Advertisment

ଫିଲ୍ମ ରିଲିଜ୍‌ ପୂର୍ବରୁ କ୍ରିତି ବାଣ୍ଟିଥିଲେ ଟିକେଟ୍‌ ଆଉ ହିଟ୍‌ ହେବା ପରେ...

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍‌ ଏବେ ନିଜର ଫିଲ୍ମ ‘ଲୁକା ଚୁପି’ର ସଫଳତାକୁ ନେଇ ବେଶ୍‌ ଖୁସି। ସେଥିପାଇଁ ସେ ଗତକାଲି ମହା ଶିବରାତ୍ରୀ ଅବସରରେ ମୁମ୍ବାଇର ଏକ ଶିବ ମନ୍ଦିରକୁ ଯାଇଥିଲେ। ରିଲିଜ୍‌ର ପ୍ରଥମ ଦିନରେ ତାଙ୍କ ଫିଲ୍ମ ୮.୦୧ କୋଟି ଟଙ୍କା ଆୟ କରି ସବୁଠୁ ଦମ୍‌ଦାର ଓପନିଙ୍ଗ୍‌ ଫିଲ୍ମ ସାବ୍ୟସ୍ତ ହୋଇଛି। ଏମିତିରେ ସେ ଅନେକ କାର୍ଯ୍ୟକ୍ରମରେ ବ୍ୟସ୍ତ ଥାଇବି ସମୟ ବାହାର କରି ସାନ୍ତାକାଉଜ୍‌ ସ୍ଥିତ ଶିବ ମନ୍ଦିରରେ […]

ଫିଲ୍ମ ରିଲିଜ୍‌ ପୂର୍ବରୁ କ୍ରିତି ବାଣ୍ଟିଥିଲେ ଟିକେଟ୍‌ ଆଉ ହିଟ୍‌ ହେବା ପରେ...

KRITI

Advertisment

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍‌ ଏବେ ନିଜର ଫିଲ୍ମ ‘ଲୁକା ଚୁପି’ର ସଫଳତାକୁ ନେଇ ବେଶ୍‌ ଖୁସି। ସେଥିପାଇଁ ସେ ଗତକାଲି ମହା ଶିବରାତ୍ରୀ ଅବସରରେ ମୁମ୍ବାଇର ଏକ ଶିବ ମନ୍ଦିରକୁ ଯାଇଥିଲେ।

Advertisment

ରିଲିଜ୍‌ର ପ୍ରଥମ ଦିନରେ ତାଙ୍କ ଫିଲ୍ମ ୮.୦୧ କୋଟି ଟଙ୍କା ଆୟ କରି ସବୁଠୁ ଦମ୍‌ଦାର ଓପନିଙ୍ଗ୍‌ ଫିଲ୍ମ ସାବ୍ୟସ୍ତ ହୋଇଛି। ଏମିତିରେ ସେ ଅନେକ କାର୍ଯ୍ୟକ୍ରମରେ ବ୍ୟସ୍ତ ଥାଇବି ସମୟ ବାହାର କରି ସାନ୍ତାକାଉଜ୍‌ ସ୍ଥିତ ଶିବ ମନ୍ଦିରରେ ଭଗବାନଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ। ଦର୍ଶନ ସାରି ସେ ସେଠାରେ ଉପସ୍ଥିତ ଥିବା ଦର୍ଶକମାନଙ୍କୁ ଧନ୍ୟବାଦ ଦେଇ ପ୍ରସାଦ ବାଣ୍ଟିଥିଲେ।

publive-imageସୂଚନାଯୋଗ୍ୟ ଯେ ଫିଲ୍ମ ‘ଲୁକା ଚୁପି’ ୨୫ କୋଟିରେ ନିର୍ମିତ ହୋଇଥିବା ବେଳେ ତିନି ଦିନରେ ୩୨.୧୩ କୋଟି ଟଙ୍କା ଆୟ କରି ସାରିଛି। କ୍ରିତି ଏହି ଫିଲ୍ମରେ ନିଜ ଖୋଲା ବିଚାର ଓ ଭିନ୍ନ ଚରିତ୍ର ପାଇଁ ଅନେକ ପ୍ରଶଂସା ସାଉଁଟିଛନ୍ତି।

Advertisment

ଫିଲ୍ମ ରିଲିଜ୍‌ ସମୟରେ ବି କ୍ରିତି ଏମିତି କିଛି କରିଥିଲେ ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା। ରିଲିଜ୍‌ ସମୟରେ ସେ ଦର୍ଶକଙ୍କ ପ୍ରତିକ୍ରିୟା ଦେଖିବାକୁ ବା ଦର୍ଶକଙ୍କୁ ଉତ୍ସାହିତ କରିବାକୁ ସିନେମା ଘରେ ପହଞ୍ଚିଥିଲେ। ସେଠାରେ ସେ ଦର୍ଶକଙ୍କୁ ସରପ୍ରାଇଜ୍‌ ଦେବାକୁ ସିନେମା ଘରେ ଟିକେଟ୍‌ ବିକ୍ରି କରିଥିଲେ। ସେଠାରେ ଉପସ୍ଥିତ ଦର୍ଶକ ତାଙ୍କୁ ଟିକେଟ୍‌ ବିକ୍ରି କରୁଥିବା ଦେଖି ଖୁବ୍‌ ଖୁସି ହୋଇଥିଲେ।

Advertisment

ଏହି ଫିଲ୍ମ ପରେ କ୍ରିତିଙ୍କ ପାଖରେ ଆହୁରି ଅନେକ ଫିଲ୍ମର ଅଫର ଅଛି। ଆଗକୁ ‘ଅର୍ଜୁନ ପଟିୟାଲା’, ‘ହାଉସ୍‌ ଫୁଲ୍‌ -୪’ ଓ ‘ପାନିପଥ’ ଆଦି ଫିଲ୍ମରେ ଅଭିନୟ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