/odishatv-khabar/media/post_attachments/uploadimage/library/16_9/16_9_0/ncb_1625138568.jpg)
ncb
ମୁମ୍ବାଇ: ଡ୍ରଗ୍ସ କାରବାର ଯାଞ୍ଚରେ ଖ୍ୟାତନାମା ବଲିଉଡ୍ ପ୍ରଯୋଜକ ପିରୋଜ୍ ଏ. ନାଦିୱାଦ୍ୱାଲାଙ୍କ ଘରେ ରେଡ୍ କରିଛି ନାର୍କିଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା NCB । ମୁମ୍ବାଇର ପୋସ୍ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ତଲାସି ଅଭିଯାନ ଚାଲିଥିବା ସୂଚନା ମିଳିଛି। ଡ୍ରଗ୍ସ କାରବାର ମାମଲାରେ ଯାଞ୍ଚ ଚାଲିଥିବା ବେଳେ ଅଟକ ଥିବା ଅଭିଯୁକ୍ତଙ୍କ ପାଖରୁ ପ୍ରଯୋଜକଙ୍କ ନାଁ କୁହାଯାଇଥିଲା। ଯାହାପରେ ପ୍ରଯୋଜକଙ୍କ ଘରେ ରେଡ୍ କରିଛି ଏନ୍ସିବି।
ପିରୋଜ୍ ଏ. ନାଦିୱାଦ୍ୱାଲା ବଲିଉଡ୍ରେ ଜଣେ ଖ୍ୟାତନାମା ଫିଲ୍ମ ପ୍ରଯୋଜକ। ସେ ଅନେକ ଲୋକପ୍ରିୟ ଫିଲ୍ମ ପ୍ରଯୋଜନା କରିଛନ୍ତି। ସେଥିମଧ୍ୟରୁ ୨୦୦୬ରେ ଫିର୍ ହେରା ଫେରି, ଆୱାର ପାଗଲ ଦିୱାନା, ଆନ୍ ମ୍ୟାନ୍ ଏଟ୍ ୱର୍କ, ଫୁଲ୍ ଆଣ୍ଡ ଫାଇନାଲ, ୱେଲ୍କମ୍, କାରତସ ଆଦି ଅନ୍ୟତମ।
ଶନିବାର ସନ୍ଧ୍ୟାରେ ଏନସିବି ଅଧିକାରୀମାନେ ମୁମ୍ବାଇର ଭିନ୍ନ ଭିନ୍ନ ଚାରିଟି ସ୍ଥାନରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିଲେ। ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚାରଉଚରା କରାଯାଉଛି।
ନିକଟରେ ଅନ୍ୟ ଏକ ଡ୍ରଗ୍ସ ମାମଲାରେ ଅର୍ଜୁନ ରାମପାଲଙ୍କ ପତ୍ନୀ ଗାର୍ବିଲ୍ଲା ଡେମିଟ୍ରିଆଡେସ୍ଙ୍କ ଭାଇ ଆଗିସିଆଲୋସ୍ ଡେମିଟ୍ରିଆଡେସ୍କୁ ଗିରଫ କରିଛି ଏନ୍ସିବି। ପୂର୍ବରୁ ଧର୍ମାପ୍ରଡକ୍ସନ୍ର ପୂର୍ବତନ କର୍ମଚାରୀ କ୍ଷୀତିଜ୍ ପ୍ରସାଦକୁ ମଧ୍ୟ ଗରିଫ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)