସାୟରେ ଡୋରି ବନ୍ଧା ହୋଇଛି। ଏଥିରୁ ମୁକୁଳି ପାରିନି ସିନେ ଇଣ୍ଡଷ୍ଟ୍ରି । ଏହି କ୍ଷେତ୍ରରେ କାମ କରୁଥିବା ଲୋକମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। କଳାକାରମାନେ ବେରୋଜଗାର ହେବା, ସେମାନଙ୍କ ଆର୍ଥିକ ଅବସ୍ଥା ସଂକଟାପନ୍ନ ହେବା ଖବର ସାମ୍ନାକୁ ଆସିଛି। ବଲିଉଡ ଅଭିନେତା ଇଶାନ ଖଟ୍ଟରଙ୍କ ପିତା ରାଜେଶ ଖଟ୍ଟର ବର୍ତ୍ତମାନ ଏକ ଯନ୍ତ୍ରଣାଦାୟକ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି।

Advertisment

ସୂଚନା ମୁତାବକ କିଛି ଦିନ ପୂର୍ବରୁ ରାଜେଶ ଖଟ୍ଟର କରୋନା ପଜିଟିଭ୍ ହୋଇଥିଲେ, ଯେଉଁଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ଇତିମଧ୍ୟରେ ତାଙ୍କ ପତ୍ନୀଙ୍କ ବୟାନ ସାମ୍ନାକୁ ଆସିଛି। ତାଙ୍କ କହିବା କଥା ଯେ ଏବେ ସେ ଏକ ଖରାପ ସମୟ ଦେଇ ଗତି କରୁଛନ୍ତି ଏବଂ କାମ ଧନା ନ ଥିବାରୁ ତାଙ୍କର ସମସ୍ତ ସଞ୍ଚୟ ଶେଷ ହୋଇଯାଇଛି। ଏହି କଥାକୁ ନେଇ ଯେତେବେଳେ ଖବର ପ୍ରକାଶିତ ହେଲା ଏହାକୁ ନେଇ ରାଜେଶ ଖଟ୍ଟର ଦୁଖିତ ଥିବା ଜଣାଯାଇଛି।

publive-image
Source : Times of India

ରାଜେଶ ଖଟ୍ଟର କୋଭିଡ୍ ପଜିଟିଭ୍ ହେବାର କିଛି ସମୟ ପରେ ତାଙ୍କ ପତ୍ନୀ ବନ୍ଦନା ସଜନାନୀ ଏକ ସାକ୍ଷାତକାର ଦେଇଥିଲେ, ଯେଉଁଥିରେ ସେ କହିଥିଲେ ଯେ ଗତ ୨ ବର୍ଷ ମଧ୍ୟରେ ତାଙ୍କ ପରିବାର ସଦସ୍ୟଙ୍କ ଚିକିତ୍ସାରେ ପୂରା ଜମା ଟଙ୍କା ଖର୍ଚ୍ଚ ହୋଇସାରିଛି। ଏହାକୁ ନେଇ ଖବର ପ୍ରକାଶିତ ହୋଇଥିଲା। ଏବେ ରାଜେଶ ଖଟ୍ଟର ତାଙ୍କର ନୀରବତା ଭାଙ୍ଗି ଏହାର ଜବାବ ରଖିଛନ୍ତି । ସେ କହିଛନ୍ତି, “ଏହା ନୁହେଁ ଯେ ମୁଁ ବହୁତ ଖରାପ ଅବସ୍ଥାରେ ଅଛି, ଯଦି ଏଭଳି ହୋ‍ଇଛି ତେବେ ତାହା ସମସ୍ତଙ୍କ ସହିତ ହୋଇଛି, କାରଣ କରୋନା ମହାମାରୀ ସମୟରେ କୌଣସି କାମ ତ ମିଳୁ ନାହିଁ। ବନ୍ଦନା ଗର୍ଭବତୀ ହେବା ପରଠାରୁ ଆମେ ଅଢେଇ ବର୍ଷ ଧରି ଡାକ୍ତରଖାନାରେ ଚକ୍କର ଖାଉଛୁ। ଗତ ବର୍ଷ ଲକଡାଉନରେ ସମୟରେ ମଧ୍ୟ ବନ୍ଦନା ଡାକ୍ତରଖାନାରେ ଥିଲେ।”

Advertisment

ତାଙ୍କ ପତ୍ନୀଙ୍କ ବିବୃତ୍ତି ସମ୍ପର୍କରେ ସ୍ପଷ୍ଟୀକରଣ ଦେଇ ସେ କହିଛନ୍ତି ଯେ ଗତ ୨ ବର୍ଷ ମଧ୍ୟରେ ଆମେ କିପରି ଆମର ମେଡିକାଲ ଏବଂ ହସ୍ପିଟାଲ ବାବଦରେ ଖର୍ଚ୍ଚ କରିଛୁ ତାହା ବନ୍ଦନା କହିଛନ୍ତି। କିନ୍ତୁ କିଛି ଘଣ୍ଟା ମଧ୍ୟରେ ତାଙ୍କ ବୟାନ ଭିନ୍ନ ଢଙ୍ଗରେ ଭାଇରାଲ୍‌ ହେବାକୁ ଲାଗିଲା। ଏଭଳି ଭାଇରାଲ ହେବା ପରେ ଲୋକମାନେ କହିବା ଆରମ୍ଭ କଲେ ଯେ ମୁଁ କାଙ୍ଗାଳ ହୋଇଗଲି, ମୋ ପାଖରେ ଖାଇବାକୁ ଟଙ୍କା ନାହିଁ । ଏହା ପରେ ମୋ ପାଖକୁ ମୋର ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କଠାରୁ ବାର୍ତ୍ତା ଆସିବା ଆରମ୍ଭ ହେଲା ଯେ ଯଦି ଟଙ୍କା ଦରକାର ତେବେ ଆମଠାରୁ ନିଅ। ଏହା କିଛି ସମୟ ମଧ୍ୟରେ ହିଁ ହୋଇଯାଇଥିଲା।

ଏହି ମାମଲାରେ ତାଙ୍କ ସାବତ ପୁଅ ଶାହିଦ କପୁର ଏବଂ ପୁଅ ଇଶାନ ଖଟ୍ଟରଙ୍କ ନାମକୁ ମଧ୍ୟ ଟାଣି ନିଆଯାଇଥିଲା। ଏହାକୁ ନେଇ ସେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି- ଏହା ବହୁତ ଭୁଲ ଥିଲା ଯେ ସେମାନଙ୍କୁ ମଧ୍ୟ ଏ ଭିତରକୁ ଟାଣି ନିଆଯାଇଥିଲା। ଆମେ ଅଭିନେତାମାନେ ଏପରି ଭିତ୍ତିହୀନ ଗୁଜବରେ ଅଭ୍ୟସ୍ତ, କିନ୍ତୁ ସେତେ ବି ନୁହେଁ। ସେ କହିଛନ୍ତି ଯେ ବର୍ତ୍ତମାନ ସମସ୍ତେ ଏକ ଖରାପ ସମୟ ଦେଇ ଗତି କରୁଛନ୍ତି କିନ୍ତୁ ଏଭଳି ପ୍ରସଙ୍ଗରେ ସମ୍ବେଦନଶୀଳ ହେବା ମଧ୍ୟ ଉଚିତ।

Advertisment
Advertisment