Advertisment

ଯୋଗ ଦିବସରେ ପ୍ରଶଂସକଙ୍କ ହୋସ୍ ଉଡେଇଲେ କରୀନା

ମୁମ୍ବାଇ: ଆଜି ଅର୍ଥାତ୍ ଜୁନ୍ ୨୧କୁ ସମଗ୍ର ବିଶ୍ୱ ଯୋଗ ଦିବସ ଭାବେ ପାଳନ କରୁଛି। ବଲିଉଡରେ ମଧ୍ୟ ଏପରି ଅନେକ ତାରକା ଅଛନ୍ତି, ଯେଉଁମାନେ ନିଜକୁ ଫିଟ୍ ରଖିବା ପାଇଁ ଏବଂ ଏହାକୁ ବହୁ ଗୁରୁତ୍ୱ ଦେବା ପାଇଁ ପ୍ରତିଦିନ…

author-image
Pramod Behera
ଯୋଗ ଦିବସରେ ପ୍ରଶଂସକଙ୍କ ହୋସ୍ ଉଡେଇଲେ କରୀନା

1

ମୁମ୍ବାଇ: ଆଜି ଅର୍ଥାତ୍ ଜୁନ୍ ୨୧କୁ ସମଗ୍ର ବିଶ୍ୱ ଯୋଗ ଦିବସ ଭାବେ ପାଳନ କରୁଛି। ବଲିଉଡରେ ମଧ୍ୟ ଏପରି ଅନେକ ତାରକା ଅଛନ୍ତି, ଯେଉଁମାନେ ନିଜକୁ ଫିଟ୍ ରଖିବା ପାଇଁ ଏବଂ ଏହାକୁ ବହୁ ଗୁରୁତ୍ୱ ଦେବା ପାଇଁ ପ୍ରତିଦିନ ଯୋଗ କରନ୍ତି। ସେ ମଲାଇକା ଆରୋରା ହୁଅନ୍ତୁ କି କରୀନା କପୁର ଖାନ। ତେବେ ଯୋଗ କ୍ଷେତ୍ରରେ, ଏହି ସୁନ୍ଦରୀମାନେ ବହୁତ କଠୋର। ତେବେ ଯୋଗ କରିବା ସମୟରେ କରୀନା କପୁର ପ୍ରାୟତଃ ନିଜର ଫଟୋ ସେୟାର କରନ୍ତି। ତେବେ ବିଶ୍ୱ ଯୋଗ ଦିବସରେ ସେ କାହିଁକି ବା ପଛରେ ରହିବେ। ଆଜିର ଏହି ବିଶେଷ ଦିନରେ କରୀନା କପୁର ଖାନ ନିଜର ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି, ଯାହା ଖୁବ ଜୋର୍‌ରେ ଭାଇରାଲ ହେବାରେ ଲାଗିଛି।

Advertisment
publive-image
Source : New-18

ଏହି ଫଟୋରେ କରୀନା କପୁର ଖାନ ସମୁଦ୍ର କୂଳରେ ଏକ ବିକିନିରେ ମଜା ନେଉଥିବାର ନଜରକୁ ଆସିଛନ୍ତି। ସେ ଏକ ଧଳା ବିକିନି ପିନ୍ଧି ଥିବା ବେଳେ ବହୁତ୍ ସୁନ୍ଦର ଆଉ ଆକର୍ଷଣୀୟ ଦିଶୁଛନ୍ତି। ନିଜର ଏହି ସୁନ୍ଦର ଫଟୋକୁ ସେ ସେୟାର କରି ତାଙ୍କ ପ୍ରଶଂକମାନଙ୍କ ହୋସ୍ ଉଡେଇ ଦେଇଛନ୍ତି। ଫଟୋ ସେୟାର କରିବାବେଳେ ବେବୋ ପ୍ରଶଂସକଙ୍କୁ ଏକ ଚମତ୍କାର ବାର୍ତ୍ତା ମଧ୍ୟ ଦେଇଛନ୍ତି। ଫଟୋର କ୍ୟାପସନରେ କରୀନା ଲେଖିଛନ୍ତି – “ବିଶ୍ୱ ଯୋଗ ଦିବସର ଶୁଭକାମନା। ଆପଣଙ୍କ ମନକୁ ମୁକ୍ତ କରନ୍ତୁ।” ବେବୋଙ୍କ ବାର୍ତ୍ତା ସହିତ ଫଟୋରେ ତାଙ୍କର ବୋଲ୍ଡ ଲୁକ୍ ମଧ୍ୟ ଚର୍ଚ୍ଚାର ଆଗ ଧାଡିରେ ରହିଛି।

publive-image

ଏହା ବ୍ୟତୀତ କରୀନା ଏହି ସପ୍ତାହ ଶେଷରେ ସେ ତାଙ୍କ ବେଷ୍ଟ ଫ୍ରେଣ୍ଡ୍ ଅମୃତା ଆରୋରା, ମଲାଇକା ଆରୋରା ଖାନ ଏବଂ ତାଙ୍କ ପ୍ରେମିକା ତଥା ଅଭିନେତା ଅର୍ଜୁନ କପୁରଙ୍କ ସହ ବିତାଇଥିବା କିଛି ମୁହୂର୍ତ୍ତର ଫଟୋ ମଧ୍ୟ ସେୟାର କରିଛନ୍ତି। ଏହା ପୂର୍ବରୁ କରୀନା ଫେବୃଆରୀ ୨୧ରେ ତାଙ୍କର ଦ୍ୱିତୀୟ ପୁତ୍ରକୁ ଜନ୍ମ ଦେଇଥିଲେ। ଏନେଇ ସିଏ ଖୁବ ଚର୍ଚ୍ଚାରେ ରହିଥିଲେ। କରୀନା ଏବଂ ସୈଫ ଅକ୍ଟୋବର ୧୬, ୨୦୧୨ରେ ବିବାହ ବନ୍ଧାନରେ ଆବଦ୍ଧ ହୋଇଥିଲେ ଏବଂ ସେମାନଙ୍କର ପ୍ରଥମ ସନ୍ତାନ ତୈମୁର ଡିସେମ୍ବର ୨୦, ୨୦୧୬ରେ ଜନ୍ମ ହୋଇଥିଲେ।

Advertisment
publive-image
Source : Times of India

ଯଦି କରୀନାଙ୍କ ୱାର୍କ ଫ୍ରଣ୍ଟ କଥା କୁହାଯାଏ ତେବେ ସେ ଖୁବ ଶୀଘ୍ର ଅମୀର ଖାନଙ୍କ ବିପକ୍ଷରେ ‘ଲାଲ ସିଂ ଚଢାରେ’ରେ ନଜର ଆସିବେ। ତେବେ ଅନ୍ୟ ଚଳଚ୍ଚିତ୍ର ପରି କରୋନା କାରଣରୁ ତାଙ୍କ ଫିଲ୍ମର ସୁଟିଂ ମଧ୍ୟ ପ୍ରଭାବିତ ହୋଇଛି। ଏହି ବର୍ଷ ଖ୍ରୀଷ୍ଟମାସ ଅର୍ଥାତ୍ ୨୫ ଡିସେମ୍ବର ୨୦୨୧ ରେ ରିଲିଜ୍ ହେବା ସମ୍ଭାବନା ରହିଛି। ଏହାର ନିର୍ଦ୍ଦେଶକ ହେଉଛନ୍ତି ଅଦ୍ୱୈତ ଚନ୍ଦନ।

Advertisment
Advertisment