Advertisment

ଅଶ୍ଳୀଳ ଫଟୋ ଯୋଗୁଁ ହ‍ଇରାଣ ହେଲେ ଇଶା

ପୂର୍ବରୁ ସେଲିବ୍ରିଟିଙ୍କୁ ଭେଟିବା ବା ତାଙ୍କ ସହ ମିଶିବା ଏକ ସ୍ୱପ୍ନ ଥିଲା। ଲୋକେ ସେମାନଙ୍କ ଠାରୁ ବହୁତ ଦୂରତା ଅନୁଭବ କରୁଥିଲେ। କିନ୍ତୁ ବର୍ତ୍ତମାନ ସେ ସମୟ ଆଉ ନାହିଁ। ଏବେ ଲୋକେ ସେଲିବ୍ରିଟିମାନଙ୍କର ବହୁତ ନିକଟତର ହୋଇପାରୁଛନ୍ତି। ଏହା କେବଳ ସମ୍ଭବ ହୋଇପାରିଛି ସୋସିଆଲ୍ ମିଡିଆ ଯୋଗୁଁ। ଲୋକମାନଙ୍କ ପସନ୍ଦର ସେଲିବ୍ରିଟି ଏବେ କୋଉଠି ଅଛନ୍ତି, ଏହି ମୁହୂର୍ତ୍ତରେ ସେ କ’ଣ କରୁଛନ୍ତି ଏ ସବୁ ଖବର ତାଙ୍କୁ ସହଜରେ ମିଳିଯାଉଛି। ଫେସବୁକ୍ ହେଉ […]

author-image
Pramod Behera
ଅଶ୍ଳୀଳ ଫଟୋ ଯୋଗୁଁ ହ‍ଇରାଣ ହେଲେ ଇଶା

Isha

ପୂର୍ବରୁ ସେଲିବ୍ରିଟିଙ୍କୁ ଭେଟିବା ବା ତାଙ୍କ ସହ ମିଶିବା ଏକ ସ୍ୱପ୍ନ ଥିଲା। ଲୋକେ ସେମାନଙ୍କ ଠାରୁ ବହୁତ ଦୂରତା ଅନୁଭବ କରୁଥିଲେ। କିନ୍ତୁ ବର୍ତ୍ତମାନ ସେ ସମୟ ଆଉ ନାହିଁ। ଏବେ ଲୋକେ ସେଲିବ୍ରିଟିମାନଙ୍କର ବହୁତ ନିକଟତର ହୋଇପାରୁଛନ୍ତି। ଏହା କେବଳ ସମ୍ଭବ ହୋଇପାରିଛି ସୋସିଆଲ୍ ମିଡିଆ ଯୋଗୁଁ। ଲୋକମାନଙ୍କ ପସନ୍ଦର ସେଲିବ୍ରିଟି ଏବେ କୋଉଠି ଅଛନ୍ତି, ଏହି ମୁହୂର୍ତ୍ତରେ ସେ କ’ଣ କରୁଛନ୍ତି ଏ ସବୁ ଖବର ତାଙ୍କୁ ସହଜରେ ମିଳିଯାଉଛି। ଫେସବୁକ୍ ହେଉ ବା ଇନଷ୍ଟାଗ୍ରାମ, ଏସବୁରେ ସେଲିବ୍ରିଟିମାନେ ସେମାନଙ୍କ ସାଧାରଣ ଜୀବନର କିଛି କିଛି ଝଲକ ସେମାନଙ୍କ ପ୍ରଶଂସକମାନଙ୍କ ସହ ସେଆର କରୁଛନ୍ତି। ଏଥିରୁ ବାଦ ମଧ୍ୟ ପଡ଼ି ନାହାନ୍ତି ଅଭିନେତ୍ରୀ ଇଶା ଗୁପ୍ତା। ଇଶା ବର୍ତ୍ତମାନ ମାଳଦୀପରେ ଛୁଟି କାଟୁଛନ୍ତି। ଏହି ଅବସରରେ ଇଶା ମଧ୍ୟ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ସେଆର କରିଛନ୍ତି। ଇଶାଙ୍କର ଏହି ସବୁ ଫଟୋ କିଛି ଲୋକଙ୍କୁ ବେଶ ପସନ୍ଦ ଆସିଥିବା ବେଳେ କେତେକ ଲୋକଙ୍କୁ ନାପସନ୍ଦ ମଧ୍ୟ ହୋଇଛି। ଇଶାଙ୍କର ବୋଲ୍ଡ ଅବତାରକୁ ସେମାନେ ପସନ୍ଦ କରି ନାହାନ୍ତି। ଫଟୋଗୁଡ଼ିକ ଏତେ ବୋଲ୍ଡ ଥିଲା ଯେ ତାଙ୍କ କମେଣ୍ଟ ବକ୍ସକୁ ଅଶ୍ଳୀଳ ମତ ମଧ୍ୟ ଆସିଲା। ଏହି କାରଣରୁ ଇଶା ବାଧ୍ୟ ହୋଇ ତାଙ୍କ କମେଣ୍ଟ ବକ୍ସକୁ ଅଫ୍ କରିଦେଲେ।

