Advertisment

ଆଞ୍ଜେଲିନାଙ୍କ ଉପରେ ଶହ ଶହ ମହୁମାଛି

ମହୁମାଛି ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଅଭିନେତ୍ରୀ ବିଶ୍ୱ ମହୁମାଛି ଦିବସ ଅର୍ଥାତ ମେ ୨୦ ରେ ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକା ପାଇଁ ଏକ ଫଟୋ ସୁଟ୍ କରିଥିଲେ। ଏହି ଅନନ୍ୟ ଶୁଟ୍ ପାଇଁ ଆଞ୍ଜେଲିନା ଜୋଲିଙ୍କୁ ପ୍ରାୟ ୧୮ ମିନିଟ୍ ପାଇଁ ଶହ ଶହ ମହୁମାଛିଙ୍କ ଘେରରେ ରହିବାକୁ ପଡିଥିଲା।

author-image
Pramod Behera
ଆଞ୍ଜେଲିନାଙ୍କ ଉପରେ ଶହ ଶହ ମହୁମାଛି

Untitled-1

ନୂଆଦିଲ୍ଲୀ: ହଲିଉଡର ମେଗାଷ୍ଟାର ଆଞ୍ଜେଲିନା ଜୋଲି ପରିବେଶ ତଥା ମାନବିକତାର ଉନ୍ନତି ସହ ଜଡିତ ଅନେକ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଆମେରିକୀୟ ଅଭିନେତ୍ରୀ ତଥା ଚଳଚ୍ଚିତ୍ର ନିର୍ମାତା ଆଞ୍ଜେଲିନା ମହୁମାଛିକୁ ନେ‍ଇ ବେଶ ଚର୍ଚ୍ଚାରେ ଅଛନ୍ତି। ଆଞ୍ଜେଲିନା ମହୁମାଛି ପାଳିବା ନେଇ ପ୍ରୋତ୍ସାହନ ଦେଇଛନ୍ତି। ମହୁମାଛି ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଅଭିନେତ୍ରୀ ବିଶ୍ୱ ମହୁମାଛି ଦିବସ ଅର୍ଥାତ ମେ ୨୦ ରେ ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକା ପାଇଁ ଏକ ଫଟୋ ସୁଟ୍ କରିଥିଲେ। ଏହି ଅନନ୍ୟ ଶୁଟ୍ ପାଇଁ ଆଞ୍ଜେଲିନା ଜୋଲିଙ୍କୁ ପ୍ରାୟ ୧୮ ମିନିଟ୍ ପାଇଁ ଶହ ଶହ ମହୁମାଛିଙ୍କ ଘେରରେ ରହିବାକୁ ପଡିଥିଲା। ଅଭିନେତ୍ରୀ ଜଣକ କଳା ବ୍ୟାକଗ୍ରାଉଣ୍ଡରେ ଶାନ୍ତ ଭାବରେ ବସିଥିବାର ନଜର ଆସିଥିଲେ। ସେ ଫଟୋଶୁଟ୍‌ ପାଇଁ ଏକ ଧଳା ରଙ୍ଗର ଅଫ-ଶୋଲ୍ଡର୍‌ ଗାବ୍ରିଏଲା ହର୍ଷ୍ଟ ପୋଷାକ ପିନ୍ଧିଥିଲେ।

