Advertisment

ବରୁଣଙ୍କୁ ହୋଟେଲ୍ କର୍ମଚାରୀ ଭାବିଲେ ଟୁରିଷ୍ଟ୍!

ମୁମ୍ବାଇ: ବଲିଉଡ୍ ଚକୋଲେଟ୍ ବୟ ବରୁଣ ଧୱନ୍ ଆଜି ତାଙ୍କର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ସିନେ ଦୁନିଆରେ ବରୁଣ ଯେ କେବଳ ଭଲ ଅଭିନୟ ପାଇଁ ପରିଚିତ ତାହା ନୁହେଁ ବରଂ ତାଙ୍କର ଦମଦାର ଡ୍ୟାନ୍ସ ମଧ୍ୟ ଦର୍ଶକଙ୍କୁ ମତୁଆଲା କରିଦିଏ। ଚଳିତ ବର୍ଷ ବରୁଣ ତାଙ୍କ ପ୍ରେମିକା ନତାସା ଦଲାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ବରୁଣଙ୍କ ବିଷୟରେ ବହୁ କମ୍ ଲୋକ ଜାଣନ୍ତି ଯେ ସେ ପରଦା ପଛରେ ମଧ୍ୟ […]

author-image
Pramod Behera
ବରୁଣଙ୍କୁ ହୋଟେଲ୍ କର୍ମଚାରୀ ଭାବିଲେ ଟୁରିଷ୍ଟ୍!

1

ମୁମ୍ବାଇ: ବଲିଉଡ୍ ଚକୋଲେଟ୍ ବୟ ବରୁଣ ଧୱନ୍ ଆଜି ତାଙ୍କର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ସିନେ ଦୁନିଆରେ ବରୁଣ ଯେ କେବଳ ଭଲ ଅଭିନୟ ପାଇଁ ପରିଚିତ ତାହା ନୁହେଁ ବରଂ ତାଙ୍କର ଦମଦାର ଡ୍ୟାନ୍ସ ମଧ୍ୟ ଦର୍ଶକଙ୍କୁ ମତୁଆଲା କରିଦିଏ। ଚଳିତ ବର୍ଷ ବରୁଣ ତାଙ୍କ ପ୍ରେମିକା ନତାସା ଦଲାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ବରୁଣଙ୍କ ବିଷୟରେ ବହୁ କମ୍ ଲୋକ ଜାଣନ୍ତି ଯେ ସେ ପରଦା ପଛରେ ମଧ୍ୟ ଅନେକ କାମରେ ହାତ ଦେଇଛନ୍ତି। ବରୁଣ ଧାୱନଙ୍କ ବାପା ଡେଭିଡ୍ ଧାୱନ୍ ଓ ଭାଇ  ରୋହିତ୍ ଧାୱନ ଦୁହେଁ ସିନେମା ନିର୍ଦ୍ଦେଶକ। ସିନେମା ଦୁନିଆରେ ଥାଇ ମଧ୍ୟ ବରୁଣ ଅନ୍ୟ କ୍ଷେତ୍ରରେ ନିଜର ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି। ତେବେ ଆସନ୍ତୁ ତାଙ୍କ ଜନ୍ମଦିନ ଅବସରରେ ତାଙ୍କର ଅନ୍ୟାନ୍ୟ ଦିଗ ଉପରେ ଜାଣିନେବା।

Advertisment

publive-image

ଗୋଟିଏ ସମୟରେ ବରୁଣ ଜଣେ ରେସଲର୍ ହେବାକୁ ଚାହୁଥିଲେ। କିନ୍ତୁ ହଠାତ୍ ତାଙ୍କ ମନୋବୃତ୍ତି ପରିବର୍ତ୍ତନ ହୋଇ ସିନେମା ଦୁନିଆ ଆଡକୁ ଚାଲିଗଲା, ଫଳରେ ସେ ଫିଲ୍ମ ଦୁନିଆରେ ପାଦ ଦେବେ ବୋଲି ମନସ୍ଥ କଲେ। ଏ କଥା ନିଜେ ବରୁଣ ଏକ ସାକ୍ଷାତକାରରେ କହିଥିଲେ।

publive-image

ବରୁଣ ଧାୱନ୍ ନୋଟିନ୍‌ଘାମ୍ ଟ୍ରେଣ୍ଟ୍ ୟୁନିଭର୍ସିଟିରୁ ବିଜିନେସ୍ ମ୍ୟାନେଜ୍‌ମେଣ୍ଟ୍‌ ରୁ ପାଠ ସାରି ଫିଲ୍ମ ଦୁନିଆକୁ ପାଦ ବଢେଇବାକୁ ନିଷ୍ପତ୍ତି ନେଇଥିଲେ। କରନ୍ ଜୋହରଙ୍କ ସହିତ ଶାହରୁଖ୍ ଖାନ୍ ଓ କାଜଲ ଅଭିନିତ ସିନେମା ‘ମାଇଁ ନେମ୍ ଇଜ୍ ଖାନ୍’ରେ ସହ ନିର୍ଦ୍ଦେଶଜ ଭାବେ କାମ କରିଥିଲେ।

