Advertisment

ଦୁବାଇରେ ସମୟ ବିତାଉଛନ୍ତି ଏହି ଦୁ‍ଇ କଳାକାର

ନୂଆଦିଲ୍ଲୀ: ଜୈସ୍ମିନ୍ ଭସୀନ ଓ ଅଲୀ ଗୋନୀଙ୍କୁ ନେ‍ଇ ଏବେ ଚର୍ଚ୍ଚା ଜୋର ଧରିଛି। ‘ବିଗ୍ ବସ୍-୧୪’ ସରିବା ପରେ ଏହି ଦୁ‍ଇ କଳାକାର ଜଣେ ଅନ୍ୟଜଣକ ସହିତ ବେଶ ସମୟ ବିତାଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଏମାନେ ଦୁବାଇରେ ଛୁଟିର ମଜ୍ଜା ନେଉଥିବା ଜଣାଯାଇଛି। ଜୈସ୍ମିନ୍ ଓ ଅଲୀ ସେମାନଙ୍କ ଦୁବାଇ ଟ୍ରିପର ଫଟୋ ମଧ୍ୟ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ପ୍ରଶଂସକମାନେ ସେମାନଙ୍କୁ ଏକାସାଙ୍ଗେ ଦେଖି ବହୁତ ଖୁସି […]

author-image
Pramod Behera
ଦୁବାଇରେ ସମୟ ବିତାଉଛନ୍ତି ଏହି ଦୁ‍ଇ କଳାକାର

Ali

ନୂଆଦିଲ୍ଲୀ: ଜୈସ୍ମିନ୍ ଭସୀନ ଓ ଅଲୀ ଗୋନୀଙ୍କୁ ନେ‍ଇ ଏବେ ଚର୍ଚ୍ଚା ଜୋର ଧରିଛି। ‘ବିଗ୍ ବସ୍-୧୪’ ସରିବା ପରେ ଏହି ଦୁ‍ଇ କଳାକାର ଜଣେ ଅନ୍ୟଜଣକ ସହିତ ବେଶ ସମୟ ବିତାଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଏମାନେ ଦୁବାଇରେ ଛୁଟିର ମଜ୍ଜା ନେଉଥିବା ଜଣାଯାଇଛି। ଜୈସ୍ମିନ୍ ଓ ଅଲୀ ସେମାନଙ୍କ ଦୁବାଇ ଟ୍ରିପର ଫଟୋ ମଧ୍ୟ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ପ୍ରଶଂସକମାନେ ସେମାନଙ୍କୁ ଏକାସାଙ୍ଗେ ଦେଖି ବହୁତ ଖୁସି ହେଉଥିବା ଦେଖାଯାଇଛି।

Advertisment

publive-image

ଜୈସ୍ମିନ୍ ନିଜ ‍ଇନଷ୍ଟାଗ୍ରାମ୍ ପେଜରେ ଅଲୀଙ୍କ ସହିତ ଏକ ଫଟୋ ପୋଷ୍ଟ୍ କରି ପ୍ରଶଂସକମାନଙ୍କୁ ଏହାର କ୍ୟାପସନ ଦେବାକୁ କହିଥିଲେ। ତାଙ୍କର ଏହି ଅନୁରୋଧ ଦେଖି କମେଣ୍ଟର ସୁଅ ଛୁଟିଥିଲା। ଫଟୋରେ ଉଭୟଙ୍କୁ ଏକାସାଙ୍ଗରେ ଦେଖି ୟୁଜର୍ସମାନେ ଉତଫୁଲ୍ଲିତ ହୋଇପଡିଛନ୍ତି।

publive-image

ଜଣେ ପ୍ରଶଂସକ ତାରିଫ୍ କରିବାକୁ ଯାଇ କହିଛନ୍ତି ଯେ “ଦୁହେଁ ନିଆଁ ନଗେଇଦେଲେ, ଆମକୁ ଏହା ପ୍ରମାଣିତ କରୁଛି ଯେ ଭ୍ରମଣର ଫଳ ମିଠା ହୋଇଥାଏ।” ଆଉ ଜଣେ ପ୍ରଶଂସକଙ୍କ କହିବା କଥା, “ଜୈସ୍ମିନ୍ ରାଜକୁମାରୀ ଚାର୍ମିଂ ଆଲାଉଦ୍ଦିନଙ୍କ ସହ ଦୁବାଇରେ ମସ୍ତି କରୁଛନ୍ତି।” ଆଉଜଣେ “ଦୁହେଁ ଦୁହିଁଙ୍କ ପାଇଁ ଗଢା” ବୋଲି କହିଛନ୍ତି।

Advertisment

publive-image

ଏହିଭଳି ଉତ୍ସାହଜନକ ମତ ମନ୍ତବ୍ୟରେ ଜୈସ୍ମିନ୍ ଓ ଅଲୀଙ୍କ ଇନଷ୍ଟାଗ୍ରାମ ଭରିଯାଇଛି। ଦୁବାଇରେ ଦୁହେଁ ବହୁତ ଭଲ ସମୟ କଟାଇଥିବା ସେମାନଙ୍କ ଫଟୋରୁ ପ୍ରମାଣିତ ହେଉଛି।

publive-image

ଦୁବାଇର ଡେଜର୍ଟ ସଫାରୀ, ସେଠାକାର ଅଲିଶାନ୍ ଭବନ ଓ ରୁଚିକର ଖାଦ୍ୟର ଅନେକ ଫଟୋ ଉଠାଇ ଜୈସ୍ମିନ୍ ଓ ଅଲୀ ସେୟାର କରିଛନ୍ତି। ଏପରିକି ଅଲୀ ତାଙ୍କ ଇନଷ୍ଟାଗ୍ରାମରେ ଶୋଇବା ଓ ଖାଇବାର ଭିଡିଓ ମଧ୍ୟ ସେୟାର କରିଛନ୍ତି।

publive-image

ଏଥିରେ ଜୈସ୍ମିନ୍ ବହୁତ ସୁନ୍ଦର ଦେଖାଯାଉଥିବା ବେଳେ ଅଲୀ ଗୋନୀ କମାଲ ଲାଗୁଛନ୍ତି। ଏକ ପ୍ରିଣ୍ଟେଡ୍ ସାର୍ଟ୍, ଡେନିମ୍ ଜିନ୍ସ୍, ମୁଣ୍ଡରେ ଏକ ଗାମୁଛା ଓ ସନଗ୍ଲାସ୍ ପିନ୍ଧି ଅଲୀ ବହୁତ ଆକର୍ଷଣୀୟ ଲାଗୁଛନ୍ତି।

Advertisment
Advertisment