Advertisment

‘ବିଗବସ୍ -୧୪’ରେ ସାମିଲ୍‌ ହେବେ ରାଧେ ମା'

ମୁମ୍ବାଇ: କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେବାକୁ ଥିବା ରିଆଲିଟି ଶୋ’ ‘ବିଗବସ୍‌ -୧୪’ରେ ସାମିଲ୍‌ ହେବେ ରାଧେ ମା। ଅକ୍ଟୋବର-୩ରୁ ବିଗବସ୍‌ ସିଜନ୍‌-୧୪ ଆରମ୍ଭ ହେବାକୁ ଯାଉଛି। ଆଉ ଏଥିରେ ପ୍ରତିଯୋଗୀ ଭାବେ ସାମିଲ୍‌ ହେବାକୁ ରାଧେ ମା’ଙ୍କୁ ସପ୍ତାହକୁ ୨୫ ଲକ୍ଷ ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି। କେବଳ ଏତିକି ନୁହେଁ ଚଳିତ ସିଜନ୍‌ରେ ସବୁଠୁ ଅଧିକ ଟଙ୍କା ରାଧେ ମା’ଙ୍କୁ ମିଳିବ ବୋଲି କୁହାଯାଉଛି। ତେବେ ପ୍ରଥମ ଥର ରାଧେ ମା’ଙ୍କ ନାଁ […]

author-image
Otv Khabar Bureau
‘ବିଗବସ୍ -୧୪’ରେ ସାମିଲ୍‌ ହେବେ ରାଧେ ମା'

radhe-maa-cover

ମୁମ୍ବାଇ: କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେବାକୁ ଥିବା ରିଆଲିଟି ଶୋ’ ‘ବିଗବସ୍‌ -୧୪’ରେ ସାମିଲ୍‌ ହେବେ ରାଧେ ମା। ଅକ୍ଟୋବର-୩ରୁ ବିଗବସ୍‌ ସିଜନ୍‌-୧୪ ଆରମ୍ଭ ହେବାକୁ ଯାଉଛି। ଆଉ ଏଥିରେ ପ୍ରତିଯୋଗୀ ଭାବେ ସାମିଲ୍‌ ହେବାକୁ ରାଧେ ମା’ଙ୍କୁ ସପ୍ତାହକୁ ୨୫ ଲକ୍ଷ ଟଙ୍କା ଦିଆଯିବ ବୋଲି ସୂଚନା ମିଳିଛି। କେବଳ ଏତିକି ନୁହେଁ ଚଳିତ ସିଜନ୍‌ରେ ସବୁଠୁ ଅଧିକ ଟଙ୍କା ରାଧେ ମା’ଙ୍କୁ ମିଳିବ ବୋଲି କୁହାଯାଉଛି।

Advertisment

ତେବେ ପ୍ରଥମ ଥର ରାଧେ ମା’ଙ୍କ ନାଁ ବିଗ୍‌ ବସ୍‌ରେ ଯୋଡା ଯାଉନି। ପୂର୍ବରୁ ୨୦୦୫ରେ ମଧ୍ୟ ରାଧେ ମା’ ଏହି ରିଆଲିଟି ଶୋ’ରେ ସାମିଲ୍‌ ହେବେ ବୋଲି ଶୁଣିବାକୁ ମିଳିଥିଲା। ଏହି ଉଡା ଖବର ପାଇଁ ରାଧେ ମା ବିଗ୍‌ ବସ୍‌ ନିର୍ମାତାଙ୍କୁ ଲିଗାଲ୍‌ ନୋଟିସ୍‌ ପଠାଇଥିଲେ।

ସୂଚନା ଅନୁଯାୟୀ, ପଞ୍ଜାବର ଗୁରଦାସପୁର ଜିଲ୍ଲା ଦୋରଂଗଲାରେ ଜନ୍ମ ଗ୍ରହଣ କରିଥିବା ରାଧେ ମା’ ପଞ୍ଜାବ ଏବଂ ମୁମ୍ବାଇରେ ସତ୍‌ସଙ୍ଗ କରି ଲୋକପ୍ରିୟତା ହାସଲ କରିଥିଲେ। ବିଗ୍‌ ବସ୍‌ର ପୂର୍ବତନ ପ୍ରତିଯୋଗୀ ଡଲି ବିନ୍ଦ୍ରାଙ୍କ ସହ ଏକ ବିବାଦ  ନେଇ ମଧ୍ୟ ସେ ଚର୍ଚ୍ଚାରେ ରହିଛନ୍ତି।

Advertisment

ନିକଟରେ କଲର୍ସ‌ର ଅଫିସିଆଲ୍‌ ଟ୍ୱିଟର ପେଜ୍‌ରେ ରାଧେ ମା’ଙ୍କର ଏକ ପ୍ରମୋ ରିଲିଜ୍‌ ହୋଇଛି। ଯେଉଁଥିରେ ସେ ନାଲି ରଙ୍ଗର ଡ୍ରେସ୍‌ ପିନ୍ଧି, ମଥାରେ ସିନ୍ଦୁର ଲଗାଇ, ତ୍ରିଶୁଳ ଧରି ଘର ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି।

ରାଧେ ମା’ଙ୍କ ବ୍ୟତୀତ, ରୁବିନା ଦିଲେକ୍‌, ଜସ୍‌ମିନ୍‌ ଭସିନ୍‌, ଏଜାଜ୍‌ ଖାନ୍‌, ନିଶାନ୍ତ ସିଂହ ମଲକାନି, ଜିଆ ମାନେକ୍‌, ପବିତ୍ର ପୁନିଆ ଆଦି ପ୍ରତିଯୋଗୀ ମାନେ ଚଳିତ ବର୍ଷ ବିଗ୍‌ ବସ୍‌ରେ ସାମିଲ୍‌ ହେଉଛନ୍ତି।

Advertisment
Advertisment