Advertisment

publive-image

ସୂଚନା ମୁତାବକ ଫଟୋଗ୍ରାଫର ଡ୍ୟାନ ୱିଣ୍ଟର୍ସ ଏହି ଫଟୋ ଉଠାଇଛନ୍ତି। ସେ କହିଛନ୍ତି ଯେ ଅନୁକୂଳ ଫଳାଫଳ ପାଇବା ପାଇଁ ସେ ସମାନ କୌଶଳ ବ୍ୟବହାର କରିଥିଲେ ଯାହା ୪୦ ବର୍ଷ ପୂର୍ବରୁ ଏଭେନ୍‌ଡନ୍ ନିଜ ପ୍ରସିଦ୍ଧ ପୋଟ୍ରେଟ୍ ‘ଦ ବି କିପର’ ପାଇଁ କରିଥିଲେ । ଡ୍ୟାନ୍ ଆହୁରି ମଧ୍ୟ କହିଛନ୍ତି ଯେ ଶୁଟିଂ ପାଇଁ ଶାନ୍ତ ସ୍ୱଭାବର ଇଟାଲୀୟ ମହୁମାଛି ଚୟନ କରାଯାଇଥିଲା ଏବଂ ସେଟ୍‌ରେ ଥିବା ଆଞ୍ଜେଲିନାଙ୍କ ବ୍ୟତୀତ ଅନ୍ୟ ସମସ୍ତେ ନିଜକୁ ମହୁମାଛିଙ୍କ ଠାରୁ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ସୁଟ୍ ପିନ୍ଧିଥିଲେ, କିନ୍ତୁ ଅଭିନେତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇଥିଲା।

publive-image

ଡ୍ୟାନ୍ କହିଛନ୍ତି ଯେ “ଏହି ଯୋଜନାକୁ ସଫଳ କରିବା ପାଇଁ ମୁଁ ମୋର ବନ୍ଧୁ ଏବଂ ଜଣେ ମାଷ୍ଟର ବି କିପର୍‌ କନରାଡ୍‌ ବଫୋର୍ଡଙ୍କ ସାହାଯ୍ୟ ନେଇଥିଲି। କନରାଡ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିଥିଲେ, ଯେଉଁମାନେ ଏଭେନ୍‌ଡନ୍‌ଙ୍କ ପାଇଁ ଏକ ବିଶେଷ ପ୍ରକାରର ଫେରୋମୋନ୍ ତିଆରି କରିଥିଲେ।”

Advertisment

publive-image

ସେ ମାଛିର ପ୍ରକାର ବିଷୟରେ ମଧ୍ୟ କହିଛନ୍ତି ଯେ “ଆମେ ଇଟାଲୀୟ ଶାନ୍ତ ମହୁମାଛି ଚୟନ କରିଥୁଲୁ। ସୁଟିଂ ସମୟରେ ଆଞ୍ଜେଲିନାଙ୍କ ବ୍ୟତୀତ ସମସ୍ତଙ୍କୁ ମହୁମାଛିଙ୍କୁ ଏଡାଇବା ପାଇଁ ସ୍ୱତନ୍ତ୍ର ସୁଟ୍‌ରେ ରହିବାକୁ ପଡୁଥିଲା। ମୁଁ ଆଞ୍ଜେଲିନାଙ୍କ ଶରୀରର ସେହି ସବୁ ଅଂଶରେ ମୋର ନିଜ ହାତରେ ଫେରୋମୋନ୍ ପ୍ରୟୋଗ କଲି ଯେଉଁଠାରେ ମହୁମାଛି ବସିବାକୁ ମୁଁ ଚାହୁଁଥିଲି।”

ପ୍ରକାଶ ଥାଉଯେ ନେଟ୍‌ଜିଓ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଫଟୋଶୁଟ୍‌ର କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଏପର୍ଯ୍ୟନ୍ତ ୨୪ ଲକ୍ଷରୁ ଅଧିକ ଲାଇକ୍ସ ଆସିଛି। ଏହି ଫଟୋ ଏକଦିନ ପୂର୍ବରୁ ମେ ୨୦ରେ ପୋଷ୍ଟ୍‌ କରାଯାଇଥିଲ।

