/odishatv-khabar/media/post_attachments/uploadimage/library/16_9/16_9_0/2-18_1620200605.jpg)
2
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣୌତ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥିବାବେଳେ ବିନା ଦ୍ୱିଧାରେ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ସ୍ପଷ୍ଟ ମତ ବ୍ୟକ୍ତ କରନ୍ତି। କିନ୍ତୁ, ଲାଗୁଛି ଯେ କଙ୍ଗନା ରଣୌତଙ୍କ ଏଭଳି ଦାୟିତ୍ଵହୀନ ମତ ବୋଧହୁଏ ଟ୍ୱିଟର ପସନ୍ଦ କରୁ ନ ଥିଲା। ସେଥିପାଇଁ ମଙ୍ଗଳବାର ଟ୍ୱିଟର ଦ୍ୱାରା କଙ୍ଗନା ରଣୌତଙ୍କ ଆକାଉଣ୍ଟକୁ ବ୍ୟାନ୍ କରାଯାଇଥିଲା। ନିକଟରେ ଏହି ଅଭିନେତ୍ରୀ ଟିଏମସି ବିରୋଧରେ ଗୁରୁତର ଅଭିଯୋଗ ଆଣି ବଙ୍ଗଳା ହିଂସା ବିରୋଧରେ ନିଜର ମତ ରଖିଥିଲେ, ଏହାର କିଛି ସମୟ ପରେ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟକୁ ସବିଦିନ ପାଇଁ ସସପେଣ୍ଡ କରାଯାଇଥିଲା। ତେବେ ଟ୍ଵିଟର କଙ୍ଗନା ରଣୌତଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ବ୍ୟାନ କରିବା ପରେ ଦେଶୀ ଆପ୍ ‘କୁ’ କଙ୍ଗନାଙ୍କ ସପକ୍ଷରେ ଠିଆ ହୋଇଛି।
/odishatv-khabar/media/post_attachments/wp-content/uploads/2021/05/Untitled-1-24.jpg)
ଟ୍ୱିଟର ଅନୁଯାୟୀ, କଙ୍ଗନାଙ୍କ ଦ୍ଵାରା ବାରମ୍ବାର ନିୟମକୁ ଉଲ୍ଲଂଘନ କରିବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ତାଙ୍କ ବିରୋଧରେ ଏହି ପଦକ୍ଷେପ ନେଇଛି। ଏହାପୂର୍ବରୁ ଟ୍ୱିଟର କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କ ଆକାଉଣ୍ଟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲା। ଏଭଳି ପରିସ୍ଥିତିରେ ଟ୍ୱିଟରର ବିକଳ୍ପ ଭାବେ ‘କୁ’ର ପ୍ରତିଷ୍ଠାତା ବଲିଉଡ ରାଣୀ କଙ୍ଗନା ରାନାୱତଙ୍କୁ ଏକ ପୋଷ୍ଟ ମାଧ୍ୟମରେ ସ୍ୱାଗତ କରିଛନ୍ତି। ‘କୁ’ର ସିଇଓ ତଥା ସହ-ପ୍ରତିଷ୍ଠାତା ଅପ୍ରମେୟ ରାଧାକ୍ରିଷ୍ଣନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ କଙ୍ଗନାଙ୍କ ‘କୁ’ ପୋଷ୍ଟର ସ୍କ୍ରିନସଟ ସେୟାର କରିଛନ୍ତି।
/odishatv-khabar/media/post_attachments/wp-content/uploads/2021/05/1-22.jpg)
ଏହି ସ୍କ୍ରିନସଟ ସେୟାର କରିବା ସମୟରେ ରାଧାକ୍ରିଷ୍ଣନ ଅଭିନେତ୍ରୀଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସ୍ୱାଗତ କରିଥିଲେ। ଅବଶ୍ୟ, କଙ୍ଗାନାଙ୍କ ଏହି ପୋଷ୍ଟ ବିଗତ ଦିନର ଥିଲା। କିନ୍ତୁ, ଅଭିନେତ୍ରୀଙ୍କୁ ଟ୍ୱିଟରରୁ ବ୍ୟାନ କରାଯିବା ପରେ ‘କୁ’ ଆପ୍ ର ସହ-ପ୍ରତିଷ୍ଠାତା ଏହି ପୋଷ୍ଟ ସେୟାର କରିଛନ୍ତି। କଙ୍ଗନାଙ୍କ ପୋଷ୍ଟର ସ୍କ୍ରିନସଟ ସେୟାର କରି ଅପ୍ରମେୟ ଲେଖିଛନ୍ତି – “ଏହା ହେଉଛି କଙ୍ଗନା ରଣୌତଙ୍କର ପ୍ରଥମ ‘କୁ’। ସେ ‘କୁ’କୁ ନିଜ ଘର ଭଳି କହିବା ସହ ଅନ୍ୟ ସମସ୍ତଙ୍କୁ ଭଡା ଘର ବୋଲି କହିଛନ୍ତି, ଯାହା ସଂପୂର୍ଣ୍ଣ ଠିକ୍।”
/odishatv-khabar/media/post_attachments/wp-content/uploads/2021/05/4-13.jpg)
କଙ୍ଗନା ରଣୌତଙ୍କ ଦୀର୍ଘ ଦିନ ଧରି ଟ୍ୱିଟର ସହିତ ‘କୁ’ ଆପରେ ମଧ୍ୟ ସକ୍ରିୟ ଥିଲେ। କିନ୍ତୁ, ଅଭିନେତ୍ରୀଙ୍କ ପ୍ରଶଂସକମାନେ ଖୁସି ଯେ ଟ୍ୱିଟର ନ ହେଲେ ନାହିଁ ପଛେ ‘କୁ’ରେ ବି ସେମାନେ ଅଭିନେତ୍ରୀଙ୍କ ସହ ଜଡିତ ରହିପାରିବେ। ସୋସିଆଲ ମିଡିଆ ପ୍ଲାଟଫର୍ମରେ କଙ୍ଗନାରେ 450K ରୁ ଅଧିକ ଅନୁସରଣକାରୀ ଅଛନ୍ତି। ‘କୁ’ ଲଞ୍ଚ ହେବା ପରେ ଅଭିନେତ୍ରୀ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଯୋଗ ଦେଇଥିଲେ। ଯେଉଁଥିରେ ସେ ଅନେକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି, ଯାହା ଦର୍ଶାଏ ଯେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଭିନେତ୍ରୀ ମଧ୍ୟ ବହୁତ ସକ୍ରିୟ ଅଟନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)