/odishatv-khabar/media/post_attachments/uploadimage/library/16_9/16_9_0/Untitled-1-119_1625224910.jpg)
Untitled-1
ମୁମ୍ବାଇ : ଅଭିନେତା ଫରହାନ ଅଖତର ପୁଣି ଥରେ କ୍ରୀଡାଭିତିକ ଡ୍ରାମା ଫିଲ୍ମ ‘ତୁଫାନ’ ସହିତ ଆସୁଛନ୍ତି। ଏହାର କିଛି ସମୟ ପୂର୍ବରୁ ଏହି ଚଳଚ୍ଚିତ୍ରର ଏକ ପୋଷ୍ଟର ରିଲିଜ୍ ହୋଇଛି ଯେଉଁଥିରେ ଫିଲ୍ମର ଟ୍ରେଲରର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ନିକଟରେ ଅଭିନେତା ତଥା ନିର୍ମାତା ଫରହାନ୍ ଅଖତର ତାଙ୍କ ଫିଲ୍ମର ରିଲିଜ୍ ତାରିଖ ପ୍ରକାଶ କରିଥିଲେ। ରାକେଶ ଓମପ୍ରକାଶ ମେହେରଙ୍କ ନିର୍ଦ୍ଦେଶିତ ଏହି ଫରହାନ ଅଖତରଙ୍କ ଏହି ଫିଲ୍ମ ଜୁଲାଇ ୧୬ରେ ଆମାଜନ ପ୍ରାଇମ୍ ଭିଡିଓରେ ମୁକ୍ତିଲାଭ କରିବାକୁ ଯାଉଛି।
/odishatv-khabar/media/post_attachments/wp-content/uploads/2021/06/2-81.jpg)
କିଛି ସମୟ ପୂର୍ବରୁ ଫରହାନ ଅଖତର ତାଙ୍କ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ସେୟାର କରିଥିବା ଫିଲ୍ମର ପୋଷ୍ଟର ଚଳଚ୍ଚିତ୍ରର ପ୍ରଥମ ରୋମାଣ୍ଟିକ୍ ପୋଷ୍ଟର ବୋଲି ବିଶ୍ୱାସ କରାଯାଏ। ଏଥିରେ ଫରହାନ୍ଙ୍କ ସହିତ ତାଙ୍କ ନାୟିକା ମଧ୍ୟ ନଜର ଆସିଛନ୍ତି। ଏହି ପୋଷ୍ଟର୍ ସେୟାର କରିବାବେଳେ ଅଭିନେତା ଏହା ସହିତ ଏକ ରୋମାଣ୍ଟିକ କ୍ୟାପସନ୍ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି, ଯେପର୍ଯ୍ୟନ୍ତ ପ୍ରେମ ତୁମକୁ ଏକାଠି ରଖିଛି ଜୀବନ ତୁମକୁ ଭାଙ୍ଗିପାରିବ ନାହିଁ। ଜୁନ୍ରେ ୩୦ ଟ୍ରେଲର ରିଲିଜ୍ ହୋଇଛି। ଏହି ଚଳଚ୍ଚିତ୍ରରେ ଫରହାନଙ୍କ ସହ ଅଭିନେତା ମରୁନାଲ ଠାକୁର ଏବଂ ପରେଶ ରାୱଲ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।
/odishatv-khabar/media/post_attachments/wp-content/uploads/2021/06/3-52.jpg)
ପ୍ରକାଶ ଥାଉଯେ ଏହି କାହାଣୀ ମୁମ୍ବାଇର ଡୋଙ୍ଗ୍ରି ଅଞ୍ଚଳରେ ଜନ୍ମିତ ଏକ ଅନାଥ ପିଲା ଅଜୁର ଜୀବନକୁ ନେଇ ଆଧାରିତ, ଯିଏ ବଡ ହୋଇ ଲୋକାଲ୍ ଗୁଣ୍ଡାରେ ପରିଣତ ହୋଇଛି। ତେବେ ତୀକ୍ଷ୍ଣ ବୁଦ୍ଧି ଓ ନିର୍ମଳ ହୃଦୟଧାରୀ ଝିଅ ଅନନ୍ୟାକୁ ଭେଟିବା ପରେ ତା’ ଜୀବନ ଏକ ମୋଡ଼ ନେଇଛି। ଅଜୁ ଉପରେ ଅନନ୍ୟାର ବିଶ୍ୱାସ ତାକୁ ନିଜ ଭିତରର ପ୍ରତିଭାକୁ ଖୋଜିବାକୁ ପ୍ରେରଣା ଦେଇଛି ଏବଂ ସେ ବକ୍ସିଂ ଚମ୍ପିଅନ୍ ଅଜିଜ୍ ଅଲି ହେବାକୁ ଯାତ୍ରା ଆରମ୍ଭ କରିଛି।
/odishatv-khabar/media/post_attachments/wp-content/uploads/2021/06/1-94.jpg)
ଫିଲ୍ମ ‘ଭାଗ୍ ମିଲ୍ଖା ଭାଗ’ରେ ଫରହାନ ଅଖତର ଏବଂ ରାକେଶ ଓମପ୍ରକାଶ ମେହେରାଙ୍କ ଯୋଡି ଜବରଦସ୍ତ ଥିଲା ଏବଂ ଏହି ଚଳଚ୍ଚିତ୍ରରେ ପୁଣି ଥରେ ଏହି ଅଭିନେତା-ନିର୍ଦ୍ଦେଶକ ଯୋଡି ଏକାଠି ହେଉଛନ୍ତି। ଏହି ଚଳଚ୍ଚିତ୍ରର ୱାର୍ଲ୍ଡ ପ୍ରିମିୟର୍ ଜୁଲାଇ ୧୬ରେ ହେବ। ତେବେ ତାଲାବନ୍ଦ ଖୋଲିବାର ଗୋଟିଏ ଦିନ ପୂର୍ବରୁ ଅକ୍ଷୟ କୁମାର ତାଙ୍କ ଚଳଚ୍ଚିତ୍ର ‘ବେଲବଟମ୍’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ଲାଗୁଛି ଯେ ଫରହାନ୍ ‘ତୁଫାନ୍’ ସହିତ ଏଭଳି ରିକ୍ସ ନେବାକୁ ଚାହୁଁ ନାହାନ୍ତି। ଏହି ଚଳଚ୍ଚିତ୍ରଟି ସିଧାସଳଖ OTT ରେ ରିଲିଜ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)