Advertisment

ସରିଲା ନିର୍ବନ୍ଧ, ଅକ୍ଟୋବର ୩୦ରେ ବାହାହେବେ କାଜଲ୍‌

ମୁମ୍ବାଇ: ଅଭିନେତ୍ରୀ କାଜଲ୍‌ ଅଗ୍ରୱାଲ୍‌ ନିକଟରେ ଏକ ଟ୍ୱିଟ୍‌ କରି ତାଙ୍କ ବିବାହ ନେଇ ସୂଚନା ଦେଇଥିଲେ। ସେ ମୁମ୍ବାଇରେ ଅକ୍ଟୋବର ୩୦ତାରିଖରେ ବିବାହ କରିବାକୁ ଯାଉଛନ୍ତି ବୋଲି ଜଣାଇଥିଲେ। ଏବେ କାଜଲ୍‌ଙ୍କ‌ ଭାବି ସ୍ୱାମୀ ଗୌତମ ତାଙ୍କ ନିର୍ବନ୍ଧର ଫଟୋ ଶେଆର କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ସେ କାଜୋଲ୍‌ ଏବଂ ତାଙ୍କର ଏକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ କାଜଲ୍‌ କମେଣ୍ଟ କରିଛନ୍ତି। କମେଣ୍ଟରେ ସେ ଲେଖିଛନ୍ତି, ଏହି ପୋଷ୍ଟଟି ପରିକଳ୍ପନାର ଏକ ଉପାଦାନ ବହନ […]

author-image
Otv Khabar Bureau
ସରିଲା ନିର୍ବନ୍ଧ, ଅକ୍ଟୋବର ୩୦ରେ ବାହାହେବେ କାଜଲ୍‌

kajal-agarwal

ମୁମ୍ବାଇ: ଅଭିନେତ୍ରୀ କାଜଲ୍‌ ଅଗ୍ରୱାଲ୍‌ ନିକଟରେ ଏକ ଟ୍ୱିଟ୍‌ କରି ତାଙ୍କ ବିବାହ ନେଇ ସୂଚନା ଦେଇଥିଲେ। ସେ ମୁମ୍ବାଇରେ ଅକ୍ଟୋବର ୩୦ତାରିଖରେ ବିବାହ କରିବାକୁ ଯାଉଛନ୍ତି ବୋଲି ଜଣାଇଥିଲେ। ଏବେ କାଜଲ୍‌ଙ୍କ‌ ଭାବି ସ୍ୱାମୀ ଗୌତମ ତାଙ୍କ ନିର୍ବନ୍ଧର ଫଟୋ ଶେଆର କରିଛନ୍ତି।

Advertisment

ଇନ୍‌ଷ୍ଟାଗ୍ରାମରେ ସେ କାଜୋଲ୍‌ ଏବଂ ତାଙ୍କର ଏକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ କାଜଲ୍‌ କମେଣ୍ଟ କରିଛନ୍ତି। କମେଣ୍ଟରେ ସେ ଲେଖିଛନ୍ତି, ଏହି ପୋଷ୍ଟଟି ପରିକଳ୍ପନାର ଏକ ଉପାଦାନ ବହନ କରେ।

ଗୌତମଙ୍କର ଏହି ଫଟୋରେ ହଳଦିଆ ରଙ୍ଗର ବେଲୁନ୍‌ ଲାଗିଛି। ଏବଂ ସେ ବେଲୁନ୍‌ରେ ଗୌତମ୍‌ ଏଭଂ କାଜଲ୍‌ଙ୍କର ଏକ ଫଟୋ ଲାଗିଥିବା ଦେଖିବାକୁ ମିଳିଛି।

Advertisment

ଇନ୍‌ଷ୍ଟାଗ୍ରାମରେ ଏହି ପୋଷ୍ଟକୁ ୧୮ହଜାରରୁ ଅଧିକ ଲାଇକ୍‌ ମିଳିଥିବା ବେଳେ କାଜଲ୍‌ଙ୍କ ପ୍ରଶଂସକମାନେ ଏହି ପୋଷ୍ଟରେ କମେଣ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

https://www.instagram.com/p/CGP8pt7ACM1/?utm_source=ig_web_copy_link

ସୂଚନାଯୋଗ୍ୟ, କାଜୋଲ୍‌ଙ୍କ ଭାବି ସ୍ୱାମୀ ଗୌତମ ଜଣେ ଶିଳ୍ପପତି। ସେ ଡସର୍ଣ୍ଣ ଲିଭିଂ କମ୍ପାନୀର ସିଇଓ ଅଛନ୍ତି। ଏହି କମ୍ପାନୀରେ ଘର ସଜାଇବା ପାଇଁ ବିଭିନ୍ନ ସାମଗ୍ରୀ ମିଳିଥାଏ।

Advertisment
Advertisment