publive-image

ଯଦି ଚଳଚ୍ଚିତ୍ର ଦୁନିଆ କଥା ଆଲୋଚନା କରାଯାଏ ତେବେ୨୦୦୧ ମସିହାରେ ଆଞ୍ଜେଲିନା ଜୋଲି ଏକ ଭିଡ଼ିଓ ଗେମ୍‌ରେ ନାୟିକା ଭାବରେ କାର୍ଯ୍ୟ କରିଥିଲେ । ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଲାରା କ୍ରଫ୍ଟ: ଟମ୍ବ ରାଇଡର ଭିଡ଼ିଓ ଗେମ୍‌ର ମୁଖ୍ୟ ଚରିତ୍ର ଲାରା କ୍ରଫ୍ଟ ଭାବରେ ଆଞ୍ଜେଲିନା କାର୍ଯ୍ୟ କରିଥିଲେ। ଏହି ଗେମ୍‌ରେ ତାଙ୍କର କାର୍ଯ୍ୟ ଯୋଗୁଁ ସେ ଇଂରାଜୀ ଚଳଚ୍ଚିତ୍ର ଜଗତ ତ‌ଥା ହଲିଉଡର ଜଣେ ଖ୍ୟାତାନାମା ଅଭିନେତ୍ରୀ ଭାବରେ ପରିଗଣିତ ହୋଇଥିଲେ ଓ ଅଧିକ ସଫଳ ଚଳଚ୍ଚିତ୍ରରେ ତାଙ୍କୁ ସ୍ଥାନ ମିଳିଥିଲା ।

publive-image

୨୦୦୫ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ମିଷ୍ଟର ଆଣ୍ଡ୍‌ ମିସେସ୍ ସ୍ମିଥ୍, ୨୦୦୮ର ୱାଣ୍ଟେଡ୍ ଏବଂ ୨୦୧୦ର ସଲ୍ଟ ଆଦି ଚଳଚ୍ଚିତ୍ରରେ ଆଞ୍ଜେଲିନା ବିଭିନ୍ନ ପ୍ରକାର ଷ୍ଟଣ୍ଟ କରିବା ସ‌ହ ଆକ୍ସନ ଦୃଶ୍ୟ କରିଥିଲେ । ଏହି ଚଳଚ୍ଚିତ୍ରଗୁଡ଼ିକ ସଫଳ ହେବାସ‌ହ ତାଙ୍କ ଭୂମିକାକୁ ଦର୍ଶକ ପସନ୍ଦ କରିଥିଲେ । ୨୦୦୭ ମସିହାର ଚଳଚ୍ଚିତ୍ର ଏ ମାଇଟି ହାର୍ଟ୍ ଓ ୨୦୦୮ର ଚଳଚ୍ଚିତ୍ର ଚ୍ୟାଲେଞ୍ଜିଂ ପାଇଁ ଆଞ୍ଜେଲିନା ଜୋଲିକୁ ସମାଲୋଚନାତ୍ମକ ପ୍ରଶଂସା ମିଳିଥିଲା ଏବଂ ସେ ଏହି ଦୁଇଟି ଚଳଚ୍ଚିତ୍ର ପାଇଁ ଏକାଡେମି ଆୱାର୍ଡ଼ ପାଇଁ ମଧ୍ୟ ମନୋନୀତ ହୋଇଥିଲେ ।

publive-image

୨୦୧୪ରେ ଆଞ୍ଜେଲିନାଙ୍କର ସବୁଠାରୁ ବଡ଼ ବ୍ୟବସାୟିକ ସଫଳତା ପାଇଥିବା ଚଳଚ୍ଚିତ୍ର ମାଲେଫିସେଣ୍ଟ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ସେ ଜଣେ ଦୁଷ୍ଟପରୀ ଭୂମିକାରେ ଅଭିନୟ କରିଥିଲେ । ୨୦୧୦ ପରେ ଆଞ୍ଜେଲିନା ନିର୍ଦ୍ଦେଶନା, ଚିତ୍ରନାଟ୍ୟ ରଚନା ଏବଂ ପ୍ରଯୋଜନା ଆରମ୍ଭ କରିଥିଲେ । ୨୦୧୧ର ଚଳଚ୍ଚିତ୍ର ଲାଣ୍ଡ୍‌ ଅଫ୍ ବ୍ଲଡ୍ ଆଣ୍ଡ୍‌ ହନି, ୨୦୧୪ର ଅନ୍‌ବ୍ରୋକେନ୍ ଏବଂ ୨୦୧୭ର ଫାର୍ସ୍ଟ ଦେ କିଲ୍‌ଡ୍ ମାଇଁ ଫାଦର୍ ଆଦି ଚଳଚ୍ଚିତ୍ର ତାଙ୍କ ଦ୍ୱାରା ତିଆରି ହୋଇଥିଲା ।

Advertisment
Advertisment