Advertisment

publive-image

ଅଭିନେତ୍ରୀ ଇଶା ଗୁପ୍ତା ତାଙ୍କ ମାଳଦୀପ ଛୁଟିର କେତେକ ଫଟୋ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଇନଷ୍ଟାଗ୍ରାମରେ ସେଆର କରିଥିଲେ। ବୋଲ୍ଡ ବିକିନି ପରିଧାନ କରି ବାଲି ଉପରେ ବସି ଇଶା କିଛି ଫଟୋ ଉଠାଇ ଛାଡ଼ିଥିଲେ। କିଛି ଲୋକଙ୍କୁ ଏହି ଫଟୋ ବେଶ ପସନ୍ଦ ଆସିଥିଲା। ସେମାନେ ତାରିଫ୍ ମଧ୍ୟ କରିଥିଲେ। ପାଖାପାଖି ୨ ଲକ୍ଷରୁ ଅଧିକ ଲୋକ ଏହି ଫଟୋରେ ଲାଇକ୍ କରିଥିଲେ। ସେହିପରି କିଛି ଲୋକ ଏହାକୁ ନାପସନ୍ଦ କରିବା ସହିତ ଅଶ୍ଲୀଳ ମନ୍ତବ୍ୟ ମଧ୍ୟ ଦେଇଥିଲେ।

publive-image

ଇଶା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ଥାଆନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୫୦ଲକ୍ଷ ଅନୁଗାମୀ ମଧ୍ୟ ଅଛନ୍ତି। ଗ୍ଲାମର ଦୁନିଆରେ ପାଦ ରଖିବା ଦିନରୁ ଇଶା ତାଙ୍କ ପ୍ରଶଂସକମାନଙ୍କ ପାଇଁ କିଛି ନା କିଛି ଫଟୋ ପକାନ୍ତି। କିଛିଦିନ ପୂର୍ବରୁ ଏହି ଅଭିନେତ୍ରୀ ତାଙ୍କ ସିନେମା ‘ବୁହା’ର ପ୍ରମୋଶନ ମଧ୍ୟ ଇନଷ୍ଟାରେ କରିଥିଲେ। ବର୍ତ୍ତମାନ ମଧ୍ୟ ସେ ତାଙ୍କ ମାଳଦୀପ ଭ୍ରମଣର ଅନେକ ଫଟୋ ସେଆର କରିଛନ୍ତି।

Advertisment

publive-image

ଇଶାଙ୍କ ସିନେମା ଦୁନିଆ କଥା ଯଦି ଆଲୋଚନା କରିବା ତେବେ ସେ ଗ୍ଲାମର ଦୁନିଆରେ ସର୍ବପ୍ରଥମେ ଜଣେ ମଡେଲଭାବେ ପାଦ ରଖିଥିଲେ। ତେବେ ୨୦୦୭ରେ ଇଶା ମିସ୍ ଇଣ୍ଡିଆ ଇଣ୍ଟରନେସନାଲ ଟାଇଟଲ ଜିତିଥିଲେ। ଏହାପରେ ତାଙ୍କର ସିନେମା ଦୁନିଆକୁ ରାସ୍ତା ଖୋଲିଯାଇଥିଲା। ସେ ଇମରାନ ହାସିମଙ୍କ ସହିତ ସିନେମା ‘ଜନ୍ନତ-୨’ରେ ଡେବ୍ୟୁ କରିଥିଲେ। ପରେ ଜେପି ଦତ୍ତାଙ୍କ ନିର୍ଦ୍ଦେଶିତ ସିନେମା ‘ପଲଟନ’ରେ ମଧ୍ୟ ସେ କାମ କରିଛନ୍ତି। ଏଥିରେ ଇଶାଙ୍କ ଅଭିନୟକୁ ଦର୍ଶକେ ବେଶ ତାରିଫ କରିଥିଲେ।

ପଢନ୍ତୁ : ପାରମ୍ପରିକ ପୋଷାକରେ ଆବ୍ସ ଦେଖେଇଲେ ଇବ୍ରାହିମ

Advertisment
Advertisment