/odishatv-khabar/media/post_attachments/uploadimage/library/16_9/16_9_0/bn-1_1626258846.jpg)
bn
ମୁମ୍ବାଇ: ହଲିଉଡ ଦୁନିଆରେ ଆସିଛି ଏକ ଦୁଃଖଦ ଖବର। ଲୋକପ୍ରିୟ ଟିଭି ସିରିଜ ‘ପିକି ବ୍ଲାଇଣ୍ଡର୍ସ’ ଓ ‘ହାରୀ ପୋଟର’ ଭଳି ଜଣାଶୁଣା ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ହେଲେନ ମାକ୍ରୋରୀଙ୍କ ମୃତ୍ୟୁ ହୋଇଛି। ତାଙ୍କୁ ୫୨ ବର୍ଷ ହୋଇଥିବା ବେଳେ ସେ ଅନେକ ଦିନ ହେବ କର୍କଟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ସୋସିଆଲ ମିଡିଆ ଶୋକରେ ଛାଇ ଯାଇଛି। ହଲିଉଡ୍ କଳାକାରମୋନେ ଦୁଃଖ ପ୍ରକାଶ କରିଛନ୍ତି।
/odishatv-khabar/media/post_attachments/wp-content/uploads/2021/04/Untitled-1-12.jpg)
ହେଲେନ ମାକ୍ରୋରୀଙ୍କ ମୃତ୍ୟୁ ଖବର ତାଙ୍କ ସ୍ୱାମୀ ଡେମିୟନ ଲୁଇସ ଦେଇଥିଲେ। ସେ କହିଥିଲେ ଯେ, ହେଲେନ ମାକ୍ରୋରୀ ଖୁବ ବାହାଦୂରୀ ସହ କର୍କଟ ଭଳି ରୋଗରେ ପଡ଼ି ମୃତ୍ୟୁ ସହ ଲଢେଇ ଜାରି ରଖିଥିଲେ। ତାଙ୍କ ମୃତ୍ୟୁ ନିଜ ବାସସ୍ଥାନରେ ହୋଇଥିବା ସେ କହିଛନ୍ତି।
/odishatv-khabar/media/post_attachments/wp-content/uploads/2021/04/a-7.jpg)
ସୋସିଆଲ ମିଡିଆରେ ଲୁଇସ ଲେଖିଥିଲେ ଯେ “ଏହା କହିବାକୁ ଯାଇ ମୋର ହୃଦୟ ଫାଟି ଯାଉଛି ଯେ କର୍କଟ ସହିତ ସାଙ୍ଘାତିକଭାବେ ଲଢେଇ ପରେ ଖୁବ ସୁନ୍ଦର ଓ ଶକ୍ତିଶାଳୀ ମହିଳା ହେଲେନ ମାକ୍ରୋରୀ ଏ ଦୁନିଆକୁ ଅଲବିଦା କହିଦେଇଛନ୍ତି। ତାଙ୍କ ମୃତ୍ୟୁ ଆମ ଘରେ ପରିବାର ଲୋକ ଓ ସାଙ୍ଗସାଥୀମାନଙ୍କ ଗହଣରେ ହୋଇଛି। ତାଙ୍କ ମୃତ୍ୟୁ ଏଭଳି ହୋଇଛି ଯେ ସତେଯେପରି ସେ ଜୀବନକୁ ଜୀଉଥିଲେ ନିର୍ଭୟର ସହ। ଈଶ୍ୱର ଜାଣିଛନ୍ତି ଯେ ଆମେ ତାଙ୍କୁ ଭଲପାଉଥିଲୁ ଏବଂ ଆମେ ନିଜକୁ ମଧ୍ୟ ସୌଭାଗ୍ୟଶାଳୀ ବୋଲି ଭାବୁଥିଲୁ ଯେ ଆମେ ତାଙ୍କ ସହିତ ଜୀବନ ବିତାଇବାର ସୁଯୋଗ ପାଇଥିଲୁ । ସେ ତାଙ୍କ ଜୀବଦ୍ଦଶା ଭିତରେ ବେଶ ଚମକୁଥିଲେ, ଏବେ ସେ ପବନରେ ମିଶିଗଲେ, ଧନ୍ୟବାଦ।”
ହଲିଉଡ୍ ସେଲିବ୍ରିଟି ଏବଂ ତାଙ୍କ ଟିଭି ଶୋ ଓ ସିନେମା ନିର୍ମାତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ବଲିଉଡ ମଧ୍ୟ ଏଥିରୁ ବାଦ ପଡିନି। ତାଙ୍କ ମୃତ୍ୟୁ ଖବର ପାଇ ବଲିଉଡ୍ ଜଗତ ମଧ୍ୟ ଶୋକ ବ୍ୟକ୍ତି କରିଛି। ନିର୍ଦ୍ଦେଶକ ହଂସଲ ମେହତା ଏନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, “ଏହା ହେଉଛି ଏକ ହୃଦୟବିଦାରକ ବିଦାୟ ମୁଁ ପଢିଲି। ରିପ୍, ହେଲେନ୍ ମାକ୍ରୋରୀ।“ ଖାଲି ସିନେ ଦୁନିଆ ନୁହେଁ, ତାଙ୍କର ଅନେକ ପ୍ରଶଂସକ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
/odishatv-khabar/media/post_attachments/wp-content/uploads/2021/04/58fe4bd11b524724008b4825.jpg)
ମେକ୍ରୋରୀ ବ୍ରିଟେନର ସବୁଠାରୁ ସମ୍ମାନୀତ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଥିଲେ। ଏହି ଅଭିନେତ୍ରୀ ଭିନ୍ନ ଧରଣର ଅଭିନୟ କରି ଦର୍ଶକଙ୍କ ମଧ୍ୟରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ। ତାଙ୍କ ଅଭିନିତ ସବୁଠୁ ଅଧିକ ଲୋକପ୍ରିୟ ଇଂରାଜୀ ନାଟକ ହେଉଛି ‘ମେଦା’। ଏହି ନାଟକ ପାଇଁ ତାଙ୍କୁ ଅନେକ ସମ୍ମାନ ମିଳିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)