/odishatv-khabar/media/post_attachments/uploadimage/library/16_9/16_9_0/hrithik-roshan_1626871792.jpg)
hrithik roshan
ମୁମ୍ବାଇ: ବଲିଉଡ୍ର ଡାସିଂ ହିରୋ ହ୍ରିତିକ୍ ରୋଶନ, ଯିଏକି ସବୁବେଳେ ତାଙ୍କର ଡାନ୍ସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଡାନ୍ସିଂ ଷ୍ଟାଇଲ୍ ଓ ଷ୍ଟେପ୍ ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ ଆସିଥାଏ। ସେ ଯେଉଁଭଳି ଭାବରେ ପର୍ଫେକ୍ଟ୍ ଓ Smooth ଡାନ୍ସ କରିଥାନ୍ତି ଏଭଳି କରିବା ଜଣଙ୍କ ପାଇଁ କଷ୍ଟକର ହୋଇପଡ଼େ।
ହେଲେ ହ୍ରିତିକ୍ ନିଜେ, ଜଣେ ଯୁବକଙ୍କ ଡାନ୍ସ ମୁଭ୍ସ୍କୁ ଦେଖି ପୂରାପୂରି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସମ୍ପୃକ୍ତ ଯୁବକଙ୍କର ଡାନ୍ସ ହ୍ରିତିକ୍ଙ୍କୁ ଏତେ ଭଲ ଲାଗିଛି ଯେ, ସେ ଏହାକୁ ତାଙ୍କ(ହ୍ରିତିକ୍) ଟ୍ୱିଟର୍ରେ ରିଟ୍ୱିଟ୍ କରିଛନ୍ତି। ଉକ୍ତ ଯୁବକ ଜଣକ ତାଙ୍କ ଡାନ୍ସ ଭିଡିଓ ଟିକ୍ଟକ୍ରେ ଶେଆର୍ କରିଥିଲେ। ଯାହା ହ୍ରିତିକ୍ଙ୍କୁ ବେଶ୍ ପସନ୍ଦ ଆସି ଯାଇଥିଲା।
/odishatv-khabar/media/post_attachments/wp-content/uploads/2020/01/Capture-6.jpg)
ଏହି ଟିକ୍ଟକ୍ ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଯୁବକ ଘରର ଛାତ ଉପରେ ହ୍ରିତିକ୍ଙ୍କ ଗୀତରେ ଜବରଦସ୍ତ ଏୟାର୍ ୱାକ୍ କରୁଛନ୍ତି। ୨ ମିନିଟ୍ ୨୦ ସେକେଣ୍ଡର ଏହି ଭିଡିଓରେ ଏମିତି କିଛି ଅଛି ଯାହା ଥରେ ଦେଖିଲେ ପୁଣିଥରେ ଦେଖିବାକୁ ଇଚ୍ଛା ହେବ। କାହିଁକି ନା ସମ୍ପୃକ୍ତ ଯୁବକଙ୍କ ଡାନ୍ସିଂ ଷ୍ଟାଇଲ୍ ଅତି ସୁନ୍ଦର। ଏପରିକି ଅଭିନେତା ହ୍ରିତିକ୍ ରୋଶନ୍ ଖୋଦ୍ ଏହି ଭିଡିଓ ଦେଖି ପ୍ରଭାବିତ ହୋଇଛନ୍ତି ଓ ଭିଡିଓକୁ ରିଟ୍ୱିଟ୍ କରି ଲେଖିଛନ୍ତି, “ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଦେଖିଥିବା ସବୁଠାରୁ Smoothest airwalker। କିଏ ଏହି ଯୁବକ ?”
Smoothest airwalker I have seen. Who is this man ? https://t.co/HojQdJowMD
— Hrithik Roshan (@iHrithik) January 13, 2020
ଗତବର୍ଷ ରିଲିଜ୍ ହୋଇଥିବା ଫିଲ୍ମ ’ୱାର୍’ରେ ହ୍ରିତିକ୍ଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମରେ ସେ ଟାଇଗର୍ ଶ୍ରଫ୍ଙ୍କ ସହ ପ୍ରମୁଖ ଭୂମିକାରେ ଅଭିନୟ କରିଥିବା ନଜର ଆସିଥିଲେ। ଏହି ଫିଲ୍ମ ଖାଲି ବକ୍ସ ଅଫିସ୍ରେ ହିଟ୍ ହୋଇନଥିଲା ବରଂ କ୍ରିଟିକ୍ସମାନେ ମଧ୍ୟ ଏହି ଫିଲ୍ମର ବେଶ୍ ପ୍ରଶଂସା କରିଥିଲେ। ଫିଲ୍ମରେ ହ୍ରିତିକ୍ ଓ ଟାଇଗର୍ ଶ୍ରଫ୍ଙ୍କ ଜୟ ଜୟ ଶିବଶଙ୍କର ଗୀତ ବେଶ୍ ଚର୍ଚ୍ଚାରେ ଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)