Advertisment

ଏହି ଅଭିନେତାଙ୍କ ସହ ଚୁମ୍ବନ ଦୃଶ୍ୟ କରିବାକୁ ଚାହାନ୍ତି ଜାହ୍ନବୀ

ମୁମ୍ବାଇ: ‘ଧଡକ’ ଚଳଚ୍ଚିତ୍ରରେ ଡେବ୍ୟୁ କରିବା ପରେ ‘ଗୁଞ୍ଜନ ସାକ୍ସେନା’ ଏବଂ ‘ରୋହି’ରେ ଅଭିନୟ କରିଥିବା ଅଭିନେତ୍ରୀ ଜାହ୍ନବୀ କପୁର ଏଯାଏ ଭିନ୍ନ ଭିନ୍ନ ଭୂମିକାରେ ନିଜର ଯାଦୁଗରୀ ଅଭିନୟରେ ଦର୍ଶକମାନଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ କିଣି ସାରିଛନ୍ତି। ବର୍ତ୍ତମାନ…

author-image
Pramod Behera
ଏହି ଅଭିନେତାଙ୍କ ସହ ଚୁମ୍ବନ ଦୃଶ୍ୟ କରିବାକୁ ଚାହାନ୍ତି ଜାହ୍ନବୀ

3

ମୁମ୍ବାଇ: ‘ଧଡକ’ ଚଳଚ୍ଚିତ୍ରରେ ଡେବ୍ୟୁ କରିବା ପରେ ‘ଗୁଞ୍ଜନ ସାକ୍ସେନା’ ଏବଂ ‘ରୋହି’ରେ ଅଭିନୟ କରିଥିବା ଅଭିନେତ୍ରୀ ଜାହ୍ନବୀ କପୁର ଏଯାଏ ଭିନ୍ନ ଭିନ୍ନ ଭୂମିକାରେ ନିଜର ଯାଦୁଗରୀ ଅଭିନୟରେ ଦର୍ଶକମାନଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ କିଣି ସାରିଛନ୍ତି। ବର୍ତ୍ତମାନ ଜାହ୍ନବୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଥିବା ଦେଖାଯାଏ। ନିଜର ବିଭିନ୍ନ ଫଟୋ ଦ୍ଵାରା ହଇଚଇ ସୃଷ୍ଟି କରୁଥିବା ଶ୍ରୀଦେବୀଙ୍କ ଲଳନା ଜାହ୍ନବୀ, ବିନା ଦ୍ୱିଧାରେ ପ୍ରଶଂସକମାନଙ୍କ ଅନେକ ପ୍ରଶ୍ନର ଉତ୍ତର ଦିଅନ୍ତି। ଦର୍ଶକମାନଙ୍କୁ ତାଙ୍କର ଗୋଟିଏ ଉତ୍ତର ଆଶ୍ଚର୍ଯ୍ୟ କରିଦେଇଥିଲା ଯେତେବେଳେ ସେ କହିଥିଲେ ଯେ କେଉଁ ବଲିଉଡ ଅଭିନେତା ସହିତ ସେ ଚୁମ୍ବନ ଦୃଶ୍ୟ କରିବାକୁ ଚାହୁଁଛନ୍ତି।

Advertisment

publive-image

କାର୍ତ୍ତିକ ଆର୍ଯ୍ୟନ ଏବଂ ଇଶାନ ଖଟ୍ଟରଙ୍କ ସହ ପ୍ରେମ ସମ୍ପର୍କ ପରେ ଆଲୋଚନାକୁ ଆସିଥିବା ଜାହ୍ନବୀ କପୁର ଖୋଲାଖୋଲି ଭାବେ ସହ ଏକ ଚାଟ୍ ଶୋ’ରେ ଉତ୍ତର ଦେଇଛନ୍ତି। ସୂଚନା ମୁତାବକ ପୂର୍ବରୁ ଜାହ୍ନବୀ କପୁର ଏକ ଚାଟ୍ ଶୋ’ରେ ପହଞ୍ଚିଥିଲେ। ଏଠାରେ ଅଭିନେତ୍ରୀ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଭାବିଚିନ୍ତି ଦେଇଥିଲେ। ଏହି ଶୋ’ରେ ଯେତେବେଳେ ତାଙ୍କୁ ପଚରାଗଲା ଯେ ବଲିଉଡର କେଉଁ ପୁରୁଷ ଅଭିନେତାଙ୍କୁ ସେ ଚୁମ୍ବନ ଦେବାକୁ ଚାହୁଛନ୍ତି, ସେତେବେଳେ ସମସ୍ତଙ୍କ ଧ୍ୟାନ ଅଭିନେତ୍ରୀଙ୍କ ଉତ୍ତର ଉପରେ ରହିଗଲା।

publive-image

ଜାହ୍ନବୀଙ୍କ ସହ କାର୍ତ୍ତିକ ଆର୍ଯ୍ୟନ ଏବଂ ଇଶାନ ଖଟ୍ଟରଙ୍କୁ ନେଇ ଯେଉଁ ଆଶା ରହୁଥିଲା ତାହା ତାଙ୍କ ଉତ୍ତରରେ ମଳିନ ପଡିଗଲା। କାରଣ ଏହି ଦୌଡରୁ ସେ ଏହି ଦୁଇ ଅଭିନେତାଙ୍କୁ ବାଦ ଦେଇ ଅଭିନେତା ଭିକି କୌଶଲଙ୍କ ନାମ ନେଇଥିଲେ। ସେ କହିଥିଲେ ଯେ ହ୍ୟାଣ୍ଡସମ ହିରୋ ଭିକି କୌଶଲଙ୍କ ସହ ସେ ଚୁମ୍ବନ ଦୃଶ୍ୟ କରିବାକୁ ଚାହୁଁଛନ୍ତି। ଯଦିଓ ଉଭୟ ଏକ ଏଡ୍ ରେ ଏକାଠି କାମ କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କୌଣସି ଫିଲ୍ମ କରିନାହାଁନ୍ତି।

Advertisment

publive-image

ଏହି ଶୋ’ରେ ଜାହ୍ନବୀଙ୍କୁ ଇଶାନ ଖଟ୍ଟରଙ୍କ ସମ୍ପର୍କିତ ପ୍ରଶ୍ନ ମଧ୍ୟ ପଚରାଯାଇଥିଲା। ଉତ୍ତରରେ ଜାହ୍ନବୀ କହିଥିଲେ ଯେ ପ୍ରକୃତରେ ଇଶାନଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ସାକ୍ଷାତକାର ସମୟରେ ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ପିତା ବୋନି କପୁର ଜଣେ ଶାନ୍ତ ସରଳ ପ୍ରକୃତିର ବ୍ୟକ୍ତି ଏବଂ ସେ ପ୍ରେମିକ ହେବାର ଅର୍ଥକୁ ଭଲ ଭାବରେ ବୁଝିଛନ୍ତି।

publive-image

ପ୍ରକାଶ ଥାଉକି ଭିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ପ୍ରେମ ସମ୍ପର୍କ ଆଜିକାଲି ବେଶ ଚର୍ଚ୍ଚାରେ ରହିଛି। ଦୁହେଁ ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କ ବିଷୟରେ କୌଣସି ବ୍ୟକ୍ତିଗତ ଖୁଲାସା କରି ନାହାନ୍ତି ସତ, କିନ୍ତୁ ଉଭୟ ଅନେକ ସମୟରେ ଏକାଠି ନଜର ଆସୁଥିବା ଦେଖାଯାଏ।

Advertisment
Advertisment