/odishatv-khabar/media/post_attachments/uploadimage/library/16_9/16_9_0/Untitled-1-30_1623322164.jpg)
Untitled-1
ମୁମ୍ବାଇ: ବଲିଉଡ ଅଭିନେତା ଭିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ସମ୍ପର୍କ ବହୁତ ମଜବୁତ ହେବାରେ ଲାଗିଛି। ସେ ହୁଏତ ଏହା କହୁ ନାହାଁନ୍ତି, କିନ୍ତୁ ବି-ଟାଉନ୍ କରିଡରରେ ଏହାର ଚର୍ଚ୍ଚା ଜୋର ଧରିଛି। ଉଭୟ ଏ ପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କ ସମ୍ପର୍କକୁ ନେଇ କୌଣସି ଅଫିସିଆଲ୍ ବିବୃତ୍ତି ଦେଇ ନାହାଁନ୍ତି। କିନ୍ତୁ ଉଭୟଙ୍କ ଭାଇରାଲ ଫଟୋ ପ୍ରାୟତଃ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି।
/odishatv-khabar/media/post_attachments/wp-content/uploads/2021/06/1-24.jpg)
ଭିକି ଓ କ୍ୟାଟ୍ରିନାଙ୍କ ସମ୍ପର୍କକୁ ନେଇ ଗତ କିଛି ମାସ ଧରି ଗୁଜବ ପ୍ରଚାରିତ ହୋଇଆସୁଛି। କିନ୍ତୁ ବର୍ତ୍ତମାନ ବଲିଉଡର ଜଣାଶୁଣା କଳାକାର ଅନିଲ କପୁରଙ୍କ ପୁଅ ତଥା ଅଭିନେତା ହର୍ଷବର୍ଦ୍ଧନ କପୁର ଏ ବାବଦରେ ଏକ ବଡ଼ ଖୁଲାସା କରିଛନ୍ତି। ନିକଟରେ ହର୍ଷବର୍ଦ୍ଧନ କପୁର ଜୁମ୍ ଚାଟ୍ ସୋ ‘ବାଏ ଇନଭାଇଟ୍ ଓନ୍ଲି’କୁ ଏକ ସାକ୍ଷାତକାର ଦେଇଥିଲେ, ଯେଉଁଥିରେ ସେ କ୍ୟାଟ୍ରିନା କୈଫ ଓ ଭିକି କୌଶଲଙ୍କ ସମ୍ପର୍କ ବିଷୟରେ କହିଛନ୍ତି।
/odishatv-khabar/media/post_attachments/wp-content/uploads/2021/06/2-23.jpg)
ଶୋ’ରେ ରାପିଡ୍ ଫାୟାର୍ ରାଇଡ୍ ଖେଳିବାବେଳେ ହର୍ଷବର୍ଦ୍ଧନ କପୁରଙ୍କୁ ପଚରାଯାଇଥିଲା ଯେ ଇଣ୍ଡଷ୍ଟ୍ରିରେ ଏମିତି କଣ ଗୁଜବ ରହିଛି, ଯାହା ତାଙ୍କୁ ସତ ବୋଲି ଲଗୁଛି। ଏହି ପ୍ରଶ୍ନର ଉତ୍ତର ରଖି ହର୍ଷବର୍ଦ୍ଧନ କହିଛନ୍ତି ଯେ “ଭିକି କୌଶଲ ଓ କ୍ୟାଟ୍ରିନା କୈଫ ଏକାଠି ଅଛନ୍ତି ଏବଂ ଏହା ସତ।” ଏହା କହିବା ପରେ ହର୍ଷବର୍ଦ୍ଧନ ଆହୁରି କହିଛନ୍ତି, “ମୁଁ ଏଥିପାଇଁ ଅସୁବିଧାରେ ପଡ଼ିବି କି? ବୋଧହୁଏ।”
/odishatv-khabar/media/post_attachments/wp-content/uploads/2021/06/3-17.jpg)
