Advertisment

ସିଲ୍‌ ହେଲା ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ବିଲ୍ଡିଂ, ଜାଣନ୍ତୁ କାହିଁକି...

ମୁମ୍ବାଇ: ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ପ୍ରଭୁକୁଞ୍ଜ ବିଲ୍ଡିଂକୁ  Brihanmumbai Municipal Corporation (BMC) ପକ୍ଷରୁ ସିଲ୍‌ କରାଯାଇଛି। କରୋନା ମହାମାରୀ ସମୟରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଶନିବାର ବିଲ୍ଡିଂକୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି। ତେବେ କଣ୍ଠଶିଳ୍ପୀ ଲତା ମଙ୍ଗେସକର ଓ ତାଙ୍କ ପରିବାର ସଦସ୍ୟ ସୁରକ୍ଷିତ ଅଛନ୍ତି। ପ୍ରଖ୍ୟାତ ଗାୟିକାଙ୍କ ପରିବାର ପକ୍ଷରୁ ଶନିବାର ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି, ‘ଆପଣମାନଙ୍କୁ ଆମେ ଅନୁରୋଧ କରୁଛୁ, ଆପଣମାନେ ଆମ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ […]

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ସିଲ୍‌ ହେଲା ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ବିଲ୍ଡିଂ, ଜାଣନ୍ତୁ କାହିଁକି...

singer lata

ମୁମ୍ବାଇ: ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ପ୍ରଭୁକୁଞ୍ଜ ବିଲ୍ଡିଂକୁ  Brihanmumbai Municipal Corporation (BMC) ପକ୍ଷରୁ ସିଲ୍‌ କରାଯାଇଛି। କରୋନା ମହାମାରୀ ସମୟରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଶନିବାର ବିଲ୍ଡିଂକୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି। ତେବେ କଣ୍ଠଶିଳ୍ପୀ ଲତା ମଙ୍ଗେସକର ଓ ତାଙ୍କ ପରିବାର ସଦସ୍ୟ ସୁରକ୍ଷିତ ଅଛନ୍ତି।

Advertisment

ପ୍ରଖ୍ୟାତ ଗାୟିକାଙ୍କ ପରିବାର ପକ୍ଷରୁ ଶନିବାର ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି, ‘ଆପଣମାନଙ୍କୁ ଆମେ ଅନୁରୋଧ କରୁଛୁ, ଆପଣମାନେ ଆମ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ହେଉଥିବା ଗୁଜବ ଖବର ଉପରେ କୌଣସି ରିଆକ୍ଟ କରନ୍ତୁ ନାହିଁ। ଆମ୍ଭେମାନେ ସତର୍କତା ଅବଲମ୍ବନ କରିବା ସହ ନିଜର ଯତ୍ନ ନେଉଛୁ। ଭଗବାନଙ୍କ କୃପାରୁ ଆମ୍ଭେମାନେ ସୁରକ୍ଷିତ ଅଛୁ।’

‘ଯେହେତୁ ଆମ ଘରେ ଓ ବିଲ୍ଠିଂରେ ବରିଷ୍ଠ ନାଗରିକମାନେ ରହୁଛନ୍ତି, ତେଣୁ କରୋନା ଭଳି ମହାମାରୀ ସମୟରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଲ୍ଡିଂ ସୋସାଇଟି ଓ BMC ପକ୍ଷରୁ ବିଲ୍ଡିଂ ସିଲ୍‌ କରାଯାଇଛି’ ବୋଲି ପ୍ରଖ୍ୟାତ ଗାୟିକାଙ୍କ ପରିବାର ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି।

Advertisment

ଗଣେଶ ଚତୁର୍ଥୀ ଅବସରରେ ଗତ ସପ୍ତାହରେ ଲତା ମଙ୍ଗେସକର ପୂଜା ସମୟର ଏକ ଫଟୋ ସୋସିଆଲ୍‌ ମିଡିଆରେ ଶେଆର କରିଥିଲେ।

View this post on Instagram

A post shared by Lata Mangeshkar (@lata_mangeshkar) on

Advertisment
Advertisment