Advertisment

ପ୍ରଖ୍ୟାତ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ

ନୂଆଦିଲ୍ଲୀ: ୧୯୭୪ ମସିହାରେ ରିଲିଜ୍ ହୋଇଥିଲା ସୁପର ହିଟ୍ ହିନ୍ଦୀ ଫିଲ୍ମ ‘ବେନାମ’। ଏହି ଚଳଚିତ୍ରରେ ଅଭିନୟ କରିଥିଲେ ମେଗା ଷ୍ଟାର ଅମିତାଭ ବଚ୍ଚନ, ମୈସୁମୀ ଚାଟାର୍ଜୀ ଓ ପ୍ରେମ ଚୋପ୍ରା। ଏହି ଫିଲ୍ମରେ ଗୋଟେ ଜବରଦସ୍ତ ଗୀତ ଥିଲା, ‘ୟାରା ଓ ୟାରା ଇସ୍କ ନେ ମାରା’ ଯାହାକୁ ଆଜି ବି ଅନେକ ଲୋକ ଗୁଣୁଗୁଣ ହୋଇ ଗାଆନ୍ତି, ଆଉ ଭବିଷ୍ୟତରେ ଗାଇବେ ମଧ୍ୟ। ହେଲେ ଏହି ଜବରଦସ୍ତ ଗୀତକୁ ଗାଇଥିବା ସେହି ଦାମ୍‌ଦାର ସ୍ୱର […]

ପ୍ରଖ୍ୟାତ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ

narendra-chnachal

Advertisment

ନୂଆଦିଲ୍ଲୀ: ୧୯୭୪ ମସିହାରେ ରିଲିଜ୍ ହୋଇଥିଲା ସୁପର ହିଟ୍ ହିନ୍ଦୀ ଫିଲ୍ମ ‘ବେନାମ’। ଏହି ଚଳଚିତ୍ରରେ ଅଭିନୟ କରିଥିଲେ ମେଗା ଷ୍ଟାର ଅମିତାଭ ବଚ୍ଚନ, ମୈସୁମୀ ଚାଟାର୍ଜୀ ଓ ପ୍ରେମ ଚୋପ୍ରା। ଏହି ଫିଲ୍ମରେ ଗୋଟେ ଜବରଦସ୍ତ ଗୀତ ଥିଲା, ୟାରା ଓ ୟାରା ଇସ୍କ ନେ ମାରା ଯାହାକୁ ଆଜି ବି ଅନେକ ଲୋକ ଗୁଣୁଗୁଣ ହୋଇ ଗାଆନ୍ତି, ଆଉ ଭବିଷ୍ୟତରେ ଗାଇବେ ମଧ୍ୟ। ହେଲେ ଏହି ଜବରଦସ୍ତ ଗୀତକୁ ଗାଇଥିବା ସେହି ଦାମ୍‌ଦାର ସ୍ୱର ଆଜି ନୀରବି ଯାଇଛି। ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି କଣ୍ଠଶିଳ୍ପୀ ନରେନ୍ଦ୍ର ଚଞ୍ଚଲ। ତାଙ୍କ ବିୟୋଗରେ ସ୍ତବ୍ଧ ହୋଇଯାଇଛି ବଲିଉଡ୍‌।

Advertisment

ଫିଲ୍ମରେ ରୋମାଣ୍ଟିକ ଗୀତ ଓ ପରେ ଭଜନ ସମ୍ରାଟର ପରିଚୟ ପାଇଥିବା ନରେନ୍ଦ୍ର ଚଞ୍ଚଲଙ୍କର ଆଜି ତାଙ୍କ ବିହାରସ୍ଥିତ ବାସବଭନରେ ପରଲୋକ ହୋଇଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ଆଜି ଦିନ ଦ୍ୱିପହରେ ୮୦ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। ତାଙ୍କର ଏକ ଭଜନ ‘ମାତା କି ଭେଟ୍’  ବହୁତ ଲୋକପ୍ରିୟ ହୋଇଥିଲା। ତାଙ୍କ ବିୟୋଗରେ କେବଳ ବଲିଉଡ୍‌ ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କ୍ରୀଡ଼ିବିତ ଓ ସଂଗୀତ ଦୁନିଆର ବ୍ୟକ୍ତିମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କ୍ରିକେଟର ହରଭଜନ ସିଂହ, କଣ୍ଟଶିଳ୍ପୀ ଦଲେର ମେହେନ୍ଦୀ ନରେନ୍ଦ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

