Advertisment

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଆହତଙ୍କ ପାଇଁ ପ୍ରାର୍ଥନା କଲେ ଓଲିଉଡ୍‌ କଳାକାର

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ସ୍ଥିତ ଗଭର୍ଣ୍ଣର ହାଉସ ନିକଟ ପେଟ୍ରୋଲ ପମ୍ପରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିସ୍ଫୋରଣ ପରେ ପେଟ୍ରୋଲ୍‌ ପମ୍ପରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଆହତ ମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ତେବେ ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ ଲୋକମାନଙ୍କ ଶରୀର ଛିନ୍‌ଛତ୍ର ହୋଇପଡିଥିଲା। ଏଥିସହ ପାଖରେ ଥିବା ଗାଡି ମଧ୍ୟ ଭାଙ୍ଗିଯାଇଥିଲା। ତେବେ ସୁରକ୍ଷା କାରଣରୁ ପେଟ୍ରୋଲ ପମ୍ପ୍ ରାସ୍ତାରେ ଯାତାୟାତ […]

author-image
Otv Khabar Bureau
ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଆହତଙ୍କ ପାଇଁ ପ୍ରାର୍ଥନା କଲେ ଓଲିଉଡ୍‌ କଳାକାର

elina

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ସ୍ଥିତ ଗଭର୍ଣ୍ଣର ହାଉସ ନିକଟ ପେଟ୍ରୋଲ ପମ୍ପରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିସ୍ଫୋରଣ ପରେ ପେଟ୍ରୋଲ୍‌ ପମ୍ପରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଆହତ ମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ତେବେ ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ ଲୋକମାନଙ୍କ ଶରୀର ଛିନ୍‌ଛତ୍ର ହୋଇପଡିଥିଲା। ଏଥିସହ ପାଖରେ ଥିବା ଗାଡି ମଧ୍ୟ ଭାଙ୍ଗିଯାଇଥିଲା। ତେବେ ସୁରକ୍ଷା କାରଣରୁ ପେଟ୍ରୋଲ ପମ୍ପ୍ ରାସ୍ତାରେ ଯାତାୟାତ ପାଇଁ କଟକଣା ଲାଗୁ ହୋଇଛି।

Advertisment

ତେବେ ଏହି ଭୟଙ୍କର ବିସ୍ଫୋରଣରେ ଆହତ ହୋଇଥିବା ଲୋକମାନେ କେମିତି ସୁସ୍ଥ ହୋଇଯାଆନ୍ତୁ ସେନେଇ ପ୍ରାର୍ଥନା କରିଛନ୍ତି ଓଲିଉଡ୍‌ କଳାକାର।

Advertisment

ଅଭିନେତ୍ରୀ ଅନୁ ଚୌଧୁରୀ ଟ୍ୱିଟ୍‌ କରି ବିସ୍ଫୋରଣରେ ଯେଉଁମାନେ ଆହତ ହୋଇଛନ୍ତି ସେମାନେ ଖୁବ୍‌ ଶୀଘ୍ର ଭଲ ହୋଇଯାଆନ୍ତୁ ବୋଲି ଲେଖିଛନ୍ତି। ଅଭିନେତ୍ରୀ ଏଲିନା ମଧ୍ୟ ଏକଥା ଶୁଣି ଖୁବ୍‌ ଦୁଃଖ ଲାଗୁଛି। ସମସ୍ତ ଆହତ ସୁସ୍ଥ ହୋଇଯାଆନ୍ତୁ ବୋଲି ପ୍ରର୍ଥନା କରୁଛି। ଭଗବାନ୍‌ ଆଉ କଣ ଖରାପ ଦିନ ଦେଖାଇବା ବାକିଅଛି ବୋଲି ଏଲିନା ଲେଖିଛନ୍ତି।

ସେପଟେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ମଧ୍ୟ ବିସ୍ଫୋରଣ ଘଟଣା ଶୁଣି ଏକଦମ୍‌ ସ୍ତବ୍ଧ ହୋଇଯାଇଥିବା କହିଛନ୍ତି।

ସେଶାଲ୍‌ ମିଡିଆରେ ଏକ ପୋଷ୍ଟ କରି ବୁଦ୍ଧ ଲେଖିଛନ୍ତି, ହଠାତ୍‌ ଏମିତି ଏକ ଖବର ଶୁଣି ଦୁଃଖ ଲାଗୁଛି। ଗଭର୍ଣ୍ଣର ହାଉସ ନିକଟ ପେଟ୍ରୋଲ ପମ୍ପରେ ଭୟାବହ ଅଗ୍ନିକାଣ୍ଡ ଘଟଣା ଶୁଣୁ ମୁଁ ମର୍ମାହାତ। ମାଗଣା ଚିକିତ୍ସା ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ।

Advertisment
Advertisment