Advertisment

ସିନେମା ପାଇଁ ଘର ପୋଛିଲେ ଓ ବାସନ ମାଜିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରେ ନୁସରତ ଭରୁଚା ଅନ୍ୟତମ। ସେ ଆଜିକାଲି ନିଜ ସିନେମା ଓ ୱେବ୍ ସିରିଜ୍‌କୁ ନେଇ ବେଶ ଚର୍ଚ୍ଚାର ପରିସରରେ ରହୁଛନ୍ତି। ଏହି ସିନେମାଗୁଡିକ ମଧ୍ୟରେ ‘ଅଜୀବ ଦାସ୍ତାନା’ ଅନ୍ୟତମ। ଏହି ସିନେମାରେ ନୁସରତ୍ ଏକ କାମବାଲୀର ଭୂମିକା ନିଭାଉଛନ୍ତି। ଏହି ସିନେମା ନେଟ୍‌ଫ୍ଲିକ୍ସରେ ରିଲିଜ୍ ହୋ‍ଇସାରିଛି। ଏହି ସିନେମାରେ ନୁସରତଙ୍କ ନାମ ‘ଖିଲୋନା’ ରହିଛି। ରାଜ ମେହେତାଙ୍କ ନିର୍ଦ୍ଦେଶନାରେ ହୋ‍ଇଥିବା ଏହି ସିନେମାରେ ନୁସରତଙ୍କ ସହିତ ‘ପାତାଲ୍ ଲୋକ୍’ର ଫେମ୍ […]

author-image
Pramod Behera
ସିନେମା ପାଇଁ ଘର ପୋଛିଲେ ଓ ବାସନ ମାଜିଲେ ଏହି ଅଭିନେତ୍ରୀ

nnmm

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରେ ନୁସରତ ଭରୁଚା ଅନ୍ୟତମ। ସେ ଆଜିକାଲି ନିଜ ସିନେମା ଓ ୱେବ୍ ସିରିଜ୍‌କୁ ନେଇ ବେଶ ଚର୍ଚ୍ଚାର ପରିସରରେ ରହୁଛନ୍ତି। ଏହି ସିନେମାଗୁଡିକ ମଧ୍ୟରେ ‘ଅଜୀବ ଦାସ୍ତାନା’ ଅନ୍ୟତମ। ଏହି ସିନେମାରେ ନୁସରତ୍ ଏକ କାମବାଲୀର ଭୂମିକା ନିଭାଉଛନ୍ତି। ଏହି ସିନେମା ନେଟ୍‌ଫ୍ଲିକ୍ସରେ ରିଲିଜ୍ ହୋ‍ଇସାରିଛି। ଏହି ସିନେମାରେ ନୁସରତଙ୍କ ନାମ ‘ଖିଲୋନା’ ରହିଛି। ରାଜ ମେହେତାଙ୍କ ନିର୍ଦ୍ଦେଶନାରେ ହୋ‍ଇଥିବା ଏହି ସିନେମାରେ ନୁସରତଙ୍କ ସହିତ ‘ପାତାଲ୍ ଲୋକ୍’ର ଫେମ୍ ଅଭିଶେକ ବାନାର୍ଜି ଓ ‘ଲୁଡୁ’ ଫେମ୍ ଇନାୟତ ବର୍ମା ମଧ୍ୟ ଅଛନ୍ତି।

Advertisment

publive-image

ବଲିଉଡ୍‌ର ହଟ୍ ଆଉ ଗ୍ଲେମରସ୍ ଅଭିନେତ୍ରୀ ନୁସରତ ଭରୁଚା ‘ଅଜୀବ ଦାସ୍ତାନା’ରେ ବିନା ମେକପ୍ ଓ ଗ୍ଲାମର୍‌ରେ ଜଣେ ଘରୋଇ ମହିଳାର ଭୂମିକା ନିଭାଉଛନ୍ତି। ନୁସରତ୍‌ ନିଜ ଚରିତ୍ରକୁ ଜୀବନ୍ତ କରିବା ନେଇ ନିଜେ ଜଣେ କାମବାଲୀ ଭଳି ସବୁ କାମ କରିଛନ୍ତି।

