/odishatv-khabar/media/post_attachments/uploadimage/library/16_9/16_9_0/anans_1626689909.jpg)
anans
ଟିଭି ଜଗତର ସବୁଠୁ ଲୋକପ୍ରିୟ ସୋ’ ଦିୟା ଔର୍ ବାତୀରୁ ଚର୍ଚ୍ଚାରେ ଥିଲେ ୩୮ ବର୍ଷିୟ ଅଭିନେତା ଆନସ୍ ରସିଦ୍ । କିଛି ବର୍ଷ ପୂର୍ବରୁ ସେ ବହୁତ ଆକ୍ଟିଭ୍ ଥିଲେ । କିନ୍ତୁ ଏବେ ସେହି ସିରିୟଲ୍ ସରିଯାଇଛି । ଆଉ ସେ ଅଭିନେତା ବି ଅଜଣା ହୋଇଗଲେଣି । ତାଙ୍କର କ୍ୟାରିୟର ଏକ ରକମ ତଳକୁ ଖସିବାକୁ ବସିଛି। ଆପଣଙ୍କୁ ଜଣାଇ ଦେଉଛୁ କି ବହୁ ଦିନ ହେଲା ସେ ଟିଭି ଓ ଅଭିନୟ ଜଗତରୁ ଦୂରେଇ ଯାଇଛନ୍ତି । ତାଙ୍କ ଘରେ ଚାଷ କାମ କରୁଛନ୍ତି । ଆଉ ଏ କାମକୁ ବି ସେ ବହୁତ ପସନ୍ଦ କରୁଛନ୍ତି ।
ଯଦି ତାଙ୍କର ଟିଭି କ୍ୟାରିୟର କଥା କହିବା ତ ସେ ଅନେକ ଗୁଡ଼ିଏ ସିରିୟଲ୍ ଦିୟା ଔର ବାତୀ, ଏସେ କରୋନା ବାଦା ଓ ଧରିତ୍ରୀ ଭଳି ଆଦିରେ କାମ କରିଛନ୍ତି ।
୩୧ ଡିସେମ୍ୱର ୧୯୮୦ରେ ପଂଜାବରେ ଜନ୍ମ ହୋଇଥିଲେ ଆନସ୍ ରସିଦ୍ । ଦିୟା ଔର ବାତୀରେ ଲୋକପ୍ରିୟ ଚରିତ୍ର ସୂରଜ ଭୂମିକାରେ ସେ ଲୋକଙ୍କର ପ୍ରିୟ ପାଲଟି ଯାଇଥିଲେ । ୨ ବର୍ଷ ପୂର୍ବରୁ ସେ ନିଜ ବୟସ ଠାରୁ କମ୍ ୧୪ ବର୍ଷ ସାନ ଯୁବତୀଙ୍କୁ ବିବାହ କରିଥିଲେ । ନିଜ ପରିବାରର ସହମତିରେ ଏ ବିବାହ ହୋଇଥିଲା । ତାଙ୍କ ପତ୍ନୀଙକ ନାଁ ହିନା ଇକ୍ବାଲ ।
ବିବାହ ପରେ ଆଜି ସୁଦ୍ଧା ଅନସଙ୍କୁ କୌଣସି ବଡ଼ ସୋ’ ଦେଖିବାକୁ ମିଳିନାହିଁ । ସୂଚନା ମୁତାବକ ମୁମ୍ୱାଇ ଛାଡ଼ିବା ପରେ ତାଙକୁ କାମ ବି ମିଳିନାହିଁ । ଗତ ୨ ବର୍ଷ ଭିତରେ ସେ ଛୋଟ ପରଦାର କୌଣସି ସୋ ରେ ନଜର ଆସିନାହାଁନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)