/odishatv-khabar/media/post_attachments/uploadimage/library/16_9/16_9_0/784058-andhadhun-new_1626087842.jpg)
andhadhun
ମୁମ୍ବାଇ: ୬୬ତମ ଜାତୀୟ ଫିଲ୍ମ ପୁରସ୍କାର ବିଜେତାଙ୍କ ନାମ ଆଜି ଘୋଷଣା କରାଯାଇଛି। ସାଧାରଣତଃ ଏପ୍ରିଲ ମାସରେ ଏହାର ଘୋଷଣା କରାଯାଉଥିଲେ ମଧ୍ୟ ନିର୍ବାଚନ କାରଣରୁ ଏହା ସ୍ଥଗିତ ରହିଥିଲା। ଚଳିତ ବର୍ଷ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଅନ୍ଧାଧୁନ୍’ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି।
ଏହି ଅବସରରେ ଉତ୍ତରାଖଣ୍ଡ ରାଜ୍ୟକୁ ‘ବେଷ୍ଟ ଫିଲ୍ମ ଫ୍ରେଣ୍ଡଲି’ ରାଜ୍ୟ ସମ୍ମାନ ମିଳିଛି। ସେହିପରି ସାମଜିକ ସମସ୍ୟା ବିଭାଗରେ ‘ପ୍ୟାଡ୍ମ୍ୟାନ୍’କୁ ଶ୍ରେଷ୍ଠ ଫିଲ୍ମ ଭାବେ ମନୋନୀତ କରାଯାଇଛି।
ଶ୍ରେଷ୍ଠ ଅଭିନେତା: ଆୟୁଷ୍ମାନ୍ ଖୁରାନା(ଫିଲ୍ମ-ଅନ୍ଧାଧୁନ୍), ଭିକି କୌଶଲ୍(ଫିଲ୍ମ-ଉରି)
ଶ୍ରେଷ୍ଠ ଅଭିନେତ୍ରୀ: କୀର୍ତ୍ତି ସୁରେଶ(ଫିଲ୍ମ-ମହାନତୀ)
ଶ୍ରେଷ୍ଠ ଆକ୍ଦନ ଫିଲ୍ମ: କେଜିଏଫ୍
ଶ୍ରେଷ୍ଠ ନିର୍ଦ୍ଦେଶକ: ଆଦିତ୍ୟ ଧର୍(ଫିଲ୍ମ-ଉରି)
ଶ୍ରେଷ୍ଠ ଫିଚର ଫିଲ୍ମ: ଗୁଜରାଟୀ ଫିଲ୍ମ ‘ହଲ୍ଲାରୋ’
ବେଷ୍ଟ୍ ସପୋର୍ଟିଂ ଆକ୍ଟର୍: ସ୍ୱାନନ୍ଦ କିର୍କିରେ(ଫିଲ୍ମ-ଚୁମ୍ବକ)
ବେଷ୍ଟ୍ ସପୋର୍ଟିଂ ଆକ୍ଟ୍ରିସ୍: ସୁରେଖା ସିକ୍ରି(ଫିଲ୍ମ-ବଧାଇ ହୋ)
ସବୁଠାରୁ ଲୋକପ୍ରିୟ ଫିଲ୍ମ: ବଧାଇ ହୋ
ଶ୍ରେଷ୍ଠ କୋରିଓଗ୍ରାଫି: ଜ୍ୟୋତି ଦ ଟମୋର୍( ଘୁମର୍ ଗୀତ, ଫିଲ୍ମ-ପଦ୍ମାବତ୍)
ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ: ସଞ୍ଜୟ ଲୀଲା ଭଂଶାଳୀ(ଫିଲ୍ମ-ପଦ୍ମାବତ୍)
ବେଷ୍ଟ୍ ସାଉଣ୍ଡ୍ ଡିଜାଇନର୍: ଫିଲ୍ମ ଉରି
ବେଷ୍ଟ୍ ଆଡ୍ପଟେଡ୍ ସ୍କ୍ରିନ୍ ପ୍ଲେ: ଫିଲ୍ମ ଅନ୍ଧାଧୁନ୍
ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ: ଅର୍ଜିତ୍ ସିଂ (ଫିଲ୍ମ-ପଦ୍ମାବତ୍)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)