publive-image

ଏକ ଟିଭି ଚାନେଲ୍‌ର ସାକ୍ଷାତକାରରେ ନୁସରତ କହିଛନ୍ତି ଯେ ଏଭଳି ଚରିତ୍ର ତାଙ୍କୁ ବହୁତ ପସନ୍ଦ। କିନ୍ତୁ ତାଙ୍କୁ ଏଭଳି ଭୂମିକା ମିଳେନି ବୋଲି ସେ କହିଛନ୍ତି। ସେ କହିଛନ୍ତି, “‘ଅଜୀବ ଦାସ୍ତାନା’ରେ ଆପଣମାନେ ବିନା ମେକପ୍ ଓ ଗ୍ଲାମରରେ ଯେଉଁ ନୁସରତଙ୍କୁ ଦେଖୁଛନ୍ତି ସେ ହିଁ ମୁଁ। ମୁଁ ଏଭଳି ସିରିଏସ୍ ଭୂମିକାକୁ ବହୁତ ପସନ୍ଦ କରେ, କାରଣ ଏହି ପ୍ରକାର ଭୂମିକା ଜଣେ କଳାକାର ହିସାବରେ ନିଜ କଳାକୁ ଦେଖେଇବାରେ ଏକ ସୁଯୋଗ ଦେଇଥାଏ। ମୁଁ ଆପଣଙ୍କୁ ଗୋଟେ କଥା ସତ କହିବି ଯେ ଏହି ଭୂମିକାର ପ୍ରସ୍ତୁତି ନେଇ ମୁଁ ନିଜେ ଘରେ ଝାଡୁ ମାରିଛି, ଘର ପୋଛିଚି ଓ ବାସନ ମାଜିବା ଆରମ୍ଭ କରିଦେଇଥିଲି। କାରଣ ବାସ୍ତବରେ ମୁଁ ଜଣେ କାମବାଲୀର ସ୍ଥିତିକୁ ବୁଝିବାକୁ ଚାହୁଥିଲି। ଏହି ସିନେମାରେ ମୁଁ ଜଣେ କାମବାଲୀ ବା‍ଇ ମିନଲର ଭୂମିକାରେ ଅଭିନୟ କରିଛି। ବାକି ଏହି ସିନେମାର କଥାବାର୍ତ୍ତା, ଭାଷାରେ କୋ-ଆକ୍ଟର ଅଭିଶେକ ବାନାର୍ଜୀ ଓ ନିର୍ଦ୍ଦେଶକ ରାଜ ମେତେତା ମତେ ବହୁତ ସାହାଯ୍ୟ କରିଛନ୍ତି।“

Advertisment

publive-image

ନୁସରତଙ୍କ କହିବା କଥା ସିନେମାରେ କାମବାଲୀ ଭୂମିକାରେ ଅଭିନୟ ନେଇ କରାଯାଇଥିବା ପ୍ରସ୍ତୁତି ଲକ୍‌ଡାଉନ୍ ବେଳେ ଭଲ କାମରେ ଆସିଲା। ଲକ୍‌ଡାଉନ୍ ସମୟରେ ଯେତେବେଳେ ଯିବାଆସିବାରେ କଟକଣା ଲାଗିଲା ଘରକୁ କାମବାଲୀ ନ ଆସିବାରୁ ନୁସରତ ନିଜେ ଘରର ସବୁ କାମ ନିଜେ କରୁଥିଲେ। ଏହାର ଆଉ ଏକ ବଡ ଫାଇଦା ବି ସେ ପାଇଥିବା କୁହନ୍ତି। ତାହାହେଲା ଘର କାମ ପାଇଁ ତାଙ୍କ ବାପା-ମା ବେଶ ଖୁସି ହୋଇଥିଲେ।

Advertisment
Advertisment