Advertisment

ନିଜ ପତିଙ୍କ ନିର୍ଯାତନାର ଶିକାର ହେଉଥିଲେ କରିସ୍ମା!

ମୁମ୍ବାଇ: ନବେ ଦଶକରେ ବଡ ପରଦାରେ ରାଜ କରୁଥିବା ଅଭିନେତ୍ରୀ କରିସ୍ମା କପୁର ତାଙ୍କ ଅଭିନୟରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ସେ କମେଡି, ଟ୍ରାଜେଡି ହେଉ କିମ୍ବା ରୋମାନ୍ସ ହେଉ, କରିସ୍ମା କପୁର ପ୍ରତ୍ୟେକ ସ୍ୱାଦର ଚଳଚ୍ଚିତ୍ର କରିଥିଲେ ଏବଂ ଦର୍ଶକଙ୍କ…

author-image
Pramod Behera
ଅଦ୍ୟତନ ହୋଇଛି
ନିଜ ପତିଙ୍କ ନିର୍ଯାତନାର ଶିକାର ହେଉଥିଲେ କରିସ୍ମା!

Untitled-1

ମୁମ୍ବାଇ: ନବେ ଦଶକରେ ବଡ ପରଦାରେ ରାଜ କରୁଥିବା ଅଭିନେତ୍ରୀ କରିସ୍ମା କପୁର ତାଙ୍କ ଅଭିନୟରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ସେ କମେଡି, ଟ୍ରାଜେଡି ହେଉ କିମ୍ବା ରୋମାନ୍ସ ହେଉ, କରିସ୍ମା କପୁର ପ୍ରତ୍ୟେକ ସ୍ୱାଦର ଚଳଚ୍ଚିତ୍ର କରିଥିଲେ ଏବଂ ଦର୍ଶକଙ୍କ ଠାରୁ କରତାଳି ସାଉଁଟିଥିଲେ। କିନ୍ତୁ କରିସ୍ମାଙ୍କ ବୃତ୍ତିଗତ ଜୀବନ ଚମତ୍କାର ଥିଲା ସତ, କିନ୍ତୁ ସେ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଥର ପ୍ରତାରିତ ହୋଇଛନ୍ତି।

Advertisment

publive-image

ଅଭିଷେକ ବଚ୍ଚନଙ୍କ ସହ ସମ୍ପର୍କ ସମଗ୍ର ବିଶ୍ୱ ସାମ୍ନାରେ ସ୍ଥିର ହେବା ଏବଂ ବିବାହର ଘୋଷଣା ହେବା ପରେ ବି କରିସ୍ମା ବଚ୍ଚନ ପରିବାରର ବୋହୂ ହୋଇପାରିଲେ ନାହିଁ। ତେବେ ନିଜ କ୍ୟାରିୟରେ ବହୁ ଉଚ୍ଚରେ ଥାଇ କରିସ୍ମା ସଞ୍ଜୟ କପୁରଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହି ବିବାହରୁ ନିଜକୁ ଅଲଗା କରିବା ପରେ କରିସ୍ମା କପୁରଙ୍କ ଦ୍ୱାରା ପ୍ରକାଶିତ ଖୁଲାସା ସମସ୍ତଙ୍କୁ ଚକିତ କରିବା ଭଳି ଥିଲା।

publive-image

କରିସ୍ମା କପୁର ୨୯ ସେପ୍ଟେମ୍ବର ୨୦୦୩ରେ ଦିଲ୍ଲୀ ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ଏହି ସଂପର୍କ ମାତ୍ର ୧୧ ବର୍ଷ ପାଇଁ ତିଷ୍ଠି ରହିଥିଲା। ୨୦୧୪ରେ ଦୁହେଁ ପାରସ୍ପରିକ ସହମତି ଅନୁଯାୟୀ ଛାଡପତ୍ର ପାଇଁ ଆବେଦନ କରିଥିଲେ। ସେମାନେ ୨୦୧୬ରେ ଛାଡପତ୍ର ଦିଆନିଆ ହୋଇଥିଲେ। କିନ୍ତୁ ଛାଡପତ୍ର ପରେ କରିସ୍ମା ଯେତେବେଳେ ତାଙ୍କ ନୀରବତା ଭାଙ୍ଗିଲେ ତାହା ଆଶ୍ଚର୍ଯ୍ୟ କରିବା ଭଳି ଥିଲା। ଛାଡପତ୍ରର ୪ ବର୍ଷ ପରେ କରିସ୍ମା କପୁର ଏକ ୱେବ୍ ପୋର୍ଟାଲକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ଶାଶୁ ତାଙ୍କ ଉପରକୁ ହାତ ଉଠାଉଥିଲେ ଏବଂ ତାଙ୍କ ସ୍ୱାମୀ କରିସ୍ମାଙ୍କ ଖର୍ଚ୍ଚର ସମସ୍ତ ବିବରଣୀ ତାଙ୍କ ଭାଇଙ୍କୁ ଦେଉଥିଲେ।

