Advertisment

ପୁଣି ମା’ ହେବେ କରୀନା

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ଦ୍ୱିତୀୟ ଥର ମା’ ହେବାକୁ ଯାଉଛନ୍ତି। ଗତକାଲି ସୈଫ୍ ଅଲ୍ଲୀ ଖାନ୍‌ ଓ କରୀନା ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। କରୀନା ମା’ ହେବା କଥା ଶୁଣି ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଏନେଇ ତାଙ୍କ ଭଉଣୀ ଓ ଋଷି କପୁରଙ୍କ ଝିଅ ରିଦ୍ଧିମା କପୁର ମଧ୍ୟ  ସୋସିଆଲ ମିଡିଆରେ କରୀନାକୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ ଅନିଲ କପୁରଙ୍କ ସାନ ଝିଅ ରିୟା କପୁର ମଧ୍ୟ ଅଭିନନ୍ଦନ […]

author-image
Mahasweta Baral
ଅଦ୍ୟତନ ହୋଇଛି
ପୁଣି ମା’ ହେବେ କରୀନା

karina

ମୁମ୍ୱାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ଦ୍ୱିତୀୟ ଥର ମା’ ହେବାକୁ ଯାଉଛନ୍ତି। ଗତକାଲି ସୈଫ୍ ଅଲ୍ଲୀ ଖାନ୍‌ ଓ କରୀନା ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। କରୀନା ମା’ ହେବା କଥା ଶୁଣି ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଏନେଇ ତାଙ୍କ ଭଉଣୀ ଓ ଋଷି କପୁରଙ୍କ ଝିଅ ରିଦ୍ଧିମା କପୁର ମଧ୍ୟ  ସୋସିଆଲ ମିଡିଆରେ କରୀନାକୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ ଅନିଲ କପୁରଙ୍କ ସାନ ଝିଅ ରିୟା କପୁର ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। କରୀନା ଦୁହିଁଙ୍କୁ ଧନ୍ୟବାଦ ଦେଇଥିଲେ।

Advertisment

ରିଦ୍ଧିମା କରିନାଙ୍କ ସହ ଏକ ଫଟୋକୁ ଶେୟାର କରି ଲେଖିଥିଲେ,‘ ବଧାଇ ହୋ ବେବୋ ଓ ସୈଫ୍।’ ରିୟା ଓ ରିଦ୍ଧିମା ଦୁହେଁ ହେଉଛନ୍ତି କରିନାଙ୍କର ଭଲ ବନ୍ଧୁ। ରିୟାଙ୍କ ସହ ତାଙ୍କର ବନ୍ଧୁତାକୁ ନେଇ ସେ ଅନେକ ଥର ଚର୍ଚ୍ଚାରେ ମଧ୍ୟ ରହିଛନ୍ତି।

ସୂଚନାଥାଉକି, କରୀନା କପୁର ହେଉଛନ୍ତି ସୈଫ୍ ଅଲ୍ଲୀ ଖାନ୍‌ଙ୍କର ଦ୍ୱିତୀୟ ପତ୍ନୀ। ସୈଫ୍‌ଙ୍କର ପ୍ରଥମ ପତ୍ନୀ ହେଉଛନ୍ତି ଅମୃତା ସିଂ।  ଅମୃତାଙ୍କର ଦୁଇ ସନ୍ତାନ ଅଛନ୍ତି। କରୀନାଙ୍କ ଆଗରୁ ଏକ ପୁଅ ଅଛି, ଯାହାର ନାଁ ତୈମୁର। ଏବେ କରୀନା ପୁଣି ଥରେ ମା’ ହେବାକୁ ଯାଉଛନ୍ତି। ଏଭଳି ଖୁସି ଖବର ଶୁଣି କରୀନାଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି।

Advertisment

କରୀନା ‘ଲାଲ ସିଂ ଚଢ଼ା’ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ଅମୀର ଖାନ୍‌ ମୁଖ୍ୟ ଭୂମକାରେ ଅଭିନୟ କରିଛନ୍ତି। କରୀନା ଅମୀରଙ୍କ ସାଥୀ ଭୂମିକାରେ ଅଭିନୟ କରିଛନ୍ତି। ଏହାପୂର୍ବରୁ କରୀନାଙ୍କୁ ଗୁଡ୍ ନ୍ୟୁଜ୍ ଏବଂ ଇଂରାଜୀ ମିଡିୟମ୍ ଫିଲ୍ମରେ ଦେଖିବାକୁ ମିଳିଥିଲା।

publive-image

Advertisment
Advertisment