Advertisment

ଚାଲିଗଲେ ମହାଭାରତର ଇନ୍ଦ୍ର

ନୂଆଦିଲ୍ଲୀ: ବିଆର ଚୋପଡାଙ୍କ “ମହାଭାରତ”ରେ ଇନ୍ଦ୍ର ଭୂମିକାରେ ଅଭିନୟ କରିଥିବା ଟିଭି କଳାକାର ସତୀଶ କୌଲ ଆଉ ଆମ ଗହଣରେ ନାହାନ୍ତି। ଲୁଧିଆନାରେ ୭୨ ବର୍ଷ ବୟସରେ କରୋନାରେ ତାଙ୍କର ପରଲୋକ ହୋଇଛି। ସତୀଶ ଅନେକଗୁଡ଼ିଏ ଟିଭି ସୋ’ରେ କାମ କରିଥିବା ବେଳେ ତାଙ୍କର ଅନେକ ହିନ୍ଦି ଓ ପଞ୍ଜାବୀ ସିନେମା ମଧ୍ୟ ରହିଛି। ତାଙ୍କ ପରଲୋକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଶୋକ ବ୍ୟକ୍ତ କରିଛନ୍ତି। ସତୀଶ ପ୍ରାୟ ୩୦୦ ସିନେମାରେ କାମ କରିଥିବା […]

author-image
Pramod Behera
ଚାଲିଗଲେ ମହାଭାରତର ଇନ୍ଦ୍ର

Indra

ନୂଆଦିଲ୍ଲୀ: ବିଆର ଚୋପଡାଙ୍କ “ମହାଭାରତ”ରେ ଇନ୍ଦ୍ର ଭୂମିକାରେ ଅଭିନୟ କରିଥିବା ଟିଭି କଳାକାର ସତୀଶ କୌଲ ଆଉ ଆମ ଗହଣରେ ନାହାନ୍ତି। ଲୁଧିଆନାରେ ୭୨ ବର୍ଷ ବୟସରେ କରୋନାରେ ତାଙ୍କର ପରଲୋକ ହୋଇଛି। ସତୀଶ ଅନେକଗୁଡ଼ିଏ ଟିଭି ସୋ’ରେ କାମ କରିଥିବା ବେଳେ ତାଙ୍କର ଅନେକ ହିନ୍ଦି ଓ ପଞ୍ଜାବୀ ସିନେମା ମଧ୍ୟ ରହିଛି। ତାଙ୍କ ପରଲୋକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଶୋକ ବ୍ୟକ୍ତ କରିଛନ୍ତି। ସତୀଶ ପ୍ରାୟ ୩୦୦ ସିନେମାରେ କାମ କରିଥିବା ବେଳେ ଶାହରୁଖ ଖାନ, ଅମିତାଭ ବଚ୍ଚନ, ଦେବ ଆନନ୍ଦ, ଦିଲ୍ଲୀପ କୁମାରଙ୍କ ଭଳି ବରିଷ୍ଠ ଅଭିନେତାମାନଙ୍କ ସହିତ ମଧ୍ୟ କାମ କରିଛନ୍ତି।

Advertisment

publive-imageକଶ୍ମୀରରେ ଜନ୍ମଲାଭ କରିଥିବା ସତୀଶଙ୍କ ବୟସ ୭୨ ଥିବାବେଳେ ଜୀବନର ଶେଷ ମୁହୂର୍ତ୍ତରେ ସେ ବିଷାଦଗ୍ରସ୍ତ ଥିଲେ। ପ୍ରକାଶଥାଉକି ସତୀଶ ଲୁଧିଆନାରେ ଏକ ଏକ୍ଟିଂ ସ୍କୁଲ ଖୋଲିଥିଲେ, ସେଥିରେ କ୍ଷତି ହେବାରୁ ସେ ବନ୍ଦ କରିଦେଇଥିଲେ। ତାଙ୍କ ପାରିବାରିକ ଜୀବନ ମଧ୍ୟ ସେପରି ଭଲ ନ ଥିଲା।  ତାଙ୍କ ପତ୍ନୀ ତାଙ୍କୁ ଛାଡ଼ପତ୍ର ଦେଇଦେଇଥିଲେ ଓ ପିଲାମାନଙ୍କ ସହିତ ଆମେରିକା ଚାଲିଯାଇଥିଲେ। ଏହିସବୁ କାରଣରୁ ସେ ଅତ୍ୟନ୍ତ ଦୁଖିହେବା ସହ ଏକ ହତାଶା ଜୀବନ ଜୀଉଥିଲେ।

