Advertisment

ମୀନାକ୍ଷୀ ସେଶାଦ୍ରିଙ୍କ ମୃତ୍ୟୁ ଗୁଜବ

ମୁମ୍ବାଇ: କରୋନା ପ୍ରତିଦିନ କନ୍ଦଉଛି। ସେ ସାଧାରଣ ଲୋକ ହେଉ କି କୌଣସି ବିଶେଷ ଲୋକ, ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ବିବ୍ରତ କରୁଛି। କରୋନା କାରଣରୁ ଅନେକ ସେଲିବ୍ରିଟି ମଧ୍ୟ ଦୁନିଆରୁ ବିଦାୟ ନେଇଛନ୍ତି। ୮୦-୯୦ ଦଶକରେ ଅନେକ ସୁପରହିଟ୍…

author-image
Pramod Behera
ଅଦ୍ୟତନ ହୋଇଛି
ମୀନାକ୍ଷୀ ସେଶାଦ୍ରିଙ୍କ ମୃତ୍ୟୁ ଗୁଜବ

3

ମୁମ୍ବାଇ: କରୋନା ପ୍ରତିଦିନ କନ୍ଦଉଛି। ସେ ସାଧାରଣ ଲୋକ ହେଉ କି କୌଣସି ବିଶେଷ ଲୋକ, ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ବିବ୍ରତ କରୁଛି। କରୋନା କାରଣରୁ ଅନେକ ସେଲିବ୍ରିଟି ମଧ୍ୟ ଦୁନିଆରୁ ବିଦାୟ ନେଇଛନ୍ତି। ୮୦-୯୦ ଦଶକରେ ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ମୀନାକ୍ଷୀ ସେଶାଦ୍ରି ଦୀର୍ଘ ଦିନ ଧରି ବଲିଉଡ ଜଗତରୁ ଦୂରରେ ଥିଲେ ମଧ୍ୟ ଅଭିନୟ ପାଇଁ ପ୍ରଶଂସକମାନେ ତାଙ୍କୁ ଆଜି ବି ଝୁରୁଛନ୍ତି। ନିକଟରେ ତାଙ୍କ ମୃତ୍ୟୁ ଗୁଜବ ଆରମ୍ଭ ହୋଇଥିଲା, ଯାହା ପରେ ଅଭିନେତ୍ରୀ ନିଜେ ତାଙ୍କ ଜୀବିତ ଥିବା ପ୍ରମାଣ ଦେଇଥିଲେ।

Advertisment

publive-image

ନିକଟରେ, ଏକ ଟିଭି ଚ୍ୟାନେଲ୍ ୮୦ ଓ ୯୦ ଦଶକର ସୁପରହିଟ୍ ଅଭିନେତ୍ରୀ ମୀନାକ୍ଷୀ ସେଶାଦ୍ରିଙ୍କ ବିଷୟରେ ଏକ ସମ୍ପୂର୍ଣ୍ଣ ଏପିସୋଡ୍ ପ୍ରଦର୍ଶନ କରିଥିଲା। ଯେତେବେଳେ ଚ୍ୟାନେଲ ସୋସିଆଲ ମିଡିଆରେ ପୋଷ୍ଟ କଲା, ମୀନାକ୍ଷୀ ସେଶାଦ୍ରିଙ୍କ ପ୍ରଶଂସକମାନେ ଅନୁଭବ କଲେ ଯେ ତାଙ୍କର ଦେହାନ୍ତ ହୋଇଯାଇଛି ଏବଂ ଏହାକୁ ନେଇ ପ୍ରତ୍ୟେକ କ୍ଷେତ୍ରରେ ଅଭିନେତ୍ରୀଙ୍କ ବିଷୟରେ ଆଲୋଚନା ଆରମ୍ଭ ହୋଇଗଲା। ଯେତେବେଳେ ମୀନାକ୍ଷୀ ଏହି ଖବର ଜାଣିଲେ ଏହା ଏକ ଗୁଜବ ବୋଲି ସେ ନିଜେ ପ୍ରମାଣିତ କଲେ।

publive-image

ମିନାକ୍ଷୀ ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଯୋଗ କରିବା ଅବସ୍ଥାରେ ବସିଥିବାର ନଜର ଆସିଛନ୍ତି। ଏହା ସ୍ପଷ୍ଟ ଯେ ଅଭିନେତ୍ରୀଙ୍କ ମୁହଁରେ ବୟସର ପ୍ରଭାବ ଦୃଶ୍ୟମାନ ହୁଏ, କିନ୍ତୁ ତାଙ୍କ ଫିଟନେସ୍ ତାଙ୍କ ବୟସକୁ ଭୁଲ ପ୍ରମାଣିତ କରୁଛି। ଫଟୋ ସେୟାର କରିବା ସମୟରେ ଅଭିନେତ୍ରୀ ଲେଖିଥିଲେ- ‘ଡ୍ୟାନ୍ସ ପୋଜ୍’। ଏହି ଫଟୋରେ ମୀନାକ୍ଷୀ ଏକ ନାଲି ରଙ୍ଗର କୁର୍ତ୍ତା ପିନ୍ଧିଥିଲେ।

Advertisment

publive-image

ତଥାପି, ଏହା ତାଙ୍କର ଅଫିସିଆଲ୍ ଆଇଡି କି ନାହିଁ ଏଥିରେ ସନ୍ଦେହ ଅଛି, କାରଣ ଏଥିରେ ବ୍ଲୁ ଟିକ୍ ମାର୍କ ନାହିଁ। ୧୯୯୫ ରେ, ମୀନାକ୍ଷୀ ପୁଞ୍ଜି ନିବେଶକ ହରିଶ ମୈସୁରଙ୍କୁ ବିବାହ କରିଥିଲ। ବିବାହ ପରେ ସେ ଆମେରିକାର ଟେକ୍ସାସ ସହରକୁ ଚାଲିଯାଇଥିଲେ। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। ମୀନାକ୍ଷୀ ଆରମ୍ଭରୁ ନୃତ୍ୟକୁ ଭଲ ପାଉଥିଲେ, ତେଣୁ ସେ ଟେକ୍ସାସରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଶିକ୍ଷା ଦେଉଛନ୍ତି।

publive-image

ମୀନାକ୍ଷୀ ହିନ୍ଦୀ ବ୍ୟତୀତ ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ର ମଧ୍ୟ କରିଛନ୍ତି। ୧୯୮୩ ମସିହାରେ ସେ ‘ହିରୋ’ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ। ଫିଲ୍ମରେ ତାଙ୍କର ବିପରୀତରେ ଜ୍ୟାକି ଶ୍ରଫ୍ ଥିଲେ। ମୀନାକ୍ଷୀଙ୍କ ଏହି ପ୍ରଥମ ଚଳଚ୍ଚିତ୍ର ସୁପରହିଟ୍ ହୋଇଥିଲା ଏବଂ ଏହାପରେ ତାଙ୍କ ଭାଗ୍ୟ ଖୋଲି ଯାଇଥିଲା। ତାଙ୍କର ମୁଖ୍ୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘ମେରୀ ଜଙ୍ଗ’, ‘ଡକୈତ’, ‘ଦିଶ ସାଲ ବାଦ, ‘ଗଙ୍ଗା ଜମୁନା ସରସ୍ୱତୀ’, ‘ଜୁର୍ମ’, ‘ଘାୟଲ୍’, ‘ ଆଦମୀ ଖିଲୋନା ହୈ’, ‘ଦାମିନୀ’ ଏବଂ ‘ଘାତକ’।

Advertisment
Advertisment