Advertisment

ରାଜେଶ ଖାନ୍ନାଙ୍କ ସିନେମାରେ ଅକ୍ଷୟ କୁମାରଙ୍କୁ ମିଳିନଥିଲା କାମ

ନୂଆଦିଲ୍ଲୀ :  ଖିଲାଡି ଷ୍ଟାର ଅକ୍ଷୟ କୁମାର ରବିବାର ତାଙ୍କର ୫୧ ତମ ଜନ୍ମଦିନ ସେଲିବ୍ରେଶନ କରୁଛନ୍ତି। ଅକ୍ଷୟଙ୍କ ଜନ୍ମ ୯ ସେପ୍ଟେମ୍ବର ୧୯୬୭ରେ ଅମୃତସରରେ ହୋଇଥିଲା। ଅଭିନେତା ହେବା ସ୍ୱପ୍ନନେଇ ସେ ମୁମ୍ବାଇ ଆସିଥିଲେ। ମୁମ୍ବାଇରେ ପରିଶ୍ରମ କରିବା ପରେ ସେ ଏବେ ସଫଳତାର ପାହାଚ ପରେ ପାହାଚ ଚଢ଼ିଚାଲିଛନ୍ତି। ଜନ୍ମଦିନ ଅବସରରେ ପତ୍ନୀ ଟ୍ୱିଙ୍କିଲ ଖାନ୍ନା ତାଙ୍କୁ ଜନ୍ନଦିନର ଶୁଭେଚ୍ଛା ଜଣାଇ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି।     View this […]

author-image
Otv Khabar Bureau
ରାଜେଶ ଖାନ୍ନାଙ୍କ ସିନେମାରେ ଅକ୍ଷୟ କୁମାରଙ୍କୁ ମିଳିନଥିଲା କାମ

akshya.jpg 1

ନୂଆଦିଲ୍ଲୀ :  ଖିଲାଡି ଷ୍ଟାର ଅକ୍ଷୟ କୁମାର ରବିବାର ତାଙ୍କର ୫୧ ତମ ଜନ୍ମଦିନ ସେଲିବ୍ରେଶନ କରୁଛନ୍ତି। ଅକ୍ଷୟଙ୍କ ଜନ୍ମ ୯ ସେପ୍ଟେମ୍ବର ୧୯୬୭ରେ ଅମୃତସରରେ ହୋଇଥିଲା। ଅଭିନେତା ହେବା ସ୍ୱପ୍ନନେଇ ସେ ମୁମ୍ବାଇ ଆସିଥିଲେ। ମୁମ୍ବାଇରେ ପରିଶ୍ରମ କରିବା ପରେ ସେ ଏବେ ସଫଳତାର ପାହାଚ ପରେ ପାହାଚ ଚଢ଼ିଚାଲିଛନ୍ତି। ଜନ୍ମଦିନ ଅବସରରେ ପତ୍ନୀ ଟ୍ୱିଙ୍କିଲ ଖାନ୍ନା ତାଙ୍କୁ ଜନ୍ନଦିନର ଶୁଭେଚ୍ଛା ଜଣାଇ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି।

Advertisment
View this post on Instagram

Sometimes when you don’t plan things - it all falls in place - Happy Birthday to my lovely Mr K ! #birthdaybumps

A post shared by Twinkle Khanna (@twinklerkhanna) on

ସମସ୍ତେ ଜାଣନ୍ତି ଅକ୍ଷୟ କୁମାର ରାଜେଶ ଖାନ୍ନାଙ୍କ ଝିଅ ଟ୍ୱିଙ୍କଲ୍‌ ଖାନ୍ନାଙ୍କୁ ବିବାହ କରି ବେଶ୍‌ ଖୁସିରେ ଅଛନ୍ତି। ଇତି ମଧ୍ୟରେ ଅକ୍ଷୟଙ୍କ ବିବାହକୁ ୧୬ ବର୍ଷ ହୋଇସାରିଛି। ଏବେ ଅକ୍ଷୟ ପତ୍ନୀ ଓ ପୁଅ ଆରବ ,ଝିଅ ନିତାରାଙ୍କ ସହ ବେଶ୍ ଖୁସିରେ ଅଛନ୍ତି। ନିଜ ଡେଲି ରୁଟିନକୁ ନେଇ ଏହି ଷ୍ଟାର ଜଣଙ୍କ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି।ତେବେ ତାଙ୍କ ୫୧ତମ ଜନ୍ମଦିନରେ ଏକ ନିଆରା କଥା ସାମ୍ନାକୁ ଆସିଛି।  କଥାଟି ହେଉଛି, ଅକ୍ଷୟ ଟ୍ୱିଙ୍କିଲଙ୍କୁ ବିବାହ କରିବା ପୂର୍ବରୁ ରାଜେଶ ଖାନ୍ନାଙ୍କ ଅଫିସକୁ ଏକ କାମ ମାଗିବା ପାଇଁ ଯାଇଥିଲେ। ହେଲେ ତାଙ୍କୁ ସେହି କାମ ନମିଳି ଅନ୍ୟ ଜଣେ ଆକ୍ଟରଙ୍କୁ ମିଳିଥିଲା।publive-image

Advertisment

ଖବର ମୁ ତାବକ ୧୯୯୦ ମସିହାରେ ‘ଜୟ ଶିବ ଶଙ୍କର’ ଚଳଚ୍ଚିତ୍ର ଆସିଥିଲା। ସେଥିରେ ରାଜେଶ ଖାନ୍ନା ପ୍ରଯୋଜକ ଥିଲେ। ତାଙ୍କୁ ଏହି ସିନେମାରେ କାମ କରିବା ପାଇଁ ଜଣେ ଆକ୍ଟରର ଆବଶ୍ୟକ ଥିଲା। ଅକ୍ଷୟ ଏହି କଥା ଜାଣିବା ପରେ ଏଥିପାଇଁ ଅଡିସନ ହେଉଥିବା ରାଜେଶ ଖାନ୍ନାଙ୍କ ଅଫିସରେ ପହଞ୍ଚି ଥିଲେ। ଅଡିସନ ପରେ  ଚଙ୍କି ପାଣ୍ଡେଙ୍କୁ ଏହି କାମ ମିଳିଥିଲା। ପରବର୍ତ୍ତି ସମୟରେ ୨୦୦୧ ମସିହାରେ ରାଜେଶ ଖାନ୍ନା ଅକ୍ଷୟ କୁମାରଙ୍କୁ ନିଜର  ଜ୍ୱାଇଁ କରିଥିଲେ। 

Advertisment
Advertisment