Advertisment

publive-image

କରିସ୍ମା ଏହି ସାକ୍ଷାତକାରରେ ଆହୁରି ମଧ୍ୟ କହିଥିଲେ ଯେ ସଞ୍ଜୟ ତାଙ୍କୁ କେବଳ ବିବାହ କରିଥିଲେ କାରଣ ସେ ଜଣେ ଆଗ ଧାଡିର ବଲିଉଡ ଅଭିନେତ୍ରୀ ଥିଲେ। କରିସ୍ମାଙ୍କ କହିବା କଥା, “ଯେତେବେଳେ ଆମେ ହନିମୁନ୍‌କୁ ଯାଇଥିଲୁ, ସେତେବେଳେ ସଞ୍ଜୟ ତାଙ୍କ ସାଙ୍ଗମାନଙ୍କ ସହ ମୋର ସୌଦା କରିଥିଲେ। ସେ ମୋତେ ସେମାନଙ୍କ ସହିତ ରାତି ବିତାଇବାକୁ ମଧ୍ୟ ବାଧ୍ୟ କରିଥିଲେ। ସଞ୍ଜୟ ମୋତେ ବହୁତ ମାରଧର କରୁଥିଲେ ଏବଂ ମୁଁ ଅନେକ ସମୟରେ ମୋର ମେକଅପ୍ ସହିତ ଏହି ସବୁ କ୍ଷତକୁ ଲୁଚାଇ ରଖୁଥିଲି। ଯେତେବେଳେ ଏହା ମୋ ପାଇଁ ଅସହ୍ୟ ହୋଇପଡିଲା ଏବଂ ମୋ ପାଖେ ଅନ୍ୟ କୌଣସି ବିକଳ୍ପ ନଥିଲା, ସେତେବେଳେ ମୁଁ ପୋଲିସର ସାହାରା ନେଲି।”

publive-image
Source : DNA-India

ସଞ୍ଜୟ ଓ କରିସ୍ମାଙ୍କ ବିବାହକୁ ନେଇ ତାଙ୍କ ପିତା ରଣଧୀର କପୁର କୁହନ୍ତି ଯେ ସେ କେବେ ଚାହୁଁ ନ ଥିଲେ ସେମାନଙ୍କର ବିବାହ ହେଉ ବୋଲି। ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ରଣଧୀର କପୁର କହିଛନ୍ତି, “ଆମ ଖାନଦାନୀ ବିଷୟରେ ସମସ୍ତେ ଜାଣନ୍ତି। ଆମେ ହେଉଛି କପୁର, ଆମକୁ କାହାର ଟଙ୍କା ପଛରେ ଦୌଡିବାକୁ ପଡେ ନାହିଁ। ଆମର ପାଖରେ କେବଳ ଯେ ଟଙ୍କା ଅଛି ତାହା ନୁହେଁ, ଆମ ପାଖରେ ମଧ୍ୟ ପ୍ରତିଭା ଅଛି ଯେଉଁଥିରୁ ଆମେ ସାରା ଜୀବନ ରୋଜଗାର କରିପାରିବା। ସଞ୍ଜୟ ଜଣେ ଲୋଭି ବ୍ୟକ୍ତି। ମୁଁ କେବେବି ଚାହୁଁ ନ ଥିଲି ଯେ କରିସ୍ମା ତାଙ୍କୁ ବିବାହ କରୁ। ସେ ନିଜ ପତ୍ନୀଙ୍କ ଯତ୍ନ ନେଉ ନ ଥିଲେ। ସେ ତାଙ୍କ ପତ୍ନୀଙ୍କୁ ଅପମାନିତ କରୁଥିଲେ ଏବଂ ଅନ୍ୟ ଜଣେ ମହିଳାଙ୍କ ସହ ରହୁଥିଲେ। ସମଗ୍ର ଦିଲ୍ଲୀ ଜାଣେ ସେ କେଉଁ ପ୍ରକାରର ବ୍ୟକ୍ତି, ମୁଁ ଏହାଠାରୁ ଅଧିକ କିଛି କହିପାରିବି ନାହିଁ।”

publive-image

ପ୍ରକାଶ ଥାଉଯେ ଛାଡପତ୍ର ଆବେଦନରେ ସଞ୍ଜୟ ଅଭିଯୋଗ କରିଥିଲେ ଯେ କରିସ୍ମା ଜଣେ ଭଲ ମା ନୁହଁନ୍ତି ଏବଂ ସେ କେବଳ ଟଙ୍କା ପାଇଁ ସଞ୍ଜୟଙ୍କୁ ବିବାହ କରିଥିଲେ।

Advertisment
Advertisment