Advertisment

କଙ୍ଗନାଙ୍କ ଉପରେ ଇନଷ୍ଟାଗ୍ରାମ ବି ଦାଉ ସାଧିଲା

ମୁମ୍ବାଇ: କଙ୍ଗନା ରଣୌତ ଏବେ ବିବାଦର ରାଣୀ ହୋଇପଡିଛନ୍ତି। ସେ ପ୍ରାୟତଃ ନିଜର ମନ୍ତବ୍ୟ ପାଇଁ ଲୋକଲୋଚନରେ ରହୁଛନ୍ତି। ବଙ୍ଗଳା ନିର୍ବାଚନ ଫଳାଫଳ ପରେ ବଙ୍ଗଳା ହିଂସାକୁ ନେଇ ତୀବ୍ର ପ୍ରତିକ୍ରିୟା ହେତୁ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ସସପେଣ୍ଡ୍…

author-image
Pramod Behera
କଙ୍ଗନାଙ୍କ ଉପରେ ଇନଷ୍ଟାଗ୍ରାମ ବି ଦାଉ ସାଧିଲା

Untitled-1

ମୁମ୍ବାଇ: କଙ୍ଗନା ରଣୌତ ଏବେ ବିବାଦର ରାଣୀ ହୋଇପଡିଛନ୍ତି। ସେ ପ୍ରାୟତଃ ନିଜର ମନ୍ତବ୍ୟ ପାଇଁ ଲୋକଲୋଚନରେ ରହୁଛନ୍ତି। ବଙ୍ଗଳା ନିର୍ବାଚନ ଫଳାଫଳ ପରେ ବଙ୍ଗଳା ହିଂସାକୁ ନେଇ ତୀବ୍ର ପ୍ରତିକ୍ରିୟା ହେତୁ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ସସପେଣ୍ଡ୍ କରିଛି। ଏହା ପରେ କଙ୍ଗନା ନିଜକୁ ଇନଷ୍ଟାଗ୍ରାମରେ ସକ୍ରିୟ ରଖିଛନ୍ତି। ନିକଟରେ ସେ କରୋନା ପଜିଟିଭ ହେବା ସହ କରୋନାଙ୍କୁ ଚ୍ୟାଲେଞ୍ଜ କରୁଥିବା ତାଙ୍କ ପ୍ରଶଂସକଙ୍କ ସହ ବେଳେ ସେୟାର କରିଥିଲେ। ଇନଷ୍ଟାଗ୍ରାମ ଦ୍ୱାରା କଙ୍ଗନାଙ୍କ ଏହି ପୋଷ୍ଟକୁ ଡିଲିଟ କରାଯାଇଛି। ଏହି ପୋଷ୍ଟ ଡିଲିଟ ହେବା ପରେ କଙ୍ଗନା ନିଜର କ୍ରୋଧ ପ୍ରକାଶ କରିଛନ୍ତି।

Advertisment

publive-image

କଙ୍ଗନା ଶନିବାର କରୋନା ପଜିଟିଭ୍ ହେବାର ଖବର ସହିତ ଏହା ଏକ ଛୋଟ ଫ୍ଲୁ ବୋଲି କହିଥିଲେ। ଏହାସହ ସେ କହିଥିଲେ, “ମୁଁ ଜାଣେ ମୁଁ ଏହାକୁ ଶେଷ କରିବି।” ତାଙ୍କର ଏହି ପୋଷ୍ଟ ଯେତେବେଳେ ବିବାଦ ଘେରକୁ ଆସିଥିଲା, ଇନଷ୍ଟାଗ୍ରାମ ଏହି କଠୋର ପଦକ୍ଷେପ ନେଇ ପୋଷ୍ଟକୁ ଡିଲିଟ କରିଥିଲା। ଅଭିନେତ୍ରୀ ବର୍ତ୍ତମାନ ତାଙ୍କ ଇନଷ୍ଟା ପେଜରେ ତାଙ୍କ ମନର କଥା ସେୟାର କରିଛନ୍ତି।

publive-image

କଙ୍ଗନା ଲେଖିଛନ୍ତି, ‘ଇନଷ୍ଟାଗ୍ରାମ ମୋର ଏକ ପୋଷ୍ଟ ଡିଲିଟ କରିଛି, ଯେଉଁଥିରେ ମୁଁ କୋଭିଡଙ୍କୁ ହତ୍ୟା କରିବି ବୋଲି ଧମକ ଦେଇଥିଲି। ଏଥରରେ କାହାର ଭାବନା ଆଘାତ ପାଇଲା? ଅର୍ଥାତ୍ ଆତଙ୍କବାଦୀ ଓ କମ୍ୟୁନିଷ୍ଟଙ୍କ ସହୃଦୟ ବ୍ୟକ୍ତି ଟ୍ୱିଟରରେ ଶୁଣିବାକୁ ପାଇଥିଲେ, କିନ୍ତୁ କୋଭିଡ୍ ଫ୍ୟାନ୍ କ୍ଲବ୍! ଚମତ୍କାର। ଇନଷ୍ଟାରେ ଦୁଇ ଦିନ ବିତିଗଲାଣି, କିନ୍ତୁ ମୋତେ ଲାଗୁନି ଏକ ସପ୍ତାହରୁ ଅଧିକ ସମୟ ଧରି ରହିପାରିବି। କଙ୍ଗନାଙ୍କ ଏହି ପୋଷ୍ଟ ବର୍ତ୍ତମାନ ବହୁତ ଭାଇରାଲ ହେବାରେ ଲାଗିଛି।

Advertisment

publive-image

ନିକଟରେ କୋଭିଡ୍ ପଜେଟିଭ୍ ହେବା ପରେ କଙ୍ଗନା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ, “ଗତ କିଛି ଦିନ ହେବ ମୁଁ ହାଲୁକା ଭାବରେ କ୍ଲାନ୍ତ ଅନୁଭବ କରିବା ସହିତ ଆଖିରେ ଜ୍ଵଳନ ଅନୁଭବ କରୁଥିଲି। ହିମାଚଳ ଯିବାକୁ ଆଶା କରୁଥିଲି, ତେଣୁ ମୋର କୋଭିଡ ପରୀକ୍ଷା କରେଇଥିଲି ଏବଂ ରିପୋର୍ଟ ପଜେଟିଭ୍ ଆସିଥିଲା।”

publive-image

ସେ ଆହୁରି କହିଥିଲେ, ‘ମୁଁ ନିଜକୁ ସଙ୍ଗରୋଧ କରିଛି। ମୁଁ ଜାଣି ନଥିଲି ଯେ ଏହି ଭୂତାଣୁ ମୋ ଶରୀରରେ ରହି ପାର୍ଟି କରୁଛି, ମୁଁ ଯେତେବେଳେ ଏ କଥା କାଣିଲିଣି ମୁଁ ଏହାକୁ ନଷ୍ଟ କରିଦେବି। ଲୋକମାନେ ମଧ୍ୟ ଦୟାକରି ଏହାକୁ ଭୟ କରନ୍ତୁ ନାହିଁ, ଆପଣ ଯେତେ ଭୟ କରିବେ, ଏହା ଆପଣଙ୍କୁ ସେତେ ଅଧିକ ଭୟଭୀତ କରେଇବ। ଚାଲ ଏହି କୋଭିଡ -୧୯ କୁ ନଷ୍ଟ କରିବା। ଏହା ଏକ ସାମାନ୍ୟ ଫ୍ଲୁ ଛଡା ଆଉ କିଛି ନୁହେଁ।

Advertisment
Advertisment