Advertisment

ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର 'ଇନ୍ଦୁ ଦାଦି'

ମୁମ୍ବାଇ: କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’ ଆକା ଜରିନା ରୋଶନ ଖାନଙ୍କ ଦେହାନ୍ତ ହୋଇଛି। ୫୪ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତକାଲି ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି। ଜରିନାଙ୍କ ମୃତ୍ୟୁରେ ଟେଲି ଦୁନିଆରେ ଶୋକର ଛାୟା ଖେଳିଯାଇଛି। କୁମ୍‌କୁମ୍‌ ଭାଗ୍ୟରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଶ୍ରୀଷ୍ଟି ଇନ୍‌ଷ୍ଟାଗ୍ରାମରେ ଜରିନାଙ୍କ ସହ ଏକ ଫଟୋ ଶେଆର କରି ଭଙ୍ଗା ହୃଦୟର ଇମୋଜି ଶେଆର କରିଛନ୍ତି। ଆହୁରି ପଢ଼ନ୍ତୁ:୯ମାସର ଗର୍ଭବତୀ ୫ମିନିଟ୍‌ରେ […]

author-image
Otv Khabar Bureau
ଅଦ୍ୟତନ ହୋଇଛି
ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର 'ଇନ୍ଦୁ ଦାଦି'

indu-dadi

ମୁମ୍ବାଇ: କୁମ୍‌କୁମ୍‌ ଭାଗ୍ୟର 'ଇନ୍ଦୁ ଦାଦି' ଆକା ଜରିନା ରୋଶନ ଖାନଙ୍କ ଦେହାନ୍ତ ହୋଇଛି। ୫୪ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତକାଲି ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି। ଜରିନାଙ୍କ ମୃତ୍ୟୁରେ ଟେଲି ଦୁନିଆରେ ଶୋକର ଛାୟା ଖେଳିଯାଇଛି।

Advertisment

କୁମ୍‌କୁମ୍‌ ଭାଗ୍ୟରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଶ୍ରୀଷ୍ଟି ଇନ୍‌ଷ୍ଟାଗ୍ରାମରେ ଜରିନାଙ୍କ ସହ ଏକ ଫଟୋ ଶେଆର କରି ଭଙ୍ଗା ହୃଦୟର ଇମୋଜି ଶେଆର କରିଛନ୍ତି।

ଆହୁରି ପଢ଼ନ୍ତୁ:୯ମାସର ଗର୍ଭବତୀ ୫ମିନିଟ୍‌ରେ ଦୌଡିଲେ ୧.୬କିମି, ଭିଡିଓ ଭାଇରାଲ୍‌

ସେହିପରି ଏହି ଧାରାବାହିକର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଶବିର ମଧ୍ୟ ଜରିନାଙ୍କ ସହ ଏକ ଫଟୋ ଶେଆର କରି  କ୍ୟାପସନ୍‌ରେ 'ୟେ ଚାନ୍ଦ ସା ରୌଶନ୍‌ ଚେହେରା' ଲେଖିଛନ୍ତି।

Advertisment

https://www.instagram.com/p/CGfbKwpJp1A/?utm_source=ig_web_copy_link

ଏହି ଧାରାବାହିକର ଆଉ ଜଣେ ଅଭିନେତା ଅନୁରାଗ ଶର୍ମା ଏକ ନ୍ୟୁଜ୍‌ ପୋର୍ଟାଲ୍‌କୁ ସାକ୍ଷାତକାର ଦେବା ସମୟରେ କହିଛନ୍ତି, 'ସେ ଜଣେ ଅତି ଜୀବନ୍ତ ମଣିଷ ଥିଲେ।  ସେ ସର୍ବଦା ଶକ୍ତିରେ ପରିପୂର୍ଣ୍ଣ ଥିଲେ।  ସେ ଲଢିକି ଜୀବନ ବଞ୍ଚୁଥିଲେ।  ଗତ ମାସରେ ଆମେ ଏକାଠି କାମ କରିଥିଲୁ। ସେ ସମୟରେ ସେ ସମ୍ପୂର୍ଣ୍ଣ ଭଲ ଥିଲେ, କିନ୍ତୁ ହଠାତ୍ ମୁଁ ତାଙ୍କ ଦେହାନ୍ତର ଖବର ପାଇଲି।

Advertisment
Advertisment