ପ୍ରକାଶ ଥାଉଯେ ୨୦୧୯ ମସିହାରେ ଭିକି କୌଶଲ କ୍ୟାଟ୍ରିନା କୈଫ୍ଙ୍କ ଘରେ ରାତ୍ରୀ ଭୋଜନ ସମୟରେ ଏକାଠି ନଜର ଆସିଥିଲେ। ଏହି ସମୟରେ, ସେମାନଙ୍କର ଫଟୋ ଭାଇରାଲ ହୋଇଥିଲା ଏବଂ ସେବେଠାରୁ ଉଭୟଙ୍କ ବିଷୟରେ ଗୁଜବ ଉଠିଥିଲା।
/odishatv-khabar/media/post_attachments/wp-content/uploads/2021/06/AtZ-News-1.jpg)
ପ୍ରଥମ ଥର ପାଇଁ ଏପରି ହୋଇଛି ଯେ ଜଣେ ଅଭିନେତା କ୍ୟାଟ୍ରିନା ଓ ଭିକିଙ୍କ ସମ୍ପର୍କ ଉପରେ ମୁହଁ ଖୋଲିଛନ୍ତି। ବର୍ତ୍ତମାନ ସେମାନଙ୍କ ପ୍ରଶଂସକମାନେ ଏହି କଥାକୁ ସେମାନଙ୍କ ମୁହଁ ଶୁଣିବାକୁ ଅନେଇ ବସିଛନ୍ତି।
/odishatv-khabar/media/post_attachments/wp-content/uploads/2021/06/4-7.jpg)
କ୍ୟାଟ୍ରିନା କୈଫ୍ ୨୦୧୮ରେ କରଣ ଜୋହରଙ୍କ ଶୋ “କଫି ଉଇଥ୍ କରଣ”ରେ କହିଥିଲେ ଯେ ଭିକି କୌଶଲଙ୍କ ସହ ସେ ପରଦାରେ ଭଲ ଦେଖାଯିବେ। ଆପଣ ଜାଣି ରଖନ୍ତୁ ଯେ କ୍ୟାଟ୍ରିନା କୈଫ ଖୁବ୍ ଶୀଘ୍ର ସିଦ୍ଧାନ୍ତ ଚତୁର୍ବେଦୀ ଓ ଇଶାନ ଖଟ୍ଟରଙ୍କ ସହ ‘ଫୋନ୍ ବୁଥ୍’ରେ ନଜର ଆସିବେ।
/odishatv-khabar/media/post_attachments/wp-content/uploads/2021/06/5-3.jpg)
ଏହା ସହିତ ସେ ଖୁବ ଶୀଘ୍ର ଅନ୍ୟ ଏକ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ମଧ୍ୟ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ସେ ଅକ୍ଷୟ କୁମାରଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ।
/odishatv-khabar/media/post_attachments/wp-content/uploads/2021/06/6-2.jpg)
ଅନ୍ୟପକ୍ଷରେ ଭିକି କୌଶଲ ଖୁବ୍ ଶୀଘ୍ର ‘ସର୍ଦ୍ଦାର ଉଦ୍ଧମ୍ ସିଂ’ ଓ ‘ଅଶ୍ୱଥାମା’ ଭଳି ଚଳଚ୍ଚିତ୍ରରେ ନଜର ଆସିବେ।
/odishatv-khabar/media/post_attachments/wp-content/uploads/2021/06/7-1.jpg)
ସେହିପରି ହର୍ଷବର୍ଦ୍ଧନ କପୁର ମଧ୍ୟ ନେଟଫ୍ଲିକ୍ସ ଆନ୍ଥୋଲୋଜି ‘ରାୟ’ରେ ଦେଖାଯିବେ, ଯାହା ସତ୍ୟଜିତ୍ ରାୟଙ୍କ କାହାଣୀ ଉପରେ ଆଧାରିତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)