neha-rohan
ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ ଗତ କାଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୋଶାଲ୍ ମିଡିଆରେ ନେହା ଏବଂ ରୋହନଙ୍କ ବିବାହ ସମୟର ଫଟୋ ଏବଂ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି। ଭିଡିଓରେ ନେହା ତାଙ୍କ ବିବାହକୁ ନେଇ ବେଶ୍ ଖୁସି ଏବଂ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।
ନେହାଙ୍କ ଖୁସି ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ନାନା ପ୍ରତିକ୍ରିୟା ଦେଇଛନ୍ତି। ନେହାଙ୍କ ବିବାହ ଭିଡିଓରେ କିଛି ପ୍ରଶଂସକ ତାଙ୍କ ପୂର୍ବତନ ପ୍ରେମିକ ହିମାଂଶ କୋହଲିଙ୍କ କଥା ଉଠାଇଛନ୍ତି। ଲୋକମାନେ ଭଲ ହେଲା ନେହା ହିମାଂଳଙ୍କ ପରିବର୍ତ୍ତେ ରୋହନଙ୍କୁ ଜୀବନସାଥୀ ବାଛିଛନ୍ତି ବୋଲି ଲେଖିଛନ୍ତି।
ସୂଚନାଯୋଗ୍ୟ, ଗତ ବର୍ଷ ନେହା କକ୍କର ଏବଂ ବଲିଉଡ୍ ଅଭିନେତା ହିମାଂଶ କୋହଲି ପରସ୍ପରକୁ ଡେଟ୍ କରୁଥିଲେ। ଏକଥା ନେହା ଏବଂ ହିମାଂଶ ସର୍ବସମ୍ମୁଖରେ ସ୍ୱିକାର ମଧ୍ୟ କରିଥିଲେ। କିନ୍ତୁ କିଛି ଦିନ ପରେ ପୁଣି ଖବର ଆସିଥିଲା ଯେ ଦୁହିଁଙ୍କ ସମ୍ପର୍କରେ ଫାଟକ ଆସିଯାଇଛି।
ହିମାଂଶଙ୍କର ଅନ୍ୟ ଏକ ସମ୍ପର୍କ ପାଇଁ ସେ ନେହାଙ୍କଠାରୁ ଦୂରେଇ ଯିବାକୁ ଚାହାନ୍ତି ବୋଲି ଶୁଣିବାକୁ ମିଳିଲା। ହିମାଂଶଙ୍କ ସହ ସମ୍ପର୍କ ବିଚ୍ଛେଦ ହେବାର କିଛି ଦିନ ପର୍ଯ୍ୟନ୍ତ ନେହା ବେଶ୍ ଦୁଃଖରେ ଥିଲେ। ବିଭିନ୍ନ ଶୋ'ରେ ନେହାଙ୍କୁ କାନ୍ଦିବାର ଦେଖିବାକୁ ମିଳିଥିଲା।
ତେବେ କିଛି ଦିନର ବ୍ୟବଧାନରେ ନେହା ରୋହନଙ୍କ ସହ ରିଲେସନ୍ସିପ୍କୁ ଆସିଲେ। ରୋହନ ନେହାଙ୍କଠାରୁ ୬ବର୍ଷ ଛୋଟ। ସେ ମଧ୍ୟ ଜଣେ ପଞ୍ଜାବି ଗାୟକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/neha-rohan_1625187992.jpg)