Advertisment

୬ ବର୍ଷ ବୟସରେ ଢାବାରେ ବାସନ ମାଜୁଥିଲେ ଓମ୍‌ ପୁରୀ, ଇଂରାଜୀ କହିପାରୁନଥିବାରୁ ନିରାଶ ଥିଲେ

ମୁମ୍ବାଇ: ଗୋଟେ ସମୟ ଥିଲା ଯେତେବେଳେ ଫିଲ୍ମ ପାଇଁ ହିରୋ ବାଛିବା ପୂର୍ବରୁ ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବାକୁ ହେଉଥିଲା। ରଙ୍ଗ, ସୁନ୍ଦର ଚେହେରା, ଭଲ ବ୍ୟକ୍ତିତ୍ୱ ଏସବୁ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ହେଉଥିଲା। ଆଜି ବି ଇଣ୍ଡଷ୍ଟ୍ରିରେ ଏହି ସମସ୍ତ ବିଶ୍ୱାସ ରହିଛି। କିନ୍ତୁ କିଛି ବର୍ଷ ପୂର୍ବରୁ ଅଭିନେତା ଓମ୍‌ ପୁରିଙ୍କ ପ୍ରବେଶ ଏହି ଚିନ୍ତାଧାରାରେ ଟିକେ ପରିବର୍ତ୍ତନ ଆଣିଲା। ଓମ୍‌ ପୁରିଙ୍କ ସରଳ ବ୍ୟକ୍ତିତ୍ୱ, ଏବଂ ଶକ୍ତିଶାଳୀ ସ୍ୱର ଅଭିନୟ […]

author-image
Otv Khabar Bureau
ଅଦ୍ୟତନ ହୋଇଛି
୬ ବର୍ଷ ବୟସରେ ଢାବାରେ ବାସନ ମାଜୁଥିଲେ ଓମ୍‌ ପୁରୀ, ଇଂରାଜୀ କହିପାରୁନଥିବାରୁ ନିରାଶ ଥିଲେ

omm-puri

ମୁମ୍ବାଇ: ଗୋଟେ ସମୟ ଥିଲା ଯେତେବେଳେ ଫିଲ୍ମ ପାଇଁ ହିରୋ ବାଛିବା ପୂର୍ବରୁ ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବାକୁ ହେଉଥିଲା। ରଙ୍ଗ, ସୁନ୍ଦର ଚେହେରା, ଭଲ ବ୍ୟକ୍ତିତ୍ୱ ଏସବୁ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ହେଉଥିଲା। ଆଜି ବି ଇଣ୍ଡଷ୍ଟ୍ରିରେ ଏହି ସମସ୍ତ ବିଶ୍ୱାସ ରହିଛି। କିନ୍ତୁ କିଛି ବର୍ଷ ପୂର୍ବରୁ ଅଭିନେତା ଓମ୍‌ ପୁରିଙ୍କ ପ୍ରବେଶ ଏହି ଚିନ୍ତାଧାରାରେ ଟିକେ ପରିବର୍ତ୍ତନ ଆଣିଲା। ଓମ୍‌ ପୁରିଙ୍କ ସରଳ ବ୍ୟକ୍ତିତ୍ୱ, ଏବଂ ଶକ୍ତିଶାଳୀ ସ୍ୱର ଅଭିନୟ ଦୁନିଆରେ ତାଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା। ଅନେକ୍‌ ହିଟ୍‌ ଫିଲ୍ମରେ ସେ ହିରୋ ଭାବେ ନଜର ଆସିଲେ। ଆଜି ସେହି ନିଆରା କଳାକାରଙ୍କ ଜନ୍ମଦିନ।

Advertisment

ଓମ୍‌ ପୁରୀ ୧୮ ଅକ୍ଟୋବର ୧୯୫୦ରେ ପଞ୍ଜାବର ଅମ୍ବାଲାରେ ଜନ୍ମଗ୍ରହଣ କରିଥିଲେ। ଓମ୍‌ଙ୍କ ଜୀବନ ଅଭାବରେ ବିତିଛି। ଏକ ସାକ୍ଷାତକାରରେ ଓମ୍‌ କହିଥିଲେ, ଯେତେବେଳେ ତାଙ୍କୁ ୬ ବର୍ଷ ହୋଇଥିଲା, ସେ ଏକ ଢାବାରେ ବାସନ ସଫା କରୁଥିଲେ।

publive-image

ପିଲାଦିନୁ ଓମ୍‌ଙ୍କର ଫିଲ୍ମ ପ୍ରତି ଦୁର୍ବଳତା ଥିଲା। ପ୍ରାରମ୍ଭିକ ଅଧ୍ୟୟନ ସାରିବା ପରେ ସେ ଅଭିନୟ ବିଦ୍ୟାଳୟରେ ନାମ ଲେଖାଇବାକୁ ନିଷ୍ପତ୍ତି ନେଇଥିଲେ।  ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ଆଡମିସନ ନେଇଥିଲେ।

Advertisment

ଏନ୍‌ଏସ୍‌ଡିରେ ପଢିବା ସମୟରେ ସେ ଅନୁଭବ କଲେ ଯେ ତାଙ୍କୁ ଇଂରାଜୀ  ଭଲ ଭାବେ ଜଣାନାହିଁ। ଏକଥା ଭାବି ଓମ୍‌ ବହୁତ ନିରାଶ ହେଉଥିଲେ।  ତା’ପରେ ସେ ଇଂରାଜୀ ଶିଖିବାକୁ ଇଚ୍ଛା ପ୍ରକାଶ କଲେ। ତାଙ୍କ ସାଙ୍ଗ ନାସିରୁଦ୍ଦିନ ଶାହା ମଧ୍ୟ ତାଙ୍କୁ ଇଂରାଜୀ ଶିଖାଇବାରେ ବହୁତ ସମର୍ଥନ କରିଥିଲେ। ଫଳସ୍ୱରୂପ, ଓମ୍ ପୁରୀ ଭଲ ଭାବେ ଇଂରାଜୀ କହିପାରିଲେ। ଇଂରାଜୀ ଉପରେ ସେ ଏତେ ଭଲ ଦଖଲ ଆଣିପାରିଥିଲେ ଯେ ସେ ପ୍ରାୟ ୨୦ ଟି ଇଂରାଜୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

Advertisment
Advertisment