Advertisment

ଶେଷଥର ପାଇଁ ବାପାଙ୍କୁ ଏହି କଥା କହିଥିଲେ ସୁଶାନ୍ତ...

ମୁମ୍ବାଇ: ହଠାତ୍‌ ପୁଅର ମୃତ୍ୟୁକୁ ନେଇ ଦୁଃଖରେ ଭାଙ୍ଗି ପଡ଼ିଥିବା ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ବାପା କେକେ ସିଂ ସୁଶାନ୍ତଙ୍କୁ ନେଇ ଅନେକ କଥା ଖୁଲାସା କରିଛନ୍ତି। ଏକ ୱେବ୍‌ସାଇଟ୍‌କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ‘ପୂର୍ବରୁ ସେ(ସୁଶାନ୍ତ) ସବୁ କଥା କହୁଥିଲା। ହେଲେ ଶେଷରେ କ’ଣ ହେଲା କେଜାଣି, ସେ କିଛି ଆଉ କହିଲା ନାହିଁ। ଭଗବାନଙ୍କ ନିକଟରେ ବହୁତ ମାନସିକ କରିବା ପରେ ତାକୁ ପାଇଥିଲି। ତା’ପାଇଁ ମୁଁ ୩ ବର୍ଷ ମାନସିକ […]

author-image
Rajalaxmi Sahoo
ଶେଷଥର ପାଇଁ ବାପାଙ୍କୁ ଏହି କଥା କହିଥିଲେ ସୁଶାନ୍ତ...

sushant singh

ମୁମ୍ବାଇ: ହଠାତ୍‌ ପୁଅର ମୃତ୍ୟୁକୁ ନେଇ ଦୁଃଖରେ ଭାଙ୍ଗି ପଡ଼ିଥିବା ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ବାପା କେକେ ସିଂ ସୁଶାନ୍ତଙ୍କୁ ନେଇ ଅନେକ କଥା ଖୁଲାସା କରିଛନ୍ତି।

Advertisment

ଏକ ୱେବ୍‌ସାଇଟ୍‌କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ‘ପୂର୍ବରୁ ସେ(ସୁଶାନ୍ତ) ସବୁ କଥା କହୁଥିଲା। ହେଲେ ଶେଷରେ କ’ଣ ହେଲା କେଜାଣି, ସେ କିଛି ଆଉ କହିଲା ନାହିଁ। ଭଗବାନଙ୍କ ନିକଟରେ ବହୁତ ମାନସିକ କରିବା ପରେ ତାକୁ ପାଇଥିଲି। ତା’ପାଇଁ ମୁଁ ୩ ବର୍ଷ ମାନସିକ ରଖିଥିଲି। ୪ ଝିଅର ଗୋଟିଏ ପୁଅ ଥିଲା ସୁଶାନ୍ତ। ହେଲେ ଯାହା ପାଇଁ ମୁଁ ଏତେ ମାନସିକ କରିଥିଲି, ଶେଷରେ ତା’ସହ ଏମିତି ଘଟଣା ଘଟିଲା।’

ଶେଷଥର ପାଇଁ ସେ ସୁଶାନ୍ତଙ୍କ ସହ ବିବାହ ବିଷୟରେ କଥାବାର୍ତ୍ତା ହୋଇଥିବା ନେଇ ସୁଶାନ୍ତଙ୍କ ବାପା କହିଛନ୍ତି। ସେ କହିଛନ୍ତି, ବିବାହକୁ ନେଇ ସୁଶାନ୍ତଙ୍କ ସହ ମୋର କଥାବାର୍ତ୍ତା ହୋଇଥିଲା। ଏବେ କରୋନା ହେତୁ ବିବାହ ସମ୍ଭବପର ନୁହେଁ ବୋଲି ସେ କହିଥିଲା। ପୁଣି ଆଗକୁ ଏକ ଫିଲ୍ମ ମଧ୍ୟ ଆସିବାର ଅଛି, ତେଣୁ ଯାହା ହେବ ଆସନ୍ତା ବର୍ଷ ଫେବ୍ରୁଆରୀ କିମ୍ବା ମାର୍ଚ୍ଚ ମାସରେ ବୋଲି ସେ ଏହା କହିଥିଲା। କିନ୍ତୁ ସେ କାହାକୁ ବାହା ହେବାକୁ ଚାହୁଁଥିଲା, ସେ ବିଷୟରେ କିଛି କହି ନଥିଲା।’

Advertisment

ସୁଶାନ୍ତଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ୍‌ ଅଙ୍କିତା ଲୋଖଣ୍ଡେଙ୍କୁ ନେଇ ସୁଶାନ୍ତଙ୍କ ବାପା କହିଛନ୍ତି, ଅଙ୍କିତାଙ୍କୁ ସେ ମୁମ୍ବାଇରେ ସାକ୍ଷାତ କରିଥିଲେ। ପାଟନାକୁ ମଧ୍ୟ ଆସିଥିଲେ ଅଙ୍କିତା। ସିରିୟଲ୍‌ ‘ପବିତ୍ର ରିସ୍ତା’ ଶୁଟିଂ ସେଟ୍‌ରୁ ସୁଶାନ୍ତ ଓ ଅଙ୍କିତାଙ୍କ ମଧ୍ୟରେ ଦେଖାସାକ୍ଷାତ ହୋଇଥିଲା। ଏହାପରେ ୬ ବର୍ଷ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିଲା। ରିଆ ଚକ୍ରବର୍ତ୍ତୀଙ୍କ ସମ୍ପର୍କରେ ସେ କିଛି ଜାଣି ନ ଥିବା କହିଛନ୍ତି। ସେ କୃତି ସେନନ୍‌ଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ ବୋଲି ସୁଶାନ୍ତଙ୍କ ବାପା କହିଛନ୍ତି।

ଇଣ୍ଡଷ୍ଟ୍ରିରେ ଚାପ ଯୋଗୁ ସୁଶାନ୍ତ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଏକ ପ୍ରଶ୍ନରେ ସୁଶାନ୍ତଙ୍କ ବାପା କହିଛନ୍ତି, ‘ହୋଇପାରେ...ଫିଲ୍ମ ଦୁନିଆରେ ଏ ସବୁ ହୋଇପାରେ। କିଛି ବି ହୋଇପାରେ।

ସୂଚନାଥାଉ କି, ଜୁନ୍‌ ୧୪ରେ ସୁଶାନ୍ତ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ସୁଶାନ୍ତଙ୍କ ବନ୍ଧୁଙ୍କଠୁ ଆରମ୍ଭ କରି ତାଙ୍କ ଗର୍ଲଫ୍ରେଣ୍ଡ୍‌ ପର୍ଯ୍ୟନ୍ତ ସମସ୍ତଙ୍କୁ ପୁଲିସ୍‌ ପଚରାଉଚରା ଚଳାଇଛି।

ସୌଜନ୍ୟ-Republic World

Actor Sushant Singh Rajput Sushant Singh Rajput Latest News Sushant Singh Rajput News ସୁଶାନ୍ତ ସିଂ ରାଜପୁତ ଖବର Latest News Of Sushant Singh Rajput Sushant Singh Rajput News In Odia Sushant Singh Rajput Father
Advertisment
Advertisment