neha
ମୁମ୍ବାଇ: ନିକଟରେ ବଲିଉଡର ଲୋକପ୍ରିୟ ଗାୟିକା ନେହା କକ୍କର ଏବଂ ରାଇଜିଂ ଷ୍ଟାର ଫେମ୍ ରୋହନ ପ୍ରୀତ ସିଂଙ୍କର ବିବାହ ହୋଇଛି। ଦୁହିଁଙ୍କର ବିବାହ ସମୟ ଫଟୋ ମଧ୍ୟ ସୋଶାଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ନେହା ଏବଂ ରୋହନଙ୍କ ଯୋଡିକୁ ଲୋକମାନେ ବେଶ୍ ପସନ୍ଦ କରିଛନ୍ତି। ବିବାହ ପରେ ଏବେ ନେହାଙ୍କର ରିସେପ୍ସନ୍ର ଭିଡିଓ ଭାଇରାଲ୍ ହେଉଛି।
ନିକଟରେ ନେହାଙ୍କର ଏକ ଭିଡିଓରେ ସେ ପଞ୍ଜାବି ଗୀତ ଗାଉଥିବାର ନଜର ଆସିଛନ୍ତି। ଆଖପାଖରେ ଉପସ୍ଥିତ ଲୋକମାନେ ମଧ୍ୟ ଏହି ଭିଡିଓରେ ନାଚୁଥିବା ଦେଖିବାକୁ ମିଳିଛି।
ତେବେ ରିସେପସନ୍ ଦିନ ନେହା ଏବଂ ରୋହନଙ୍କ ଏକାଠି ଆଉ ଏକ ଗୀତ ଗାଉଥିବାର ଭିଡିଓ ସେଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଭିଡିଓରେ ନେହା ‘ନେହୁ ଦା ବ୍ୟାହା’ ଗୀତ ଗାଉଥିବା ଦେଖିବାକୁ ମିଳିଛି।
View this post on Instagram
ନେହାଙ୍କ ଏହି ଭିଡିଓକୁ ତାଙ୍କର ଏକ ଫ୍ୟାନ୍ ପେଜ୍ରୁ ଶେଆର କରାଯାଇଛି। ଭିଡିଓଟିକୁ ୩୦ ହଜାରରୁ ଅଧିକ ଲୋକ ଦେଖିଛନ୍ତି। କିଛି ଲୋକ ଦୁଇ ଗାୟକଙ୍କ ଯୋଡି ବେଶ୍ ସୁନ୍ଦର ଲାଗୁଛି। ନେହା ଏବଂ ରୋହନ୍ ଏମିତି ଗୀତ ଗାଇ ଲୋକଙ୍କ ମନୋରଞ୍ଜନ କରନ୍ତୁ ବୋଲି ଲେଖିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/neha-5_1625178257.jpg)