Advertisment

'ରଣବୀର କପୁର ଓ ରଣବୀର ସିଂହଙ୍କର ଡ୍ରଗ୍ ଟେଷ୍ଟ କରାଯାଉ'

ମୁମ୍ବାଇ: ବଲିଉଡ୍ ଷ୍ଟାର୍ ଅଭିନେତ୍ରୀ କଙ୍ଗନା ରାନାୱତ ନିଜର ସ୍ପଷ୍ଟବାଦୀ ପାଇଁ ଖୁବ୍ ପରିଚିତ। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଯେବେଠାରୁ ଡ୍ରଗ୍ସ ମାମା ସାମ୍ନାକୁ ଆସିଛି, ସେବେଠାରୁ କଙ୍ଗନା ବଲିଉଡକୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଛନ୍ତି। ପୂର୍ବରୁ କଙ୍ଗନା କହିଥିଲେ ଯେ ବଲିଉଡର ୯୯ ପ୍ରତିଶତ ଲୋକେ ଡ୍ରଗ୍ସ ସେବନ କରନ୍ତି। ଏପରିକି କଙ୍ଗନା କହିଥିଲେ ଯେ ଯଦି ତାଙ୍କୁ ସୁରକ୍ଷା ଦିଆଯିବ, ତାହେଲେ ସେ ବଲିଉଡରେ ଡ୍ରଗ୍ସ ମାଫିଆଙ୍କ ପର୍ଦ୍ଦାଫାସ କରିଦେବେ। ଏହିକ୍ରମରେ […]

author-image
Ranjeet Kumar Jena
'ରଣବୀର କପୁର ଓ ରଣବୀର ସିଂହଙ୍କର ଡ୍ରଗ୍ ଟେଷ୍ଟ କରାଯାଉ'

ranbir

ମୁମ୍ବାଇ: ବଲିଉଡ୍ ଷ୍ଟାର୍ ଅଭିନେତ୍ରୀ କଙ୍ଗନା ରାନାୱତ ନିଜର ସ୍ପଷ୍ଟବାଦୀ ପାଇଁ ଖୁବ୍ ପରିଚିତ। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଯେବେଠାରୁ ଡ୍ରଗ୍ସ ମାମା ସାମ୍ନାକୁ ଆସିଛି, ସେବେଠାରୁ କଙ୍ଗନା ବଲିଉଡକୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଛନ୍ତି। ପୂର୍ବରୁ କଙ୍ଗନା କହିଥିଲେ ଯେ ବଲିଉଡର ୯୯ ପ୍ରତିଶତ ଲୋକେ ଡ୍ରଗ୍ସ ସେବନ କରନ୍ତି। ଏପରିକି କଙ୍ଗନା କହିଥିଲେ ଯେ ଯଦି ତାଙ୍କୁ ସୁରକ୍ଷା ଦିଆଯିବ, ତାହେଲେ ସେ ବଲିଉଡରେ ଡ୍ରଗ୍ସ ମାଫିଆଙ୍କ ପର୍ଦ୍ଦାଫାସ କରିଦେବେ।

Advertisment

ଏହିକ୍ରମରେ କଙ୍ଗନା ଡ୍ରଗ୍ସକୁ ନେଇ ଆଉ ଏକ ବଡ଼ ଦାବି କରିଛନ୍ତି। ପିଏମଓ (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ)କୁ ଟ୍ୟାଗ୍ କରି କଙ୍ଗନା ଏକ ଟୁଇଟ୍ କରିଛନ୍ତି, ଯେଉଁଥିରେ ସେ ବଲିଉଡ୍ ଷ୍ଟାର୍ ରଣବୀର ସିଂହ, ରଣବୀର କପୁର, ଫିଲ୍ମ ଡାଇରେକ୍ଟର ଆୟାନ୍ ମୁଖାର୍ଜୀ ଓ ଭିକି କୌଶିକଙ୍କ ବ୍ଲଡ୍ ସାମ୍ପଲ୍ ନେଇ ଡ୍ରଗ୍ ଟେଷ୍ଟ କରିବା କଥା କହିଛନ୍ତି।

କଙ୍ଗନା ଟୁଇଟ୍ କରିଛନ୍ତି, ରଣବୀର ସିଂହ, ରଣବୀର କପୁର, ଆୟାନ୍ ମୁଖାର୍ଜୀ ଏବଂ ଭିକି କୌଶିକଙ୍କର ଡ୍ରଗ୍ ଟେଷ୍ଟ ପାଇଁ ବ୍ଲଡ୍ ସାମ୍ପଲ୍ ଦେବାକୁ ମୁଁ ଅନୁରୋଧ କରୁଛି। ଶୁଣିବାକୁ ମିଳୁଛି ଯେ ଏମାନେ ସବୁ କୁଆଡ଼େ 'କୋକିନ୍'ର ନିଶାଖୋର୍। ତେଣୁ ମୁଁ ଚାହୁଁଛି ଲୋକେ ଏସବୁ ଗୁଜବକୁ ଖଣ୍ଡନ କରନ୍ତୁ, କାରଣ ଏହି ଯୁବ ଅଭିନେତାମାନେ ନିଜର ଅଭିନୟ ଦ୍ୱାରା ଲକ୍ଷାଧିକ ଲୋକଙ୍କୁ ପ୍ରେରଣା ଯୋଗାଉଛନ୍ତି ଏବଂ ଏଥିପାଇଁ ଏମାନଙ୍କୁ କ୍ଲିନ୍ ସାମ୍ପଲ୍ ଦେବା ଦରକାର।

Advertisment

https://twitter.com/KanganaTeam/status/1301048594988896258?s=20

ସୂଚନାଯୋଗ୍ୟ, ରିୟା ଚକ୍ରବର୍ତ୍ତୀଙ୍କ ଏକ ଚାଟ୍ ଭାଇରାଲ୍ ହୋଇଥିଲା, ଯେଉଁଥିରେ ସେ ଗୌରବଙ୍କ ସହ କଥିତ ଭାବେ ଡ୍ରଗ୍ସକୁ ନେଇ କଥାବାର୍ତ୍ତା ହେଉଥିଲେ। ଏହାପରେ ଡ୍ରଗ୍ସ ମାମଲା ଜୋର୍ ଧରିଥିଲା। ତେବେ ଏହାକୁ ଖାରଜ କରିଥିଲେ ଖୋଦ୍ ଗୌରବ। ସେ କହିଥିଲେ, ଏହି ମାମଲାରେ ମୋର କୌଣସି କନେକ୍ସନ୍ ନାହିଁ। ମୁଁ ସୁଶାନ୍ତ ସିଂହ ରାଜପୁତଙ୍କୁ କେବେବି ଭେଟିନାହିଁ। କିନ୍ତୁ ୨୦୧୭ରେ ମୁଁ ରିୟାଙ୍କୁ ସାକ୍ଷାତ କରିଥିଲି। ଏହି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଦୁଇଜଣଙ୍କୁ ଗିରଫ କରିଛି।

Advertisment
Advertisment