poonam
ମୁମ୍ବାଇ: ସେନ୍ସେନାଲ୍ ଭିଡ଼ିଓ ଶେଆର କରି ସର୍ବଦା ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପୁନମ୍ ପାଣ୍ଡେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଗୋଆର କୋଙ୍କଣ ପୋଲିସ୍ ଷ୍ଟେସନ୍ର ଏକ ଅଜଣା ବ୍ୟକ୍ତିଙ୍କ ନାଁରେ ପୁନମ୍ ମାମଲା ରୁଜୁ କରିଛନ୍ତି। ଏହି ବ୍ୟକ୍ତି ଜଣଙ୍କ ପୁନମ୍ଙ୍କର ଅଶ୍ଲାଳ ଭିଡିଓ ଶୁଟ୍ କରୁଥିଲେ ବୋଲି ଅଭିଯୋଗ ହୋଇଛି।
ଅନ୍ୟପଟେ ଗୋଆ ଫରୱାର୍ଡ ପାର୍ଟିର ମହିଳା ଅଧ୍ୟକ୍ଷ ପୁନମ୍ଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି। ପୁନମ୍ ଚପୋଲି ଡ୍ୟାମ୍ରେ ଏକ ଅଶ୍ଲୀଳ ଭିଡିଓ ଶୁଟ୍ କରୁଥିଲେ। ଯେଉଁଥିପାଇଁ ମହିଳା ଅଧ୍ୟକ୍ଷ ତାଙ୍କ ବିପକ୍ଷରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ନିକଟରେ ପୁନମ୍ ବୟଫ୍ରେଣ୍ଡ ସ୍ୟାମ ବଗ୍ସଙ୍କୁ ବିବାହ କରିଥିଲେ। ବିବାହ ଦୁଇ ସପ୍ତାହ ମଧ୍ୟରେ ପୁନମ୍ ସ୍ୟାମ୍ ତାଙ୍କୁ ମାରୁଥିବା ଅଭିଯୋଗ ଆଣିଥିଲେ। ଏଥିପାଇଁ ସେ ପୋଲିସ୍ରେ ଅଭିଯୋଗ କରିଥିଲେ। ପୁଲିସ୍ ସ୍ୟାମ୍ଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ଜାମିନ୍ ମିଳିଯାଇଥିଲା।
ସ୍ୱାମୀଙ୍କ ଉପରେ ଅଭିଯୋଗ ଆଣି ପୁନମ୍ କହିଥିଲେ, ସ୍ୟାମ୍ ଥରେ ମତେ ଏତେ ଜୋର୍ରେ ମାରିଥିଲେ ଯେ ମୋର ବ୍ରେନ୍ ହାମ୍ରେଜ୍ ହୋଇଯାଇଥିଲା। ଏଥିପାଇଁ ମୁଁ କିଛି ଦିନ ପର୍ଯ୍ୟନ୍ତ ହସ୍ପିଟାଲ୍ରେ ରହିଥିଲି। ମୋ ଚେହେରା ଶୁଖି ଯାଇଥିଲା। ମୋ ଶରୀରରେ ମାଡର ଦାଗ ଥିଲା। ସ୍ୟାମ୍ ଇନ୍ଷ୍ଟାଗ୍ରାମରୁ ମୋର ସବୁ ଫଟୋ ଡିଲିଟ୍ କରିଦେଇଥିଲେ। ଯେବେକି ମୁଁ ତାଙ୍କ ସହ ସେମିତି କିଛି ବି ଭୁଲ୍ କରିନଥିଲି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/poonam_1625152457.jpg)