Advertisment

ବେଶକ୍‌ ମନ୍ଦିର ମସ୍‌ଜିଦ୍ ତୋଡ଼... ପର୍ ପ୍ୟାର୍ ଭରା ଦିଲ୍‌ ନା ତୋଡ଼ କହୁଥିବା ସେହି ଦିଲ୍‌ୱାଲା ଗାୟକ ସମସ୍ତଙ୍କ ହୃଦୟ ଭାଙ୍ଗି ଚାଲିଯାଇଛନ୍ତି ଆରପାରିକୁ। ନରେନ୍ଦ୍ର ଚଞ୍ଚଲ ଭଜନ ଗାଇବା ସହିତ ଅନେକ ହିନ୍ଦୀ ଫିଲ୍ମରେ ସୁପରଡୁପର ହିଟ୍ ଗୀତ ଗାଇଛନ୍ତି।

ସେଗୁଡ଼ିକ ମଧ୍ୟରୁ କେତେଗୁଡ଼ିଏ ହେଲା- ରାଜ କାପୁରଙ୍କ ଫିଲ୍ମ ବବି (ବେଶକ୍‌ ମନ୍ଦିର ମସ୍‌ଜିଦ୍ ତୋଡ଼... ପର୍ ପ୍ୟାର୍ ଭରା ଦିଲ୍‌ ନା ତୋଡ଼), ୧୯୭୪ ବେନାମ (ୟାରା ଓ ୟାରା ଇସ୍କ ନେ ମାରା), ୧୯୭୪ ରୋଟି କପଡ଼ା ମକାନ ( ବାକି କୁଛ ବଚା ତୋ ମେହେଙ୍ଗାଇ ମାର୍‌ଗଇ ), ୧୯୮୦ ଆଶା (ତୁନେ ମୁଝେ ବୁଲାୟା ସେରାୱାଲିୟେ), ୧୯୮୩ ଅବତାର (ଚଲୋ ବୁଲାୟା ଆୟା ହେ), ୧୯୮୫ କାଲା ସୁରଜ ( ଦୋ ଘୁଟ୍ ପିଲାଦେ ଔର୍),୧୯୯୪ ଅନ୍‌ଜାନେ (କୁଛ ଐସେ ଓ ହମ୍‌ସେ ପରାଏ) ଭଳି ଖୁବ୍‌ ଲୋକପ୍ରିୟ ଗୀତ ଗାଇଥିଲେ।

ହୋଇଥିଲା ନରେନ୍ଦ୍ରଙ୍କ କରୋନା ଭଜନ

ଗତବର୍ଷ ମାର୍ଚ୍ଚ ୨୦ ମାସରେ ନରେନ୍ଦ୍ର ଚଞ୍ଚଲଙ୍କର ଗୋଟେ ଭଜନ ଖୁବ୍ ଭାଇରାଲ୍ ହୋଇଥିଲା। ଏଥିରେ ମାଆ ଦୁର୍ଗାଙ୍କ ଭଜନ ଗାଉଥିବା ବେଳେ କରୋନା କଥା କହିଥିଲେ। ଏଥିରେ ସେ ଗାଇଥିଲେ “ଡେଙ୍ଗୁ ବି ଆୟା ଔର ସ୍ୱାଇନ୍‌ ଫ୍ଲୁ ବି ଆୟା ଚିକନ ଗୁନିଆନେ ଶୋର୍‌ ମଚାୟା କିଥେ ଆୟା କରୋନା ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