ସତୀଶଙ୍କ ସିନେମା ଦୁନିଆକୁ ଯଦି ଦେଖାଯାଏ ତେବେ ସେ ଅନେକଗୁଡ଼ିଏ ହିନ୍ଦି ଓ ପଞ୍ଜାବୀ ସିନେମାରେ ତାଙ୍କର ଅଭିନୟର ଛାପ ଛାଡିଛନ୍ତି। ତାଙ୍କ ଅଭିନିତ ସିନେମା ମଧ୍ୟରେ ‘ପ୍ୟାର ତୋ ହୋନା ହି ଥା(୧୯୯୮)’, ‘ଆଣ୍ଟୀ ନଂ-୧(୧୯୯୮)’, ‘ଜଞ୍ଜୀର(୧୯୯୮)’, ‘ୟାରାନା(୧୯୯୫)’, ‘ଇଲ୍ଜାମ(୧୯୮୬)’, ‘ଶିବା କା ଇନସାଫ୍(୧୯୮୫)’, ‘କସମ’ ରହିଛି। ସେହିଭଳି ପଞ୍ଜାବୀ ସିନେମା ଭିତରେ ଶେରା ଦେ ପୁତ୍ ଶେର୍, ମୌଲା ଜଟ୍ଟ, ଗୁଡ୍ଡୋ, ପଟୋଲା ଏବଂ ପିଙ୍ଗା ପ୍ୟାର୍ ଦିୟା ରହିଛି।

Advertisment

publive-imageସତୀଶ କୌଲ୍ଙ୍କ ସିନେମା ଦୁନିଆକୁ ଅବଦାନ ପାଇଁ ପଞ୍ଜାବୀ ଫିଲ୍ମ ଆଞ୍ଵାର୍ଡ଼ ଦ୍ୱାରା ତାଙ୍କୁ ଲାଇଫ୍ ଟାଇମ୍ ଆକ୍ଚିଭମେଣ୍ଟ ସମ୍ମାନରେ ସମ୍ମାନୀତ କରାଯାଇଛି। ସତୀଶ ତାଙ୍କ ଜୀବଦଶାରେ ଅନେକ ବଡ଼ ବଡ଼ ପ୍ରୋଜେକ୍ଟରେ କାମ କରିଛନ୍ତି। ବିଆର୍ ଚୋପ୍ଡ଼ାଙ୍କ ‘ମହାଭାରତ’ ଠାରୁ ‘ସଦୀ କେ ମହାନାୟକ’ ପର୍ଯ୍ୟନ୍ତ ସେ କାମ କରିଛନ୍ତି। କିନ୍ତୁ ଜୀବନର ଶେଷ ସମୟରେ ସେ ବହୁତ ହଇରାଣ ହେଉଥିବା ଦେଖାଯାଉଥିଲା। ସତୀଶ ଲୁଧିଆନାର ବିବେକାନନ୍ଦ ବୃଦ୍ଧ ଆଶ୍ରମରେ ରହୁଥିବା ବେଳେ ତାଙ୍କ ପାଖରେ ମେଡିକାଲ ବିଲ୍ ଦେବାକୁ ମଧ୍ୟ ଟଙ୍କା ନ ଥିଲା।

Advertisment
Advertisment