Advertisment

ହେୟାର୍‌ ଷ୍ଟାଇଲ୍‌ ପାଇଁ ଟ୍ରଲ୍‌ ହେଲେ ପ୍ରିୟଙ୍କା

ନ୍ୟୁୟର୍କ: ନ୍ୟୁୟର୍କର ମେଟ୍ରୋପୋଲିଟନ ମ୍ୟୁଜିୟମ ଅଫ୍‌ ଆର୍ଟରେ ଆୟୋଜିତ ‘ମେଟ୍‌ ଗାଲା ୨୦୧୯’ରେ ଜମିଥିଲା ଷ୍ଟାର୍‌ଙ୍କ ଗହଳି। ବଲିଉଡ଼ ଓ ହଲିଉଡ଼ କଳାକାରଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବଲିଉଡ଼ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ୍‌ ଜୋନ୍ସଙ୍କ ସହ ହାତରେ ହାତ ଛନ୍ଦି ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ। ପ୍ରିୟଙ୍କା ଲଗ୍‌ଜରୀ ବ୍ରାଣ୍ଡ୍‌ ଡିୟୋରର ସିଲିଭର୍‌ କଲର୍‌ର ନ୍ୟୁଡ୍‌ ଗାଉନ ପିନ୍ଧିଥିଲେ। ଯାହାକି ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଥିଲା। ହେଲେ ହେୟାର […]

author-image
Rosalin Rath
ହେୟାର୍‌ ଷ୍ଟାଇଲ୍‌ ପାଇଁ ଟ୍ରଲ୍‌ ହେଲେ ପ୍ରିୟଙ୍କା

p1

ନ୍ୟୁୟର୍କ: ନ୍ୟୁୟର୍କର ମେଟ୍ରୋପୋଲିଟନ ମ୍ୟୁଜିୟମ ଅଫ୍‌ ଆର୍ଟରେ ଆୟୋଜିତ ‘ମେଟ୍‌ ଗାଲା ୨୦୧୯’ରେ ଜମିଥିଲା ଷ୍ଟାର୍‌ଙ୍କ ଗହଳି। ବଲିଉଡ଼ ଓ ହଲିଉଡ଼ କଳାକାରଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବଲିଉଡ଼ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ୍‌ ଜୋନ୍ସଙ୍କ ସହ ହାତରେ ହାତ ଛନ୍ଦି ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ।

Advertisment

ପ୍ରିୟଙ୍କା ଲଗ୍‌ଜରୀ ବ୍ରାଣ୍ଡ୍‌ ଡିୟୋରର ସିଲିଭର୍‌ କଲର୍‌ର ନ୍ୟୁଡ୍‌ ଗାଉନ ପିନ୍ଧିଥିଲେ। ଯାହାକି ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଥିଲା। ହେଲେ ହେୟାର ଷ୍ଟାଇଲ୍‌ ଯୋଗୁ ଖୁବ୍‌ ଟ୍ରଲ୍‌ ହେଲେ ପ୍ରିୟଙ୍କା।

ଏହି ଇଭେଣ୍ଟରେ ବଲିଉଡ଼ରୁ ଦୀପିକା ପାଦୁକୋନ ଓ ପ୍ରିୟଙ୍କା ନଜର ଆସିଥିଲେ। ଫିଲ୍ମି ବ୍ୟାକ୍‌ଗ୍ରାଉଣ୍ଡରୁ ନ ହୋଇ ମଧ୍ୟ ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ମଧ୍ୟ ଏଠାରେ ନଜର ଆସିଥିଲେ। ପିଙ୍କ୍‌ କଲର୍‌ ଗାଉନ୍‌ରେ ସେ ରାଜକୁମାରୀଠୁ କିଛି କମ୍‌ ନଜର ଆସୁନଥିଲେ।

Advertisment

publive-image

ହେଲେ ଯେତେବେଳେ ପ୍ରିୟଙ୍କାଙ୍କ ଲୁକ୍ସ ସୋଶାଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଲା, ସେତେବେଳେ ଫ୍ୟାନ୍ସଙ୍କ ଜବରଦସ୍ତ ରେସପନ୍ସ ଆସିବା ଆରମ୍ଭ ହୋଇଗଲା। ପ୍ରିୟଙ୍କାଙ୍କ ହେୟାର ଷ୍ଟାଇଲରେ ବହୁତ ଗୁଡ଼ିଏ ବବଲ୍‌ର ବ୍ୟବହାର କରାଯାଇଥିଲା। ଯାହକି ତାଙ୍କୁ ୟୁନିକ୍‌ ଲୁକ୍‌ ଦେଉଥିଲା।  କିଏ ଏହାକୁ ବିରପନ୍ନଙ୍କ ନିଶ ବୋଲି କହିଲା, ତ କିଏ ଆଉ କିଛି।

ଏହି ଇଭେଣ୍ଟରେ ପ୍ରିୟଙ୍କାଙ୍କ ସମେତ ନିକ ଜୋନ୍ସ, ଦୀପିକା ପାଦୁକୋନ, କେଟି ପେରୀ, କିମ କାର୍ଦଶିଅନ ଓ ଲେଡ଼ି ଗାଗାଙ୍କ ପରି ବହୁ ସେଲିବ୍ରିଟି ଯୋଗ ଦେଇ ପିଙ୍କ୍‌ କାର୍ପେଟରେ ଚାଲିଥିଲେ। ୨୦୧୭ ମେଟ୍‌ ଗାଲା ଇଭେଣ୍ଟରେ ହିଁ ପ୍ରିୟଙ୍କା ଓ ନିକ୍‌ ପ୍ରଥମ ଥର ଲାଗି ମିଡ଼ିଆ ସମ୍ମୁଖକୁ ଏକାଠି ଆସିଥିଲେ।

publive-image

ଫିଦରି ସିଲଭର୍‌ ଷ୍ଟାଇଲ୍‌ ଗାଉନ୍‌ ସାଙ୍ଗକୁ ସିଲଭର୍‌ କଲରର୍‌ ଆଇ ସ୍ୟାଡୋ ଓ ଡାର୍କ କଲରର ଲିଫଷ୍ଟିକ୍‌ରେ ପ୍ରିୟଙ୍କା ଖୁବ୍‌ ବୋଲ୍ଡ ଲାଗୁଥିଲେ। ଦୀପିକା ମଧ୍ୟ ଫିଙ୍କ୍‌ କଲର୍‌ ଗାଉନ୍‌ ପିନ୍ଧିଥିବା ବେଳେ ଡାର୍କ ଲିପ୍‌ଷ୍ଟିକ୍‌ ଓ ମ୍ୟାଚିଂ ଆଇସ୍ୟାଡୋରେ ଖୁବ୍‌ ଆକର୍ଷଣୀୟ ଲାଗୁଥିଲେ।

publive-image

Advertisment
Advertisment