Advertisment

ଏକାଠି ଆସୁଛନ୍ତି ବାହୁବଳୀ ଷ୍ଟାର୍ ପ୍ରଭାସ ଓ ଦୀପିକା

ମୁମ୍ବାଇ: ବାହୁବଳୀ ଫିଲ୍ମ ଜରିଆରେ ସାରା ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ପ୍ରଭାସ ବଲିଉଡରେ ନିଜର ଯାଦୁ ଦେଖାଇ ସାରିଛନ୍ତି। ଶ୍ରଦ୍ଧା କପୁର, ପୂଜା ହେଗଡେଙ୍କ ପରେ ପ୍ରଭାସ ଏବେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ସ୍କ୍ରିନ୍ ଶେଆର୍ କରିବେ। ଉଭୟ ପ୍ରଭାସ ଓ ଦୀପିକା ନିଜର ଆଗାମୀ ଫିଲ୍ମରେ ଏକାଠି କାମ କରିବେ। ବୈଜୟନ୍ତୀ ମୁଭିଜ୍ ବ୍ୟାନରରେ ହେବାକୁଥିବା ଏହି ଫିଲ୍ମଟି ମୂଳରୂପରେ ତେଲୁଗୁ ଭାଷାରେ ହେବ, ଯାହାକୁ ଦିନ୍ଦୀ ଓ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଏକାଠି ଆସୁଛନ୍ତି ବାହୁବଳୀ ଷ୍ଟାର୍ ପ୍ରଭାସ ଓ ଦୀପିକା

prabhas

ମୁମ୍ବାଇ: ବାହୁବଳୀ ଫିଲ୍ମ ଜରିଆରେ ସାରା ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ପ୍ରଭାସ ବଲିଉଡରେ ନିଜର ଯାଦୁ ଦେଖାଇ ସାରିଛନ୍ତି। ଶ୍ରଦ୍ଧା କପୁର, ପୂଜା ହେଗଡେଙ୍କ ପରେ ପ୍ରଭାସ ଏବେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ସ୍କ୍ରିନ୍ ଶେଆର୍ କରିବେ। ଉଭୟ ପ୍ରଭାସ ଓ ଦୀପିକା ନିଜର ଆଗାମୀ ଫିଲ୍ମରେ ଏକାଠି କାମ କରିବେ। ବୈଜୟନ୍ତୀ ମୁଭିଜ୍ ବ୍ୟାନରରେ ହେବାକୁଥିବା ଏହି ଫିଲ୍ମଟି ମୂଳରୂପରେ ତେଲୁଗୁ ଭାଷାରେ ହେବ, ଯାହାକୁ ଦିନ୍ଦୀ ଓ ତାମିଲ ଭାଷାରେ ମଧ୍ୟ ଡବ୍ କରାଯିବ।

Advertisment

ତେବେ ଫିଲ୍ମର ନାମ ଏବଂ ଅନ୍ୟ କାଷ୍ଟକୁ ନେଇ କୌଣସି ସୂଚନା ମିଳିନାହିଁ। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ନାଗ ଅଶ୍ୱିନ୍ ଏବଂ ଏହା ଏକ ବିଗ୍ ବଜେଟର ଫିଲ୍ମ ମଧ୍ୟ ହେବ। ଉଭୟ ଦୀପିକା ଓ ପ୍ରଭାସ ପ୍ରଥମଥର ଲାଗି ଏକାଠି କାମ କରିବାକୁ ଯାଉଛନ୍ତି, ଯାହାକୁ ନେଇ ପ୍ରଶଂସକଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ଫିଲ୍ମର ନିର୍ମାତା ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟର ଶେଆର୍ କରି ଏହାର ସୂଚନା ଦେଇଛନ୍ତି, ଯେଉଁଥିରେ ଦୀପିକାଙ୍କର ଆଖି ସହ ଅଧା ମୁହଁ ଦେଖିବାକୁ ମିଳିଛି।

Advertisment

https://twitter.com/VyjayanthiFilms/status/1284721881543856128?s=20

https://twitter.com/VyjayanthiFilms/status/1284725393501458437?s=20

ବୈଜୟନ୍ତୀ ମୁଭିଜର ପ୍ରଯୋଜକ ଓ ଫାଉଣ୍ଡର ସି. ଅଶ୍ୱିନୀ ଦତ୍ତ କହିଛନ୍ତି, ଏହି ଫିଲ୍ମ ଭାରତୀୟ ସିନେମା ଇତିହାସରେ ବୈଜୟନ୍ତୀ ମୁଭିଜର ନାଁକୁ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖିବାର ସୁଯୋଗ ଦେବ। ଏହା ଭାରତୀୟ ଦର୍ଶକଙ୍କୁ ଏତେ ରୋମାଞ୍ଚିତ କରାଇବ ଯେ ପୂର୍ବରୁ କେବେବି ଏମିତି ହୋଇନଥିବ। ଏଥିରେ ଏକାସାଙ୍ଗରେ ଅସାଧାରଣ ଟାଲେଣ୍ଟ ଦେଖିବାକୁ ମିଳିବ। ପ୍ରଭାବ ମଧ୍ୟ ଏହାକୁ ଟ୍ୱିଟ୍ କରି ଏହି ଫିଲ୍ମର ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ବୈଜୟନ୍ତୀ ମୁଭିଜ୍ ଭାରତୀୟ ସିନେମାରେ ତା'ର ୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ଫିଲ୍ମ ରିଲିଜ୍ କରିବ। ସାଇନ୍ସ-ଫ୍ରିକସନ୍ ଉପରେ ଆଧାରିତ ଏହି ଫିଲ୍ମର ଶୁଟିଂ ଆସନ୍ତାବର୍ଷ ଏପ୍ରିଲରୁ ଆରମ୍ଭ ହେବ ଏବଂ ୨୦୨୨ରେ ରିଲିଜ୍ ହେବ।

Advertisment
Advertisment