/odishatv-khabar/media/post_attachments/uploadimage/library/16_9/16_9_0/kangana_1625376437.jpg)
kangana
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁକୁ ବିତିଗଲାଣି ଅଢ଼େଇ ମାସ। କିନ୍ତୁ ଏହା ମଧ୍ୟରେ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ି ନାହିଁ। ସୁଶାନ୍ତ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ୍ ପ୍ରାୟ ଦୁଇମାସ ଧରି ୫୦ରୁ ଅଧିକ ଲୋକଙ୍କୁ ପଚରାଉଚୁରା କରିଥିଲେ ହେଁ, ଏହାର କୌଣସି ସୁଫଳ ମିଳିନଥିଲା। କିନ୍ତୁ ଏବେ ସିବିଆଇ ହାତରେ ମାମଲା। ସୁଶାନ୍ତଙ୍କୁ ମୃତ୍ୟୁ ପଛରେ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ହାତ ରହିଛି କି ନାହିଁ, ସେ ସଂକ୍ରାନ୍ତରେ ସିବିଆଇ ତାଙ୍କୁ ତିନିଦିନ ଧରି ଜେରା କରୁଛି। ତେବେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟା ଦାୟୀ କି ନୁହେଁ, ସେ ସଂକ୍ରାନ୍ତରେ ମୁହଁ ଖୋଲିଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ। କଙ୍ଗନା ବଲିଉଡରେ ଡ୍ରଗ୍ସ ଲିଙ୍କ୍ ଏବଂ ରିୟାଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଆସନ୍ତୁ ଜାଣିବା।
ପ୍ରଶ୍ନ-୧ ବଲିଉଡ୍ ଡ୍ରଗସ୍ ଲିଙ୍କ ନେଇ ଆପଣଙ୍କ ମତ କଣ?
(କଙ୍ଗନା) ମୁଁ କହିବି ନିଜ ବଲିଉଡ୍ କ୍ୟାରିୟର ଭିତରେ ଆଜି ହେଉକି କାଲି ୯୯ ପ୍ରତିଶତ ଅଭିନେତା, ଅଭିନେତ୍ରୀ ଡ୍ରଗସ୍ ସେବନ କରିଛନ୍ତି। କିଛି ସ୍ୱାସ୍ଥ୍ୟଗତ କାରଣରୁ ଏହାକୁ ଛାଡି ଦେଇଛନ୍ତି। ତେବେ ଯୁବକ ଅବସ୍ଥାରେ ପ୍ରାୟ ସମସ୍ତେ ଡ୍ରଗସ ନିଅନ୍ତି। ଷ୍ଟାରମାନେ ଆୟୋଜିତ କରୁଥିବା ପାର୍ଟିରେ ସମସ୍ତେ ଡ୍ରଗ୍ସ ପିଅନ୍ତି। ପାଣି ଭଳି ଡ୍ରଗ୍ସ ପିଇ ଯାଆନ୍ତି। ଷ୍ଟାରମାନଙ୍କ ପତ୍ନୀମାନେ ବି ଏଭଳି ପାର୍ଟିର ଆୟୋଜନ କରନ୍ତି। ସମସ୍ତେ ମିଳିମିଶି ଐୟାଶୀରେ ମାତି ଯାଆନ୍ତି।
ପ୍ରଶ୍ନ-୨ ସୁଶାନ୍ତ ମାମଲାରେ ରିୟାଙ୍କ ଭୂମିକା ନେଇ କଣ କହିବେ ?
(କଙ୍ଗନା) ରିୟା କେବଳ କାଠ କଣ୍ଢେଇ। ତାଙ୍କ ପଛରେ ଅନ୍ୟ କେହି ମାଷ୍ଟରମାଇଣ୍ଡ ରହିଛି ସୁଶାନ୍ତଙ୍କୁ ଅତ୍ମହତ୍ୟା ଲାଗି ଉସୁକାଇଥିବା ଅଭିଯୋଗରେ ରିୟାଙ୍କୁ ଯଦି ଜେଲ୍ ହୁଏ ତେବେ ପରଦା ପଛର ନାୟକ କିଏ? କ'ଣ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ? ସେମାନେ ସୁଶାନ୍ତଠାରୁ କଣ ଚାହୁଁଥିଲେ? ସୁଶାନ୍ତ ବୋଧ ହୁଏ ସେମାନଙ୍କେର କିଛି ବଡ଼ ଗୁମର ଜାଣିଥିଲେ? ସେଥିଲାଗି ସେମାନେ ନିଜକୁ ଅସୁରକ୍ଷିତ ମଣୁଥିଲେ।
ପ୍ରଶ୍ନ-୩ କେମିତି ଚାଲେ ଡ୍ରଗ୍ସ ଡିଲ୍ ?
(କଙ୍ଗନା) ବଲିଉଡରେ ମୋର ଆତ୍ମଘୋଷିତ ମେଣ୍ଟର ମୋତେ ଡ୍ରଗସ ଡିଲ୍ ସ୍ଥାନକୁ ନେଇ ଯାଉଥିଲେ। ଦୁବାଇ ଓ ଭୁବନେଶ୍ୱର ଭଳି ଛୋଟବଡ଼ ସହରରୁ ଏଠାକୁ ଖଣି ମାଲିକ ଓ ଅନ୍ୟ ଲୋକମାନେ ଆସୁଥିଲେ। ସମସ୍ତେ ପ୍ରାୟତଃ ବୟସ୍କ ଥିଲେ। ମୋତେ ସେମାନଙ୍କ ମଝିରେ ବସାଇ ଦେଇ ମୋ ମେଣ୍ଟର ଚାଲିଯାଉଥିଲା। ସମସ୍ତେ ମୋ ନମ୍ବର ନେଉଥିଲେ। ମୋ ମନରେ ଭୟ ଆସିଥିଲା କାଳେ ମୋତେ ଦୁବାଇ ଚାଲାଣ କରିଦେବେନି ତ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)