Advertisment

ଗର୍ଲଫ୍ରେଣ୍ଡ ପାଇଁ ନିଜ ମାଆଙ୍କୁ ଘରୁ ବାହାର କରିଦେଇଥିଲେ ଜ୍ୟାକି

ନୂଆଦିଲ୍ଲୀ  : ବଲିଉଡ୍‌ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ଜ୍ୟାକ୍ ଶ୍ରଫ୍‌ । ନିଜ କ୍ୟାରିୟରରେ ସେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି ବଲିଉଡ୍‌କୁ । ନିଜର ସ୍ୱତନ୍ତ୍ର ଡାଇଲଗ୍‌ସ ଓ ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି । ନିକଟରେ ସେ ‘  ଦ କପିଲ ଶର୍ମା ସୋ ’ କୁ ଯାଇଥିଲେ । ସେଥିରେ ଖୁବ୍‌ ମଜା କରିବା ସହ ନିଜ ଅତୀତକୁ ମନେପକାଇ ବହୁତ କଥାର ରହସ୍ୟ ଖୋଲିଥିଲେ […]

author-image
Pradesh Pratyush
ଗର୍ଲଫ୍ରେଣ୍ଡ ପାଇଁ ନିଜ ମାଆଙ୍କୁ ଘରୁ ବାହାର କରିଦେଇଥିଲେ ଜ୍ୟାକି

jakki

ନୂଆଦିଲ୍ଲୀ  : ବଲିଉଡ୍‌ ଫିଲ୍ମ ଜଗତର ପ୍ରସିଦ୍ଧ ଅଭିନେତା ଜ୍ୟାକ୍ ଶ୍ରଫ୍‌ । ନିଜ କ୍ୟାରିୟରରେ ସେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି ବଲିଉଡ୍‌କୁ । ନିଜର ସ୍ୱତନ୍ତ୍ର ଡାଇଲଗ୍‌ସ ଓ ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି । ନିକଟରେ ସେ ‘  ଦ କପିଲ ଶର୍ମା ସୋ ’ କୁ ଯାଇଥିଲେ । ସେଥିରେ ଖୁବ୍‌ ମଜା କରିବା ସହ ନିଜ ଅତୀତକୁ ମନେପକାଇ ବହୁତ କଥାର ରହସ୍ୟ ଖୋଲିଥିଲେ ।  ସେ ନିଜର ସ୍କୁଲ୍‌ ବେଳରୁ ଯୁବକ ଯାଏ ସବୁ ଘଟଣାକୁ ବଖାଣିଥିଲେ , ଯାହାକି ଅନ୍ୟକୁ ଅଜଣା ଥିଲା ।

Advertisment

ଜ୍ୟାକି ‘ ଦ କପିଲ ଶର୍ମା ସୋ ’ରେ ଖୁବ୍‌ ମସ୍ତିମଜାକ ସହ କହିଥିଲେ ନିଜ ସ୍କୁଲ ବେଳର କଥା । ସେ ନିଜର ଜଣେ ଗର୍ଲଫ୍ରେଣ୍ଡଙ୍କ ସହ କେମିତି ପ୍ରାଙ୍କ କରିଥିଲେ । ଦିନେ ସେହି ଝିଅଟି ଜ୍ୟାକିଙ୍କୁ କହିଲା କି ସେ ତାଙ୍କ ମାଆଙ୍କୁ ଭେଟିବାକୁ ଚାହୁଁଛନ୍ତି । ଜ୍ୟାକି ତାଙ୍କୁ ମିଛରେ କହିଥିଲେ କି , ‘’ ମୁଁ ମାଆଙ୍କ ସହ ରହୁନାହିଁ । ପିଜିରେ ଏକଲା ରହୁଛି ।‘’

View this post on Instagram

A post shared by Jackie Shroff (@apnabhidu) on

Advertisment

ଆଉ ଜ୍ୟାକି ମଧ୍ୟ ଏହି କଥାରେ ନିଜ ମାଆଙ୍କୁ ମନେଇ ଦେଇଥିଲେ । କିଛି ସମୟ ପାଇଁ ସେ ଘରୁ ବାହାରେ ରହିବାକୁ ମାଆଙ୍କୁ କହିଥିଲେ । ଆଉ ଜ୍ୟାକିଙ୍କ ଠାରୁ ସବୁ କଥା ଶୁଣି ତାଙ୍କ ମାଆ ତାଙ୍କୁ ସାହାଯ୍ୟ କରିଥିଲେ । ମାଆ ସେଦିନ ୩୦ ମିନିଟ ଯାଏ ଘର ବାହାରେ ରହିଥିଲେ ।

ଜ୍ୟାକି ଶ୍ରଫ୍‌ଙ୍କର ଆଗକୁ ଦୁଇଟି ଫିଲ୍ମ ଆସୁଛୁ , 'ମୁମ୍ୱାଇ ସାଗା'ରାଧେ।  ଏହି ଦୁଇଟି ଫିଲ୍ମ ୨୦୨୦ରେ ରିଲିଜ୍‌ ହେବ ।  ଫିଲ୍ମ ରାଧେ ରେ ଜ୍ୟାକିଙ୍କ ସହ  ସୁପରଷ୍ଟାର  ସଲମାନ ଖାନ୍‌ ନଜର ଆସିବେ । ଫିଲ୍ମ ରାଧେର ଟିଜର ରିଲିଜ୍‌ ହୋଇସାରିଛି ।

Advertisment
Advertisment