/odishatv-khabar/media/post_attachments/uploadimage/library/16_9/16_9_0/sania_1626694315.jpg)
sania
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶରେ ଲକ୍ଡାଉନ୍ ଲାଗିଛି। ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ବି କରୋନା ଲକ୍ଡାଉନ୍ ଜାରି ରହିଛି। ତେବେ ଏହି ଲକ୍ଡାଉନ୍ରେ ପାକିସ୍ତାନର କ୍ରିକେଟର୍ ସ୍ୱାମୀ ଶୋଏବ୍ ମଲ୍ଲୀକଙ୍କଠାରୁ ଅଲଗା ହୋଇଯାଇଛନ୍ତି ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା। ଶୋଏବ୍ ପାକିସ୍ତାନରେ, ଆଉ ସାନିଆ ତାଙ୍କ କୁନି ପୁଅ ସହିତ ଭାରତରେ ଫସି ରହିଯାଇଛନ୍ତି। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଏମିତି ପର୍ଯ୍ୟାୟ କ୍ରମେ ଲକ୍ଡାଉନ୍ ବଢୁଥିବାରୁ ପୁଅ ପାଇଁ ଚିନ୍ତାରେ ପଡ଼ିଯାଇଛନ୍ତି ସାନିଆ ମିର୍ଜା।
ଏନେଇ ସେ ସୋସିଆଲ୍ ମିଡିଆରେ ଲାଇଭ୍ ଚାଟ୍ ବେଳେ କହିଥିଲେ ''ମୁଁ ମୋ ପୁଅ ସହିତ ଏଠାରେ ଅଛି, ଶୋଏବ ମଲ୍ଲିକ ତାଙ୍କ ୬୫ ବର୍ଷୀୟ ମାଆଙ୍କ ସହିତ ପାକିସ୍ତାନରେ ଅଛନ୍ତି। ମୁଁ ଜାଣିପାରୁନି ଯେ ପୁଅ ଆଉ କେବେ ତାଙ୍କ ପିତାଙ୍କୁ ଭେଟିବ।''
ସାନିଆଙ୍କ କହିବାନୁସାରେ, ଯେତେବେଳେ କରୋନା ଭାଇରସ୍ ଆରମ୍ଭ ହେଲା, ମୁଁ ଇଣ୍ଡିଆନ୍ ୱେଲ୍ସ ଟୁର୍ନାମେଣ୍ଟ ପାଇଁ ଆମେରିକାରେ ଥିଲି। କିନ୍ତୁ ଏହାକୁ ବାତିଲ କରାଗଲା। ପରେ ପୁଣି ଭାରତ ଫେରି ଆସିଥିଲି। ଏହି ସମୟରେ ଶୋଏବ ପାକିସ୍ତାନୀ ସୁପର ଲିଗ୍ (ପିଏସ୍ଏଲ୍) ଖେଳୁଥିଲେ। ତା’ପରେ ସେ ସେଠାରେ ତାଙ୍କ ମା’ଙ୍କ ସହିତ ସିଆଲକୋଟରେ ରହିଯାଇଥିଲେ। ଶୋଏବ ତାଙ୍କ ପାଖରେ ରହିବା ଆବଶ୍ୟକ ବୋଲି ସାନିଆ କହିବା ସହିତ ତାଙ୍କ ପୁଅ କେବେ ତାଙ୍କ ବାପାଙ୍କୁ ଦେଖି ପାରିବ ସେଇ ଚିନ୍ତାରେ ଅଛନ୍ତି ସାନିଆ।
ଲକ୍ଡାଉନ୍କୁ ନେଇ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଓ ବରିଷ୍ଠାନ ନାଗରିକଙ୍କ ସୁରକ୍ଷା ନେଇ ବିଚିନ୍ତାରେ ପ୍ରକାଶ କରିଥିଲେ। ଏଥିସହିତ ଏଭଳି ବିପଦ ସମୟରେ ଯେଉଁମାନେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ସେମାନଙ୍କୁ ପ୍ରକୃତ କରୋନା ଯୋଦ୍ଧା ବୋଲି କହିଛନ୍ତି ସାନିଆ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)