kapil
ମୁମ୍ବାଇ: କମେଡି ଷ୍ଟାର କପିଲ ଶର୍ମା ଉଭୟ ପର୍ସନାଲ ଓ ପ୍ରଫେସନ୍ଲାନ ଲାଇଫ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଗୋଟାଏ ପଟେ ତାଙ୍କ ଶୋ ‘ଦି କପିଲ ଶର୍ମା ଶୋ’ ବନ୍ଦ ହେବାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅନ୍ୟପଟେ ପତ୍ନୀ ଗିନ୍ନି ଚତରଥ ପୁଣିଥରେ ମାଆ ହେବାକୁ ଯାଉଥିବା ନିଜେ ଘୋଷଣା କରିଛନ୍ତି କପିଲ।
ଆଉ ଏବେ ୨୮ ବର୍ଷ ତଳର ଏକ ଫଟୋ ଶେୟାର କରି ଫ୍ୟାନ୍ଙ୍କ ଚର୍ଚ୍ଚାରେ ଅଛନ୍ତି ସେ। ଏହି ଫଟୋରେ କପିଲଙ୍କୁ ଚିହ୍ନିବା ଫ୍ୟାନଙ୍କ ପାଇଁ ଏକଦମ ମୁସ୍କିଲ ହେଇଯାଉଛି। ଆପଣ ବି ଫଟୋ ଦେଖି ଦ୍ୱନ୍ଦ୍ୱରେ ପଡ଼ିଯିବ, ଇଏ କପିଲ୍ ନା ଆଉ କିଏ ? ବିଶ୍ୱାସ ହେଉନି ନା ? ତେବେ ଦେଖନ୍ତୁ ଏହି ଫଟୋ-
ଇନ୍ଷ୍ଟାଗ୍ରାମରେ ଛାଡ଼ିଥିବା ଏହି ଫଟୋରେ କପିଲ ତାଙ୍କ ବଡ଼ ଭାଇ ଅଶୋକ ଶର୍ମାଙ୍କ ସହିତ ଅଛନ୍ତି। ଏଥିରେ ସେ ଖୁବ୍ ଛୋଟ ଦେଖାଯାଉଛନ୍ତି। ତାଙ୍କୁ ଚିହ୍ନିବା ବି ତାଙ୍କ ଫ୍ୟାନ୍ଙ୍କ ପାଇଁ ମୁସ୍କିଲ ହେଇପଡ଼ୁଛି। ଫଟୋରେ କପିଲ ଟୋପି ଲଗାଇ ପୋଜ୍ ଦେଇଛନ୍ତି। ଫଟୋରେ କ୍ୟାପ୍ସନ୍ ଦେଇ କପିଲ ଲେଖିଛନ୍ତି “ଭାଇ ଭାଇ #memories #28 #years #old #pic ”। କପିଲ ଶର୍ମା ଇନ୍ଷ୍ଟାରେ ଏହି ଫଟୋ ପୋଷ୍ଟ କରିବା ପରେ ତାଙ୍କ ଫ୍ୟାନ୍ମାନେ ମଜାଦାର ରିପ୍ଲାଏ ଦେବାରେ ଲାଗିଛନ୍ତି।
ପୁଣିଥରେ ବାପା ହେବେ କପିଲ
ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚାରେ ଅଛନ୍ତି କପିଲ ଶର୍ମା। କାରଣ ସେ ପୁଣିଥରେ ବାପା ହେବାକୁ ଯାଉଛନ୍ତି। ଏନେଇ ସେ ନିଜେ ଘୋଷଣା କରିଛନ୍ତି। ତାଙ୍କ ପତ୍ନୀ ଗିନ୍ନି ଚତରଥ ପୁଣିଥରେ ମାଆ ହେବାକୁ ଯାଉଥିବା ସେ ଫ୍ୟାନ୍ଙ୍କୁ କହିଛନ୍ତି।
ଗୁରୁବାର ଟ୍ୱିଟରରେ #AskKapil ନାମରେ ଏକ ସେସନ ଆରମ୍ଭ କରିଥିଲେ କପିଲ। ଏଥିରେ ଅନେକ ଦର୍ଶକ ତାଙ୍କୁ କମେଡି ଶୋ ବନ୍ଦ ହେବା ସମ୍ପର୍କରେ ପ୍ରଶ୍ନ କରିଥିଲେ।
ଯେଉଁଥିରେ ସେ ଗିନ୍ନିଙ୍କ ମାଆ ହେବା କଥା କହିଥିଲେ। ଜଣେ ଫ୍ୟାନ୍ ତାଙ୍କୁ ପ୍ରଶ୍ନ କରିଥିଲେ ‘କପିଲ ଶାର୍ମା ସାର୍ ଆପଣ ଶୋ ଅଫ୍ ଏୟାର୍ କାହିଁକି କରୁଛନ୍ତି ?’ ଯବାବରେ କପିଲ କହିଥିଲେ “କାରଣ ଦ୍ୱିତୀୟ ପିଲାକୁ ସ୍ୱାଗତ କରିବା ପାଇଁ ମୋତେ ମୋ ପତ୍ନୀ ପାଖରେ ରହିବାରେ ଅଛି।”
ସୂଚନା ଥାଉକି, କଲର୍ସ ଚ୍ୟାନେଲ୍ରେ ପ୍ରସାରିତ ହେଉଥିବା କପିଲ୍ ଶର୍ମାଙ୍କ କମେଡି ଶୋ’ ବନ୍ଦ ହେବା ନେଇ କିଛିଦିନ ତଳେ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଚ୍ୟାନେଲ୍ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ କରାଯାଇ ନଥିଲା। ଶୁଣିବାକୁ ମିଳୁଛି ଯେ, କପିଲ୍ ଶର୍ମାଙ୍କ କମେଡି ଶୋ’ ଖୁବ୍ ଶୀଘ୍ର ବନ୍ଦ ହୋଇଯିବ ଓ କିଛିଦିନ ପରେ ନୂଆ ସିଜନ୍ ସହ ସେ ପୁଣିଥରେ ଫେରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kapil_1627366376.jpg)