Advertisment

publive-image

ସିନେମା ’ଅକ୍ଟୋବର’ ସୁଟିଂ ସମୟର ଏକ ଘଟଣାର ଖୁଲାସା କରିବାକୁ ଯାଇ ବରୁଣ କହିଛନ୍ତି ଯେ ଏହି ଫିଲ୍ମଟି ଏକ ଫାଇଭ୍ ଷ୍ଟାର୍ ହୋଟେଲରେ ହେଉଥିଲା। ଏହି ସିନେମାର ଏକ ଦୃଶ୍ୟରେ ସେ ଏକ ହୋଟେଲ କର୍ମଚାରୀ ଭୂମିକା ନିଭାଉ ଥିଲେ। ଏହି ଅବସରରେ ଜଣେ ବିଦେଶୀ ଟୁରିଷ୍ଟ ତାଙ୍କୁ ସତରେ ଜଣେ ହୋଟେଲ୍ କର୍ମଚାରୀ ଭାବି ରୁମ୍ ସର୍ଭିସର ଅର୍ଡର ଦେଇ ଚାଲିଗଲେ। ତେବେ ବରୁଣ ଜଣେ ଷ୍ଟାର୍ ବୋଲି ଭୁଲି ଉକ୍ତ ଟୁରିଷ୍ଟଙ୍କ ପାଇଁ ସବୁ କାମ କରିଥିଲେ।

ବରୁଣ ଧାୱନ୍ ଏହି କଥାକୁ କରିନା କପୁର ଖାନଙ୍କ ଶୋ’ ‘ହ୍ୱାଟ୍ ୱମେନ୍ ୱାଣ୍ଟ’ ରେ କହିଥିଲେ। ବରୁଣ ଏହି ଶୋ’ ମାଧ୍ୟମରେ ତାଙ୍କ ସାଧାରଣ ଜୀବନ ସହିତ ଜଡିତ ଅନେକ କଥା କହିଥିଲେ। ବରୁଣ କହିଥିଲେ ଯେ ସେ ନତାସାଙ୍କୁ ପ୍ରଥମ ଥର ଷଷ୍ଠ ଶ୍ରେଣୀରେ ପଢିବା ବେଳେ ଦେଖିଥିଲେ। ଏହା ପରେ ତାଙ୍କର ବନ୍ଧୁତା ଯୁକ୍ତ ଦୁ‍ଇ ପର୍ଯ୍ୟନ୍ତ ଚାଲିଲା। ଏହାରି ଭିତରେ ବରୁଣ ନତାସାଙ୍କୁ ଅନେକ ଥର ନିଜ ହୃଦୟର କଥା କହିଥିବା ବେଳେ ସେ ହଁ କରି ନ ଥିଲେ। ନତାସା ଯେତେବେଳେ ବରୁଣଙ୍କୁ ହଁ କରିଦେଲେ ସେବେଠାରୁ ତାଙ୍କ ବନ୍ଧୁତା ପ୍ରେମରେ ବଦଳି ଯାଇଥିଲା।

publive-image

୨୦୧୨ରେ ବରୁଣ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ‍ଇୟର୍’ରେ ଲିଡ୍ ଅଭିନେତାଭାବେ ଫିଲ୍ମରେ ପାଦଦେଲେ। ଏହି ଫିଲ୍ମରେ ତାଙ୍କ ସହ ଆଲିଆ ଭଟ୍ଟ ଓ ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ଲିଡ୍ ରୋଲରେ ଥିଲେ। ଏହା ପରେ ବରୁଣ ‘ମେ ତେରା ହୀରୋ’, ‘ହମ୍ପ୍ଟି ଶର୍ମା କୀ ଦୁଲ୍‌ହନିଆ’, ‘ବଦ୍ରୀନାଥ କୀ ଦୁଲ୍‌ହନିଆ’, ‘ଦିଲ୍‌ୱାଲେ’, ‘ବଦଲାପୁର’, ‘ଏବିସିଡି-୨’, ‘ଢିସୁମ୍’, ‘ଜୁଡ୍‌ଆ-୨’, ‘ଅକ୍ଟୋବର୍’, ‘ଷ୍ଟ୍ରିଟ୍ ଡ୍ୟାନ୍ସର୍ ୩ ଡି’, ‘କଳଙ୍କ’ ଓ ‘କୁଲୀ ନଂ-୧’ ଭଳି ସିନେମାରେ ନଜର ଆସିଛନ୍ତି। ଏହିସବୁ ସିନେମାରେ ତାଙ୍କ ଅଭିନୟକୁ ଦର୍ଶକେ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି।

Advertisment
Advertisment