Advertisment

ନିଆରା ଶ୍ରଦ୍ଧାଞ୍ଜଳି : ଇରଫାନଙ୍କୁ ସମ୍ମାନ

ନୂଆଦିଲ୍ଲୀ: ବଲିଉଡର ମହାନ କଳାକାର ଇରଫାନ ଖାନଙ୍କ ବିଦାୟକୁ ଅନେକ ବର୍ଷ ଚାଲିଗଲାଣି। କିନ୍ତୁ ଏହାର କ୍ଷତ ଆଜି ବି ଜଳ ଜଳ ହୋଇ ଦେଖାଯାଏ। ଆଜି ଏହି ମହାନ କଳାକାରଙ୍କୁ ମନେପକାଯାଉଛି ତାହା ପୁଣି ନିଆରା ଢଙ୍ଗରେ। ଫିଲ୍ମ ଫେୟାର ତରଫରୁ ଇରଫାନଙ୍କୁ ସମ୍ମାନ ଦିଆଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ତାଙ୍କୁ ଏକ ବିଶେଷ ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ ତାଙ୍କ ସୁପୁତ୍ର ବାବଲି ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହି ସମ୍ମାନ ଉତ୍ସବରେ ବାବଲି […]

author-image
Pramod Behera
ନିଆରା ଶ୍ରଦ୍ଧାଞ୍ଜଳି : ଇରଫାନଙ୍କୁ ସମ୍ମାନ

Irfan-bbali.babli

ନୂଆଦିଲ୍ଲୀ: ବଲିଉଡର ମହାନ କଳାକାର ଇରଫାନ ଖାନଙ୍କ ବିଦାୟକୁ ଅନେକ ବର୍ଷ ଚାଲିଗଲାଣି। କିନ୍ତୁ ଏହାର କ୍ଷତ ଆଜି ବି ଜଳ ଜଳ ହୋଇ ଦେଖାଯାଏ। ଆଜି ଏହି ମହାନ କଳାକାରଙ୍କୁ ମନେପକାଯାଉଛି ତାହା ପୁଣି ନିଆରା ଢଙ୍ଗରେ। ଫିଲ୍ମ ଫେୟାର ତରଫରୁ ଇରଫାନଙ୍କୁ ସମ୍ମାନ ଦିଆଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ତାଙ୍କୁ ଏକ ବିଶେଷ ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ ତାଙ୍କ ସୁପୁତ୍ର ବାବଲି ଏହି ସମ୍ମାନ ଗ୍ରହଣ କରିଛନ୍ତି।

Advertisment

publive-imageଏହି ସମ୍ମାନ ଉତ୍ସବରେ ବାବଲି କଇଁ କଇଁ ହୋଇ କାନ୍ଦୁଥିବା ଦେଖିବାକୁ ମିଳେ। ତାଙ୍କ ଆଖିରୁ ଲୁହମାନେ ଝରୁ ଝରୁ ରହିଯାଉଛନ୍ତି। ସେ ତାଙ୍କ ପିତାଙ୍କୁ ଝୁରି ହେଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଯେତେବେଳେ ଷ୍ଟେଜରେ ହୋଷ୍ଟଭାବେ ଭୂମିକା ନିଭାଉଥିବା ରାଜକୁମାର ରାଓ ଓ ଅଯୁଷ୍ମାନ ଖୁରାନା ଇରଫାନଙ୍କ ପାଇଁ ସୁନ୍ଦର ସୁନ୍ଦର ଶବ୍ଦର ବ୍ୟବହାର କରୁଛନ୍ତି। ଭାରତୀୟ ସିନେମା ପାଇଁ ଇରଫାନଙ୍କ ଅବଦାନ କେତେ ଗୁରୁତ୍ୱପୂର୍ଣ୍ଣ ସେ କଥା ବଖାଣୁଛନ୍ତି ଠିକ୍ ସେହି ସମୟରେ ବାବଲି ଭାବବିହ୍ବଳ ହୋଇପଡୁଥିବା ଦେଖିବାକି ମିଳୁଛି।

publive-imageଯେତେବେଳେ ବାବଲିଙ୍କୁ ଷ୍ଟେଜ ଉପରକୁ ସମ୍ମାନ ଗ୍ରହଣ କରିବା ପାଇଁ ଡକାଯାଉଛି ସେ କେବଳ ଏତିକି କହୁଛନ୍ତି ଯେ, ସେ ତାଙ୍କ ପିତାଙ୍କ ମସ୍ତକ ଗର୍ବରେ ଉଚ୍ଚା କରିବେ। ସେ ଭାରତୀୟ  ସିନେମାକୁ ଏକ ନୂତନ ଦିଗନ୍ତରେ ପହଞ୍ଚାଇବେ। ବାବଲିଙ୍କ ଏହି କେଇ ପଦ କଥା ଉପସ୍ଥିତ ସମସ୍ତଙ୍କୁ ସ୍ତବ୍ଦ କରିଦେବା ସହ ତାଳିମାରିବା ନେଇ ବାଧ୍ୟ କରିପକାଇଛି। ଆଉ ଇରଫାନ କେବେ ବି ପରାଜୟବରଣ କରିବେ ନାହିଁ ବାବଲିଙ୍କ ଏହି ଶବ୍ଦ ସ୍ପଷ୍ଟ କରିଛି। ଏହା ବ୍ୟତୀତ ବାବଲିଙ୍କୁ ଅନ୍ୟ ସମୟରେ ମଧ୍ୟ ଭାବବିହ୍ୱଳ ହେବା ଦେଖାଯାଏ। କିନ୍ତୁ ସେ ତାଙ୍କ ଭାବନାକୁ ମୁହଁରେ ନ କହି ଲେଖି ରଖିବାରେ ବିଶ୍ୱାସ କରନ୍ତି।

Advertisment

ଯଦି ଆମେ ଇରଫାନ ଖାନଙ୍କ କଥା କହିବା,  ତେବେ ତାଙ୍କର ପୂର୍ବ ବର୍ଷ ଏପ୍ରିଲ 29 ତାରିଖରେ କର୍କଟରେ ମୃତ୍ୟୃ ହୋଇଥିଲା। ଦୀର୍ଘ ସମୟ ଧରି ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ଶେଷରେ ସେ ଜୀବନ ଯୁଦ୍ଧରେ ହାରିଯାଇଥିଲେ। ଦୁନିଆ ଓ ବଲିଉଡ୍ ଜଗତକୁ ସେ ଶୋକ ସାଗରରେ ଭସେଇ ବିଦାୟ ନେଇଥିଲେ। ଇରଫାନ ଖାନ୍ ‘ପାନ୍ ସିଂହ ତୋମର’ ‘ପିକୁ’ ଭଳି ଅନେକ ଦମଦାର ସିନେମା ଦେଇ ଦର୍ଶକଙ୍କ ହୃଦୟରେ ଏକ ନିଆରା ଜାଗା କିଣିପାରିଥିଲେ।

Advertisment
Advertisment