Advertisment

ରାମାୟଣର ରାବଣଙ୍କ ମୃତ୍ୟୁ ଖବର ସତ ନା ମିଛ

ମୁମ୍ବାଇ: କରୋନା ମହାମାରୀର ଏଭଳି ସଂକଟ କାଳରେ, ଲୋକମାନେ କ୍ରମାଗତ ଭାବରେ ନିଜର ପ୍ରିୟଜନଙ୍କୁ ହରାଉଛନ୍ତି। ଯାହା ଅନେକ ଲୋକଙ୍କ ମନବଳକୁ ଭାଙ୍ଗିଦଉଛି। ଏହି ସମୟରେ ପ୍ରସିଦ୍ଧ ଟିଭି ପୌରାଣିକ ଶୋ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ…

author-image
Pramod Behera
ରାମାୟଣର ରାବଣଙ୍କ ମୃତ୍ୟୁ ଖବର ସତ ନା ମିଛ

2

ମୁମ୍ବାଇ: କରୋନା ମହାମାରୀର ଏଭଳି ସଂକଟ କାଳରେ, ଲୋକମାନେ କ୍ରମାଗତ ଭାବରେ ନିଜର ପ୍ରିୟଜନଙ୍କୁ ହରାଉଛନ୍ତି। ଯାହା ଅନେକ ଲୋକଙ୍କ ମନବଳକୁ ଭାଙ୍ଗିଦଉଛି। ଏହି ସମୟରେ ପ୍ରସିଦ୍ଧ ଟିଭି ପୌରାଣିକ ଶୋ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ଦେହାନ୍ତ ଖବର ଶୁଣି ସାଧାରଣ ଜନାତା ଆଶ୍ଚର୍ଯ୍ୟ ହୋଇଯାଇଥଲେ। କିନ୍ତୁ ‘ରାମାୟଣ’ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ସୁନୀଲ ଲହରୀ ଏହାକୁ ଅସ୍ୱୀକାର କରି ଏହା ଏକ ଗୁଜବ ବୋଲି କହିଛନ୍ତି। ଅଭିନେତା ସୁନୀଲ ଲାହିରୀ ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ସେୟାର କରିଛନ୍ତି। ଗୋଟିଏରେ ରାମାୟଣରେ ଅଭିନୟ କରିଥିବା ରାବଣ ବେଶଧାରୀ ଅରବିନ୍ଦଙ୍କର ଏକ ଫଟୋ ଅଛି ଏବଂ ଅନ୍ୟଟିରେ ଅରବିନ୍ଦ ଏବଂ ସୁନୀଲଙ୍କର ଏକ ଫଟୋ ଅଛି।

Advertisment

publive-image

ଏହି ଫଟୋ ସେୟାର କରିବା ସହିତ ସୁନୀଲ ଲେଖିଛନ୍ତି, “ଆଜିକାଲି କରୋନା କାରଣରୁ କିଛି ଖରାପ ଖବର ଶୁଣିବାକୁ ମିଳୁଛି, ଅରବିନ୍ଦ ତ୍ରିବେଦୀ ଜୀ (ରାବଣ)ଙ୍କ ଦେହାନ୍ତ ବି ଏକ ମିଥ୍ୟା ଖବର। ଯେଉଁମାନେ ମିଥ୍ୟା ଗୁଜବ ପ୍ରଚାର କରୁଛନ୍ତି ସେମାନଙ୍କୁ ମୋର ପ୍ରାର୍ଥନା, ଦୟାକରି ଏଭଳି ଗୁଜବ ପ୍ରଚାର କରନ୍ତୁ ନାହିଁ। ଭଗବାନଙ୍କ କୃପାରୁ ଅରବିନ୍ଦ ଜୀ ଭଲରେ ଅଛନ୍ତି ଏବଂ ମୁଁ କାମନା କରୁଛି ଯେ ଭଗବାନ ତାଙ୍କୁ ସର୍ବଦା ସୁସ୍ଥ ରଖନ୍ତୁ।”

publive-image

ଅନେକ ଲୋକ ଏହି ପୋଷ୍ଟରେ ଲେଖିଛନ୍ତି ଯେ ଏହା ଠିକ୍, ଏପରି ଗୁଜବ ପ୍ରଚାର ହେବା ଉଚିତ ନୁହେଁ ବୋଲି ସେମାନେ କହିଛନ୍ତି। ଏଥିରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ମଧ୍ୟ ଏକ ହାତଯୋଡିଥିବା ଇମୋଜିକୁ ସେୟାର କରି ଉପରବାଲାକୁ ଧନ୍ୟବାଦ ଜଣାଇଛନ୍ତି। ବାସ୍ତବରେ, ପ୍ରସିଦ୍ଧ ନିର୍ମାତା ନିର୍ଦ୍ଦେଶକ ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ପୌରାଣିକ ସିରିୟଲ ‘ରାମାୟଣ’ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ମୃତ୍ୟୁ ଖବର ଦିନକୁ ଦିନ ଭାଇରାଲ ହେବାରେ ଲାଗିଥିଲା। ଏହାକୁ ବନ୍ଦ କରିବା ପାଇଁ ସୁନୀଲ ଲାହିରୀ ସୋସିଆଲ ମିଡିଆର ସାହାଯ୍ୟ ନେଇଥିଲେ।

Advertisment

publive-image

ତେବେ ସେୟାର ହୋଇଥିବା ଫଟୋରେ ଅରବିନ୍ଦ ତ୍ରିବେଦୀ ବହୁତ ଦୁର୍ବଳ ଦେଖାଯାଉଛନ୍ତି। ଏହା ଦେଖି ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର ଯେ ଏ ସେହି ବ୍ୟକ୍ତି, ଯାହାଙ୍କର ଅଟ୍ଟହାସ୍ୟରେ ଲୋକ ଦର୍ଶକ ଥରୁଥିଲେ। କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ଲୋକଙ୍କୁ ଭୟଭୀତ କରିଛି। ଆଗାମୀ ଦିନରେ କାହାର ନା କାହାର ମୃତ୍ୟୁ ଖବରକୁ ନେଇ ଲୋକମାନେ ଚିନ୍ତିତ ରହୁଛନ୍ତି। ଏଭଳି ପରିସ୍ଥିତିରେ ଅରବିନ୍ଦଙ୍କ ମୃତ୍ୟୁ ଖବର ଶୁଣି ଦର୍ଶକମାନେ ବିଚଳିତ ହୋଇଯାଇଥିଲେ। ଗତ ବର୍ଷ କରୋନା ଭାଇରସ ସଂକ୍ରମଣ କାରଣରୁ ହୋଇଥିବା ତାଲାବନ୍ଦ ଯୋଗୁଁ ଦୂରଦର୍ଶନରେ ରାମାୟଣକୁ ପୁନଃପ୍ରସାରଣ କରାଯାଇଥିଲା।

Advertisment
Advertisment