Advertisment

କଙ୍ଗନାଙ୍କୁ କରୋନା : କହିଲେ ଶେଷ କରିଦେବି

ମୁମ୍ବାଇ: କରୋନାର କରାଳ ସାରା ଦୁନିଆକୁ ଘେରି ରଖିଛି। ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା କରୋନା ଲହର ବଲିଉଡର ଅନେକ ସେଲିବ୍ରିଟିମାନଙ୍କୁ କବଲିତ କରିଛି। ବର୍ତ୍ତମାନ ବଲିଉଡର ପଙ୍ଗା ରାଣୀ ଅର୍ଥାତ୍ କଙ୍ଗନା ରଣୌତ ମଧ୍ୟ କୋଭିଡ୍ ପଜିଟିଭର ଶିକାର…

author-image
Pramod Behera
କଙ୍ଗନାଙ୍କୁ କରୋନା : କହିଲେ ଶେଷ କରିଦେବି

4

ମୁମ୍ବାଇ: କରୋନାର କରାଳ ସାରା ଦୁନିଆକୁ ଘେରି ରଖିଛି। ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା କରୋନା ଲହର ବଲିଉଡର ଅନେକ ସେଲିବ୍ରିଟିମାନଙ୍କୁ କବଲିତ କରିଛି। ବର୍ତ୍ତମାନ ବଲିଉଡର ପଙ୍ଗା ରାଣୀ ଅର୍ଥାତ୍ କଙ୍ଗନା ରଣୌତ ମଧ୍ୟ କୋଭିଡ୍ ପଜିଟିଭର ଶିକାର ହୋଇଛନ୍ତି। ତାଙ୍କର କରୋନା ଟେଷ୍ଟ୍ ପଜିଟିଭ୍ ଆସିଛି। ସୋସିଆଲ ମିଡିଆରେ ସେ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି। ରିପୋର୍ଟ ପଜିଟିଭ୍  ଆସିବା ପରେ ପରେ ସେ ନିଜକୁ ସଙ୍ଗରୋଧ କରିଥିବା ଜଣେଇଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚାଲୁଥିବା କଙ୍ଗନା କହିଛନ୍ତି।

Advertisment

publive-image

କଙ୍ଗନା ରଣୌତ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରଶଂସକଙ୍କ ସହ ଏହି ସୂଚନା ସେୟାର କରିଛନ୍ତି। ସେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଧ୍ୟାନ କରୁଥିବା ଦେଖାଯାଏ। ସେ ତାଙ୍କ ପୋଷ୍ଟରେ ମଜ୍ଜାଳିଆ ଢଙ୍ଗରେ ଲେଖିଛନ୍ତି- “ଗତ କିଛି ଦିନ ହେବ ମୁଁ କ୍ଳାନ୍ତ ଓ ଦୁର୍ବଳ ଅନୁଭବ କରୁଥିଲି ଏବଂ ମୋର ଆଖି ଅଳ୍ପ ଅଳ୍ପ ପୋଡୁଥିଲା। ଗତକାଲି ହିମାଚଳ ଯିବା ଆଶାରେ ମୁଁ ମୋର ପରୀକ୍ଷା କରାଇଥିଲି ଏବଂ ଆଜି ଏହାର ଫଳାଫଳ ଆସିଛି। ମୁଁ କୋଭିଡ୍ ପଜିଟିଭ୍ ଅଛି। ମୁଁ ନିଜକୁ ସଙ୍ଗରୋଧ କରିଛି। ମୁଁ ଆଦୌ ଜାଣି ନ ଥିଲି ଯେ ଏହି ଜୀବାଣୁ ମୋ ଶରୀରରେ ରହି ପାର୍ଟି କରୁଛି। ବର୍ତ୍ତମାନ ଯେତେବେଳେ ମତେ ଏହା ବିଷୟରେ ଜଣାଡିଗଲାଣି ମୁଁ ଏହାକୁ ଶେଷ କରିଦେବି।”

publive-image

କଙ୍ଗନା ଆହୁରି ଲେଖିଛନ୍ତି, “ଯଦି ତୁମେ ଡରିଗଲ, ତେବେ ଏହା ତୁମକୁ ଅଧିକ ଡରେଇବ। ଆସନ୍ତୁ ଏହି କୋଭିଡ୍ 19କୁ ଶେଷ କରିବା। ଏହା ଏକ ସାମାନ୍ୟ ଫ୍ଲୁ ଛଡା ଆଉ କିଛି ନୁହେଁ, ଯାହାକୁ ଦମନ କରାଯାଇଥିଲା ଏବଂ ବର୍ତ୍ତମାନ ଏହା କିଛି ଲୋକଙ୍କ ପାଖରେ ଅଛି। ହର ହର ମହାଦେବ।”

Advertisment

publive-image

କଙ୍ଗନାଙ୍କ ପ୍ରଶଂସକମାନେ ଯେତେବେଳେ ଜାଣିଲେ ଯେ ତାଙ୍କୁ କୋଭିଡ ପଜେଟିଭ୍ ହୋଇଛି ସେମାନେ ସେବେଠାରୁ ସେ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଛନ୍ତି।

କଙ୍ଗନାଙ୍କ ଏହି ପୋଷ୍ଟ ପରେ ଲାଗୁଛି ଯେ ଅଭିନେତ୍ରୀ ତାଙ୍କ ବିରୁଦ୍ଧରେ କହୁଥିବା ଲୋକଙ୍କୁ ଯେଉଁଭଳି ଭାବେ ସାମ୍ନା କରିଛନ୍ତି, ବର୍ତ୍ତମାନ ସେ କରୋନା ଜୀବାଣୁ ବିରୁଦ୍ଧରେ ବି ସମାନ ପଦକ୍ଷେପ ନେବେ। ତାଙ୍କ ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ଅଭିନେତ୍ରୀ ଆଦୌ କରୋନା ଭାଇରସକୁ ଭୟ କରୁ ନାହାନ୍ତି ବରଂ ଏହା ବିରୋଧରେ ଲଢେଇ ଜାରି ରଖି ଏହାକୁ ହଟେଇବାକୁ ଚେଷ୍ଟା କରୁଛନ୍ତି।

publive-image

ପ୍ରକାଶଥାଉଯେ ସୋସିଆଲ ମିଡିଆରେ କଙ୍ଗନା ବହୁତ ସକ୍ରିୟ ରହିବା ସହିତ ଦେଶ-ବିଦେଶ ପ୍ରସଙ୍ଗ ଉପରେ ତାଙ୍କ ମତାମତ ଜାରି ରଖିଛନ୍ତି। ନିକଟରେ ହୋଇଥିବା ବଙ୍ଗଳା ନିର୍ବାଚନର ଫଳାଫଳ ପରେ ସେ ବଙ୍ଗଳା ହିଂସା ବିରୋଧରେ ତୀବ୍ର ପ୍ରତିକ୍ରିୟା ଓ ମମତା ବାନାର୍ଜୀଙ୍କ ଉପରେ ଆପତିଜନକ ମନ୍ତବ୍ୟ ଦେଇଥିଲେ। ଏହି କାରଣରୁ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ସବୁଦିନ ପାଇଁ ସ୍ଥଗିତ କରିଦିଆଯାଇଛି।

Advertisment
Advertisment